ଶେଷ ସମୟରେ Raju Srivastav ଙ୍କ ସହ କଣ ଘଟିଥିଲା ? ହସି ହସେଇ ଜୀବନ ବିତାଇଥିବା ଗଜୋଧର ଭୟାଙ୍କ ଶେଷ ସମୟ କଥା ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ… ଦେଖନ୍ତୁ Video

ଭାରତରେ କମେଡି କଥା ଉଠିଲେ ଗଜୋଧର ଭାଇଙ୍କ ନାଁରେ ଗୋଟିଏ ଚେହେରା ସାମ୍ନାକୁ ଆସେ । ଯିଏ ରାଜୁ ଶ୍ରୀବାସ୍ତବ ନାଁରେ ବେଶ ଜଣାଶୁଣା । କିନ୍ତୁ ଦୁନିଆକୁ ହସାଉଥିବା ଏହି ପ୍ରତିଭାବାନ କମେଡିଆନ ଆଉ ଆମ ଗହଣରେ ନାହାନ୍ତି । ୪୨ ଦିନରୁ ଅଧିକ ସମୟ ଧରି ସେ ଦିଲ୍ଲୀସ୍ଥିତ AIIMS ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ତାଙ୍କର ପରଲୋକ ହୋଇଛି । ଯାହାପରେ ଦେଶରେ ଶୋକର ଛାୟା ଖେଳିଯାଇଛି । ତେବେ କାନପୁରରେ ଜନ୍ମ ହୋଇଥିବା ରାଜୁ ଛୋଟବେଳୁ କମେଡିଆନ ହେବାର ସ୍ଵପ୍ନ ଦେଖିଥିଲେ ।

ତେଣୁ ସେ ବହୁତ କମ୍ ବୟସରୁ ମୁମ୍ବାଇ ଚାଲି ଆସିଥିଲେ । ସେତେବେଳେ ଯତାଙ୍କୁ ଅଳ୍ପ କିଛି ଛୋଟମୋଟ ଷ୍ଟେଜ ଶୋ’ ମିଳୁଥିଲେ ମଧ୍ୟ ଗୁଜୁରାଣ ମେଣ୍ଟାଇବା ତାଙ୍କ ପାଇଁ ମୁସ୍କିଲ ହୋଇ ପଡୁଥିଲା , ତେଣୁ ସେ ପାର୍ଟ ଟାଇମ ଭାବେ ମୁମ୍ବାଇରେ ଅଟୋରିକ୍ସା ମଧ୍ୟ ଚଲାଉଥିଲେ । ଥରେ ସେ ଗୋଟିଏ ପ୍ରୋଗ୍ରାମରେ ଯାଇଥିବା ବେଳେ ସେଠାରେ ଜଣେ ତାଙ୍କୁ ବଲିଉଡ ଫିଲ୍ମରେ ଏକ କାମ କରିବା ପାଇଁ ସୁଯୋଗ ଦେଇଥିଲେ ।

ପ୍ରଥମେ ତାଙ୍କୁ ଫିଲ୍ମରେ ଛୋଟ ଛୋଟ ଭୂମିକା ମମିଳୁଥିଲେ ମଧ୍ୟ ସେସବୁକୁ ସେ ହାତଛଡା କରୁ ନଥିଲେ । ଯେତିକି ସମୟ ପାଇଁ ଆସୁଥିଲେ ଲୋକଙ୍କୁ ଖୁବ ହସାଉଥିଲେ । ପରେ ସେ ମେନେ ପୟାର କିୟା, ବାଜିଗର, ବମ୍ବେ ଟୁ ଗୋଆ ଭଳି ବଡ ବଡ ଫିଲ୍ମରେ ମଧ୍ୟ ଅଭିନୟ କରିବାକୁ ସୁଯୋଗ ପାଇଥିଲେ । କିନ୍ତୁ ଏହା ପୂର୍ବରୁ ଷ୍ଟେଜ ଶୋ ହିଁ ତାଙ୍କୁ ଅଧିକ ପ୍ରତିଷ୍ଠା ଆଣି ଦେଇଥିଲା ।

