ଦିଦି ଗାଉଁ ଗାଉଁ କରି ଖାଇଗଲେ ପିଲାଙ୍କ ଅଣ୍ଡା, ଆଉ ଅନେଇ ପଚାରିବାରୁ ଯାହା କହୁଛନ୍ତି ନା ଶୁଣିଲେ ଆପଣ କାବା ହୋଇଯିବେ, ଦେଖନ୍ତୁ video

ଟିକେ ଟିକେ କଥାରେ ରାଗିକି ନାଲି ହୋଇ ଯାଉଛନ୍ତି ଦିଦି । ଆଉ ଟିକେ ଟିକେ କଥାରେ ଯୁକ୍ତି କରୁଛନ୍ତି । ଖାଲି ସେତିକି ନୁହେଁ ଜାତି ଅଜାତି ବି ବାରୁଛନ୍ତି ଦିଦି । ତେବେ ଅପ୍ନା ଭାବୁଥିବେ ଦିଦି ଏମିତି କାହିଁକି ରାଗୁଛନ୍ତି ? ତେବେ ଇଏ ହେଉଛି ରଣପୁର ବ୍ଲକ ଅନ୍ତର୍ଗତ ଚମ୍ପାଗଡର ସରକାରୀ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ସମୟର ଦୃଶ୍ୟ । ସ୍କୁଲରେ ପିଲାଙ୍କର ଅଣ୍ଡା ଖାଇବା ପାଳି ଥିବା ବେଳେ ପିଲାଙ୍କୁ ଅଣ୍ଡା ଦେବା ପରିବର୍ତ୍ତେ ଦିଦି ନିଜେ ଖାଇ ଯାଉଛନ୍ତି ପିଲାଙ୍କ ଖାଦ୍ୟ ।

ପିଲାଙ୍କ ଅଣ୍ଡା ତରକାରୀ ଓ ଭାତ ଖାଇ ଦିଦିଙ୍କ ମନ ଶାନ୍ତି ହେଲାନି ଯେ ଏକ ବଡ ଟିଫିନରେ ଘରକୁ ଆହୁରି ଭାତ ଓ ତରକାରୀ ନେଇ ଯାଉଥିଲେ । ଆଉ ଏତିକି ବେଳେ ପିଲାଙ୍କ ଅଭିଭାବକ ମାନେ ଧରି ପକାଇଲେ । ଯାହାପରେ ଦିଦି ରାଗରେ ପଞ୍ଚମ ହୋଇ ଭାତ ସବୁ ନେଇ ଫୋପାଡି ଦେଲେ । ଆଉ ଭାତ ଫୋପାଡି ସାରିବା ପରେ ଦିଦି ଯାହା କହୁଛନ୍ତି ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଏହି ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରନ୍ତି ବିଜୟଲକ୍ଷ୍ମୀ ଦିଦି ।

ଦିଦି ଏଠି ପିଲାଙ୍କୁ ଭଲରେ ପଢାନ୍ତିନି କି କାହାକୁ ଖାତିର ବି କରନ୍ତିନି । ମଝି ମଝିରେ ସମସ୍ତଙ୍କୁ ଏଠି ଗାଳିଗୁଲଜ ବି କରନ୍ତି । ଏକଥା ସ୍କୁଲର ଚେୟାରମ୍ୟାନ ନିଜେ କହୁଛନ୍ତି । ଛାତ୍ର ଛାତ୍ରୀଙ୍କୁ ଦିଆ ଯାଉଥିବା ମଧ୍ୟାହ୍ନ ଭୋଜନରୁ ସେ ପ୍ରତ୍ଯେକ ଦିନ ଖାଆନ୍ତି ଓ ଘରକୁ ବି ନେଇ ଯାଆନ୍ତି ।

ଗତକାଲି ସେ ଭାତ ଓ ଅଣ୍ଡା ତରକାରୀ ମନବୋଧ କରି ଖାଇବା ସହ ଏକ ବଡ ଟିଫିନରେ ଭାତ ଓ ୧୨ଟି ଅଣ୍ଡା ରଖି ଘରକୁ ନେଇ ଯାଉଥିଲେ । ଅଭିଭାବକ ମାନେ ଖବର ପାଇ ଆସି ଦିଦିଙ୍କ ବ୍ୟାଗ ତଦାରଖ କରିଥିଲେ । ବ୍ୟାଗରୁ ଭାତ ଓ ଅଣ୍ଡା ବାହାରିବା ପରେ ଜାମପୁର ପୋଲିସ ଓ ରଣପୁର ବିଓଙ୍କୁ ଖବର ଦେଇଥିଲେ ।

ସେମାନେ ଆସି ସବୁକିଛି ତଦନ୍ତ କରି ୫ଦିନ ମଧ୍ୟରେ ଦିଦୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଅଭିଭାବକ ମାନେ ଫେରି ଯାଇଥିଲେ । ଦିଦିଙ୍କ ଏଭଳି ଆଚରଣ ତାଙ୍କୁ ଅଡୁଆରେ ପକେଇ ଦେଇଛି । ରାଜ୍ୟ ଶିକ୍ଷା ବ୍ୟବସ୍ଥା ପ୍ରତି ଏହା ନିଶ୍ଚିତ ଭାବେ ଲଜ୍ଜାଜନକ କଥା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।