ଏଥର ଦୀପାବଳିରେ ବଜାରରେ ବିକ୍ରି ହେବ ନାହିଁ ଏଇ ଜିନିଷ, ମୋଦୀ ସରକାର ନେଲେ ବଡ ନିସ୍ପତି

ଦୀପାବଳି ସମୟରେ ବଜାରରେ ବିଭିନ୍ନ ପ୍ରକାରର ଚାଇନୀଜ ବସ୍ତୁ ଦେଖିବାକୁ ମିଳେ । ଏବଂ ଲୋକମାନେ ସେହି ସବୁ ପ୍ରତି ଆକର୍ଷିତ ହୋଇ ତାକୁ କିଣିବାରେ ଡେରି କରନ୍ତି ନାହିଁ । ଆଜିକାଲି ର ଆଧୁନିକ ସମାଜରେ ଲୋକମାନେ ନିଜର   ସଂସ୍କୃତିକୁ ଭୁଲି ପାଶ୍ଚାତ୍ୟ ସଭ୍ୟତାକୁ ଆପଣାଇ ନେଲେଣି । ଯେଉଁଠି ଦୀପାବଳିରେ ପ୍ରଥମେ ଦୀପ ଜଳାଇ ନିଜ ଘରକୁ ସୁ ସଜ୍ଜିତ କରାଯାଉଥିଲା ଏବେ ତା ଜାଗାରେ ଚାଇନୀଜ ଲାଇଟ ଲଗାଇ କାମ ଚଳା ଯାଉଛି । ଏହା ଆମ ଦୀପର ଆଲୋକକୁ କମ କରି ସାରିଲାଣି । ସବୁ ବର୍ଷ ଲୋକମାନଙ୍କୁ କୁହା ଯାଉଛିକି ଏଥର ଚାଇନୀଜ ବସ୍ତୁକୁ ବହିସ୍କାର କରାଯିବ । କିନ୍ତୁ ଏହାର ପ୍ରଭାବ ଦେଖିବାକୁ ମିଳୁନି ।

ଏହି ଦୀପାବଳି ଚାଇନୀଜ ଲାଇଟିଙ୍ଗ ଦେଖିବାକୁ ମିଳିବନି-

କିଛି ବର୍ଷ ହେବ ଲୋକ ମାନେ ଦେଶୀ ଜିନିଷ ପ୍ରତି ଆଗ୍ରହୀ ହେଲେଣି, ଏବଂ ଚୀନ ର ଜିନିଷ ବିକ୍ରି ହେବା କମିବାକୁ ଲାଗିଲାଣି ଆମ ଦେଶରେ, ଯାହାକି ଏକ ଭଲ ଖବର । ଏହି ଥର ଦୀପାବଳି ବଜାରରେ  ମଧ୍ୟ ସେହି ଭଳି କିଛି ଦେଖିବାକୁ ମିଳୁଛି । ଦୋକାନୀ ମାନେ ମଧ୍ୟ ଚାଇନୀଜ ଜିନିଷ ବିକ୍ରି ପାଇଁ ସେତେ ଆଗ୍ରହ ଦେଖାଉ ନାହାଁନ୍ତି । ରିପୋର୍ଟ ଅନୁସାରେ ଏହି ବର୍ଷ ଚାଇନୀଜ ବସ୍ତୁ ଭାରତକୁ ବହୁତ କମ ଆସିଛି ।

ଭାରତୀୟ ବଜାରରେ ପହଞ୍ଚି ପାରୁନି ଚାଇନୀଜ ବସ୍ତୁ-

ଏହି ବର୍ଷ ଚାଇନୀଜ ଜିନିଷ ଭାରତୀୟ ବଜାରରେ ନ ଦେଖାଯିବାର ବଡ କାରଣ ହେଲା ଇମ୍ପୋର୍ଟ ଟୈରିଫ ରେ ହୋଇଥିବା ଦର ରେ ବୃଦ୍ଧି । ଏହା ବ୍ଯତୀତ ଚାଇନୀଜ ଜିନିଷର ବହିସ୍କାର କରି ଦେଶୀ ଜିନିଷ ର ବ୍ୟବହାର କରିବାକୁ ଅଧିକ ଗୁରୁତ୍ଵ ଦିଆଯାଉଛି । ତେଣୁ ଏହି ସବୁ ଅସୁବିଧା ପାଇଁ ଏହି ବର୍ଷ ଦୀପାବଳି ରେ ଚାଇନୀଜ ଜିନିଷ ବଜାରରେ ମିଳୁନାହିଁ ।

ଚାଇନୀଜ ଜିନିଷ ର ଦାମ ରେ ହେଲା ବୃଦ୍ଧି-

ଏଥର ଚାଇନୀଜ ଜିନିଷର ଦର ଦାମ ବଢି ଯାଇଛି । କାହିଁକି ନା ମୋଦି ସରକାର ଇଂପୋର୍ଟ ଡ୍ଯୂଟୀ ବଢେଇ ଦେଇଛନ୍ତି । ସରକାର ଦ୍ଵାରା ଇଂପୋର୍ଟ ଡ୍ଯୂଟୀ ବଢାଇବାର ଏହି ନିର୍ଣ୍ଣୟ ଚିନ୍ ଉପରେ ବହୁତ ପ୍ରଭାବ ପକାଇଛି । ଭରତ ସରକାର ର ଏହି ନିସ୍ପତି ଚୀନ ପାଇଁ ଏକ ବହୁତ ବଡ ଝଟକା । ସେଥିପାଇଁ ଏହି ବର୍ଷ ଦୀପାବଳିରେ ଚାଇନୀଜ ଜିନିଷ ଦେଖିବାକୁ ଟିକେ କମ ମିଳିପାରେ ।