ଆଜି ଠାରୁ ଦୀପାବଳି ପର୍ଯ୍ୟନ୍ତ ସବୁ ଦିନ କରନ୍ତୁ ଏହି 6 ଟି ଉପାୟ, ଚମକି ଉଠିବ ଆପଣଙ୍କ ଭାଗ୍ୟ

ନବରାତ୍ରି ସାରିବା ସାଙ୍ଗେ ସାଙ୍ଗେ ହି ସମସ୍ତେ ଦୀପାବଳି ର ଅପେକ୍ଷା ରେ ରହିଛନ୍ତି । ଦୀପାବଳି ସମସ୍ତଙ୍କୁ ଭଲ ଲାଗେ । ଦୀପ ଜଳାଇ ଘର ର ଅନ୍ଧକାରକୁ ଦୂରେଇ ବା ପାଇଁ ଚେଷ୍ଠିତ ସହ ଲୋକୋମାନେ ଏହି ପୂଜା ର ଆନନ୍ଦ ନିଅନ୍ତି । ଯଦି ଆପଣ ସୌଭାଗ୍ୟ ଓ ଧନ ପରପତି କରିବାକୁ ଚାହୁଁଛନ୍ତି ତେବେ ଆଜିଠାରୁ ଦୀପାବଳି ପର୍ଯ୍ୟନ୍ତ କରନ୍ତୁ ଏହି କିଛି ସହଜ ସରଳ ଉପାୟ, ଯାହା ଦ୍ଵାରା ମା ଲକ୍ଷ୍ମୀଙ୍କର ବିଶେଷ କୃପା ମିଳିବ ଓ ଧନ ଜନ ଗୋପ ଲକ୍ଷ୍ମୀ ରେ ଘର ପୁରୀ ଉଠିବ ।

୧. ଘରର ମୁଖ୍ୟ ଦ୍ଵାରରେ ଦୀପ ଜଳାନ୍ତୁ

ଦୀପାବଳି ରେ ସମସ୍ତେ ଇଛା କରନ୍ତି ଯେ ମା ଲକ୍ଷ୍ମୀ ତାଙ୍କର ଘରକୁ ଆସନ୍ତୁ ଏବଂ ତାଙ୍କ ଘରେ ସବୁବେଳେ ଧନ ର ବର୍ଷା ହେଉଥାଉ । ଯଦି ଆପଣ ବି କିଛି ଏହି ଭଳି କାମନା କରୁଛନ୍ତି ତେବେ ଆଜି ଠାରୁ ହିଁ ଘରର ମୁଖ୍ୟ ଦ୍ଵାରରେ ସନ୍ଧ୍ୟା ସମୟରେ ନିଶ୍ଚିତ ଦୀପ ଲଗାନ୍ତୁ ।

୨. ଘରେ ଛିଞ୍ଚନ୍ତୁ ଗଙ୍ଗା ପାଣି

ହିନ୍ଧୁ ଧର୍ମ ରେ ଗଙ୍ଗାପାଣି ର ବିଶେଷ ମହତ୍ଵ ଅଛି.. ଏହାକୁ ବୋହୁତ ପବିତ୍ର ବୋଲି କୁହା ଯାଏ । ମାନ୍ୟତା ଏବଂ ପ୍ରଚଳନ ଅଛି ଯେ ସବୁ ପର୍ବ ପର୍ବାଣି ରେ ଘରେ ଏହାକୁ ଛିଞ୍ଚିବା ନିହାତି ଉଚିତ ।

୩. ଶିବଲିଙ୍ଗ ପାଖରେ ଜାଳନ୍ତୁ ଦୀପ

ଶିବପୁରାଣ ଅନୁସାରେ ସନ୍ଧ୍ୟା ସମୟରେ ଶିବଲିଙ୍ଗ ପାଖରେ ଦୀପ ଜଳାଇବା ଦ୍ଵାରା ଅକ୍ଷୟ ପୁର୍ଣ୍ଣ୍ୟ ର ପ୍ରାପ୍ତି ହୋଇ ଥାଏ । ସେଥିପାଇଁ ଆଜି ଠାରୁ ହିଁ ସବୁଦିନ ସନ୍ଧ୍ୟାରେ ଶିବଲିଙ୍ଗ ପାଖରେ ନିଶ୍ଚିତ ଦୀପ ଜଳାନ୍ତୁ ।

୪.ମୁଖ୍ୟ କବାଟ ସମ୍ମୁଖରେ ରଙ୍ଗୋଲି କରନ୍ତୁ

ହିନ୍ଦୁ ଧର୍ମ ରେ କଳା ଏବଂ ସଂସ୍କୃତି ର ବିଶେଷ ମହତ୍ଵ ଅଛି । ଦେବତାଙ୍କୁ ବି କଳା ପ୍ରତି ବିଶେଷ ଭଲ ଲାଗେ । ସେଥିପାଇଁ ଦେବୀ ଦେବତା ଙ୍କର ସ୍ଵାଗତ ପାଇଁ ଘର ର ମୁଖ୍ୟ ଦ୍ଵାରରେ ରଙ୍ଗୋଲି କରିବା ର ପରମ୍ପରା ଅଛି ।

୫. ଘର ର ବାତାବରଣ ସୁଗନ୍ଧିତ ରଖନ୍ତୁ

ହିନ୍ଦୁ ଧର୍ମ ରେ ପୂଜା ଅର୍ଚ୍ଚନା ବିଧି ର ବିଶେଷ ମହତ୍ଵ ଅଛି । ଧୂପ, ଧୂପକାଠି, ଦୀପ ଏହି ସବୁକୁ ନେଇ ପୂଜା କରାଯାଇଥାଏ । ଏହି ସବୁ ବ୍ୟବହାର କରିବା ଦ୍ଵାରା ଘର ସୁଗନ୍ଧିତ ରହିଥାଏ ।

୬. ମା ଲକ୍ଷ୍ମୀ ଙ୍କର ଆଗମନ ର ପ୍ରସ୍ତୁତି

ସମସ୍ତେ ମାନନ୍ତି ଯେ ଦୀପାବଳି ରେ ମା ଲକ୍ଷ୍ମୀ ସମସ୍ତ ଭକ୍ତଙ୍କ ଘରକୁ ଆଗମନ କରନ୍ତି । ସେଥିପାଇଁ ଦୀପାବଳି ରେ ଘରଦ୍ଵାର ସଫା ରଖାଯାଇଥାଏ । ଯେଉଁଠି ଘର ସାଫା ନ ଥାଏ ମା ସେଘରକୁ ପ୍ରବେଶ କରନ୍ତି ନାହିଁ, ତେଣୁ ଆଜି ବା ଏବେ ଠାରୁ ହିଁ ଘରକୁ ସଫା କରିବା ଆରମ୍ଭ କରି ଦିଅନ୍ତୁ ।