୨୦୦୫ରେ ଆରମ୍ଭ ହୋଇଥିବା ଲାଫ୍ଟର ପ୍ରତିଯୋଗୀତା ଶୋ “ଦି ଗ୍ରେଟ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ” ରେ ସେ ଭାଗ ନେଇଥିଲେ । ସେହିଠାରୁ ହିଁ ତାଙ୍କୁ ରାଜୁ ଶ୍ରୀବାସ୍ତବ ନାମରେ ସମସ୍ତେ ଜାଣିଥିଲେ । ତାଙ୍କ କମେଡି ଦର୍ଶକେ ବେଶ ପସନ୍ଦ କରିବା ସହ ସେ ଶୋ’ର ରନର୍ସ ଅଫ୍ ମଧ୍ୟ ହୋଇଥିଲେ । କିନ୍ତୁ ଏହାପରେ ସେ ପୁଣି ଥରେ ସେହି ଶୋ’ର ଆଉ ଏକ ସିଜିନରେ ଯୋଗ ଦେଇ କମେଡି କିଙ୍ଗର ମାନ୍ୟତା ମଧ୍ୟ ହାସଲ କରିଥିଲେ ।

ଏହାସହ ସେ ବିଗବସ୍ ରେ ମଧ୍ୟ ଭାଗ ନେଇଥିଲେ ଏବଂ ନିଜ ପତ୍ନୀଙ୍କ ସହ ନାଚବାଲିୟେ ସିଜିନ-୬ ରେ ମଧ୍ୟ ଯୋଗ ଦେଇଥିଲେ । ସେ ଅନ୍ୟ ଟିଭି ଶୋ’ରେ ମଧ୍ୟ କାମ କରିବା ସହ କମେଡି ନାଇଟ୍ସ ୱିଥ କପିଲ ଶୋ’ରେ ମଧ୍ୟ ନଜର ଆସିଥିଲେ । ସେ ଧୀରେ ଧୀରେ ଏତେ ଲୋକପ୍ରିୟତା ହାସଲ କରିଥିଲେ ଯେ ତାଙ୍କୁ କାନପୁରରେ ସମାଜବାଦୀ ପାର୍ଟି ତରଫରୁ ଲୋକସଭା ନିର୍ବାଚନ ଲଢିବା ପାଇଁ ଟିକେଟ ଦିଆ ଯାଇଥିଲା ।

କିନ୍ତୁ ରାଜୁ କୌଣସି କାରଣବଶତଃ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ । ଏହାପରେ ସେ ୨୦୧୪ରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ ଓ ସ୍ବଚ୍ଛ ଭାରତ ଅଭିଯାନରେ କାର୍ଯ୍ୟ କରିଥିଲେ । ରାଜନୀତି ସହ ଟିଭି ଓ ସୋସିଆଲ ମିଡିଆ ଆଦିରେ ସେ ନିଜ କମେଡି ଚାଲୁ ରଖିଥିଲେ । ରାଜୁ ୧୯୯୩ରୁ ହିଁ ଲକ୍ଷ୍ନୌର ଶିଖାଙ୍କୁ ବିବାହ କରି ନେଇଥିଲେ । ତାଙ୍କର ଅନ୍ତରା ଓ ଆୟୁଷ୍ମାନ ନାମକ ଦୁଇ ପୁଅ ଝିଅ ମଧ୍ୟ ଅଛନ୍ତି ।

ତେବେ ରାଜୁଙ୍କ କ୍ଯାରିୟର ଯେତେ ସଂଘର୍ଷପୂର୍ଣ୍ଣ ଥିଲା ତାଙ୍କ ଶେଷବସ୍ଥା ମଧ୍ୟ ସେତେ ଜଟିଳ ଥିଲା । ଦେଢ ମାସ ଧରି ଆଇସିୟୁରେ ରହି ଚିକିତ୍ସିତ ହେବା ପରେ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ରାଜୁ ଶ୍ରୀବାସ୍ତବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।