ବୁର୍ଲା VIMSARରେ ଏକାଥରେ 4 ଶିଶୁଙ୍କୁ ଜନ୍ମ ଦେଲେ ମହିଳା, ଦେଖନ୍ତୁ କଣ କହିଲେ ଡାକ୍ତର

ବୁର୍ଲା ଭୀମସାର ହସ୍ପିଟାଲରୁ ଆସିଛି ଏକ ବଡ ଖବର । କାରଣ ସେଠାରେ ଜଣେ ମହିଳା ଏକକାଳୀନ ୪ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ସୋନପୁରର ଏହି ମହିଳାଜଣକ ବୁର୍ଲାର ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ବା ଭୀମସାରରେ ଚାରୋଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଚାରିଜଣ ନବଜାତଙ୍କ ମଧ୍ୟରୁ ତିନୋଟି କନ୍ୟା ସନ୍ତାନ ହୋଇଥିବା ବେଳେ ଆଉ ଜଣେ ପୁତ୍ର ସନ୍ତାନ ହୋଇଥିବା ଜଣାପଡିଛି । ତେବେ ଜନ୍ମ ପରେ ସମସ୍ତ ସନ୍ତାନ ଓ ମା’ଙ୍କ ଅବସ୍ଥା ଭଲ ଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି ।

ଏହି ମହିଳା ଜଣକ ହେଉଛନ୍ତି ସୋନପୁର ବାଞ୍ଜିପାଲି ଗାଁର କୁନିସୁନା । ଗର୍ଭ ଯନ୍ତ୍ରଣା ହେବାରୁ ଗର୍ଭବତୀ କୁନିସୁନା ଗତ ସୋମବାର ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଉ ବୁଧବାର ଦିନ ବିଳମ୍ବିତ ରାତିରେ ସେ ଗୋଟିଏ ପରେ ଗୋଟିଏ ଚାରୋଟି ସନ୍ତାନ ପ୍ରସବ କରିଛନ୍ତି । ତେବେ ସେହି ଶିଶୁମାନଙ୍କ ଓଜନ ସାଧାରଣ ଓଜନ ଠାରୁ କମ୍ ଥିବା ଜଣାପଡିଛି । ତେଣୁ ଶିଶୁମାନଙ୍କୁ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ରଖାଯାଇଛି ।

ସାଧାରଣତଃ ପ୍ରତି ୫ କୋଟି ପ୍ରସବରେ ଏକାଥରକେ ଚାରୋଟି ସନ୍ତାନ ଜନ୍ମ ନେବା ଘଟଣା ଦେଖିବାକୁ ମିଳିଥାଏ । ଆଉ ଏହି ଶିଶୁମାନଙ୍କୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ଲୋକମାନେ ମଧ୍ୟ ଆସୁଛନ୍ତି ବୋଲି ଜଣାପଡିଛି । କାରଣ ଆମ ଓଡିଶା ଭଳି ରାଜ୍ୟରେ ଏହା ନିଶ୍ଚିତ ଭାବେ ଏକ ବିରଳ ଘଟଣା ।

ଡାକ୍ତରଙ୍କ ପାଇଁ ଅମଧ୍ୟ ନିହାତି ଭାବେ ଏହା ଏକ ଚ୍ୟାଲେଞ୍ଜ ