ମ୍ୟାଟ୍ରିକ ପରୀକ୍ଷାରେ ଦିବ୍ୟାଙ୍ଗଙ୍କ ହାତ ଓ ପେନ୍ ସାଜିଲେ ନବମ ଶ୍ରେଣୀ ଛାତ୍ରୀ, ଦୃଶ୍ୟ ଦେଖିଲେ ଆପଣ ବି ଭାବୁକ ହୋଇଯିବେ, ଦେଖନ୍ତୁ video

ସାରା ରାଜ୍ୟରେ ଏବେ ଚର୍ଚ୍ଚାରେ ରହିଛନ୍ତି ଏହି ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରୀ ଓ ନବମ ଶ୍ରେଣୀର ଛାତ୍ରୀ । ନବମ ଶ୍ରେଣୀ ଛାତ୍ରୀଜଣକ ସ୍ବଇଚ୍ଛାରେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିଥିବା ବେଳେ ଦିବ୍ୟାଙ୍ଗ ଛାତ୍ରୀଜଣକ ସରକାରୀ ସୁବିଧାର ଲାଭ ଉଠାଇ ଅନ୍ୟ ଦିବ୍ୟାଙ୍ଗ ମାନଙ୍କ ପାଇଆନ ପ୍ରେରଣା ସାଜିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ପ୍ରଶଂସଯୋଗ୍ୟ ଘଟଣା । ନନ୍ଦାହାଣ୍ଡି ବ୍ଲକ ପଦାଲହୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ଏହି ଦୁଇ ଛାତ୍ରୀଙ୍କ ଯୋଡି ଏବେ ବେଶ ଚର୍ଚ୍ଚାରେ ରହିଛି ।

କୁହାଯାଏ କି ଇଚ୍ଛା ଥିଲେ ସୁଯୋଗ ଆପେ ଆପେ ଆସେ । ଦିବ୍ୟାଙ୍ଗ ହେଲେ ବି ପାଠ ପଢି ଭବିଷ୍ୟତ ଗଢିବା ଲକ୍ଷ୍ୟରେ ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଗଣ୍ଡାଗୁଡା ଗାଁର ପ୍ରହ୍ଲାଦ ଜାନିଙ୍କ ଝିଅ ବତୀ ନିକଟସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢୁଥିଲେ । ତାଙ୍କ ଗୋଡ ପୋଲିଓ ହୋଇଥିବାରୁ ସେ ଠିକରେ ଚାଲିପାରନ୍ତି ନାହିଁ କି ହାତରେ ପେନ କିମ୍ବା ପେନସିଲ ଧରି ପାରନ୍ତି ନାହିଁ । ସାମାନ୍ଯ ମାନସିକ ବିକାର ରହିଥିବାରୁ ବତୀ ସ୍ପଷ୍ଟ କଥା ମଧ୍ୟ କହିପାରନ୍ତି ନାହିଁ ।

ବତୀ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଦେଉଥିବା ବେଳେ ସେ ପରୀକ୍ଷା କେମିତି ଦେବେ ଏହାକୁ ନେଇ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହ ତାଙ୍କ ପରିବାର ମଧ୍ୟରେ ଚିନ୍ତାରେ ପଡି ଯାଇଥିଲେ । ହେଲେ ସରକାରୀ ନିୟମ ଅନୁଯାୟୀ ବତୀଙ୍କୁ ସ୍କ୍ରାଇବଲ ଯୋଗାଇ ଦିଆଯାଇଛି । ଆଉ ବତୀ ପରୀକ୍ଷା ଦେଇ ପଡ଼ୁଥିବାରୁ ପରିବାର ଲୋକେ ବେଶ ଖୁସି ଅଛନ୍ତି । ମନୋରମା ଗୌଡ ନାମକ ଜଣେ ନବମ ଶ୍ରେଣୀ ଛାତ୍ରୀ ଦିବ୍ୟାଙ୍ଗ ବତୀଙ୍କ ପାଇଁ ହାତ ଓ ପେନ୍ ସାଜିଛନ୍ତି ।

ମନୋରମାଙ୍କ ଘର ନନ୍ଦାହାଣ୍ଡି ବ୍ଲକ ପଦାଲଗୁଡା ଗାଁରେ ଓ ସେ ସମାନ ସ୍କୁଲରେ ନବମ ଶ୍ରେଣୀ ପରୀକ୍ଷା ଦେଇ ସାରିଛନ୍ତି । ଗରିବ ଘରର ଝିଅ ମନୋରମା ନିଜ ଖର୍ଚ୍ଚରେ ପ୍ରାୟ ତିନି କିଲୋମିଟର ଯାଇ ନବରଙ୍ଗପୁର ସ୍ଥିତ ଆରସି ହାଇସ୍କୁଲରେ ଦିବ୍ୟାଙ୍ଗ ବତୀଙ୍କ ପାଇଁ ପରୀକ୍ଷା ଲେଖୁଛନ୍ତି । ବତୀଙ୍କୁ ସାହାଯ୍ୟ କରିପାରୁଥିବାରୁ ମନୋରମା ମଧ୍ୟ ବେଶ ଖୁସି ଅନୁଭବ କରୁଛନ୍ତି । ସେ ଆସନ୍ତା ବର୍ଷ ଦଶମ ପରୀକ୍ଷା ଦେବାକୁ ଥିବାବେଳେ ତାଙ୍କ ମନରୁ ଦଶମ ପରୀକ୍ଷା ଭୟ ଉଭେଇ ଯାଇଥିବା କହିଛନ୍ତି ।

ଅନ୍ୟ ଜଣେ ଛାତ୍ରୀ ନିଜ ଇଚ୍ଛାରେ ବତୀଙ୍କ ପାଇଁ ପରୀକ୍ଷାରେ ଲେଖୁଥିବାରୁ ବତୀଙ୍କ ବାପା ଓ ପୁରା ପରିବାର ନିଜ ଖୁସି ବ୍ୟକ୍ତ କରିଛନ୍ତି । ବତୀ ପ୍ରତି ଦ୍ରୁଷ୍ଟି ଦେଇ ତା’ ଭବିଷ୍ୟତ ଉଜ୍ଵଳ କରିବାକୁ ମଧ୍ୟ ସେମାନେ ନିବେଦନ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।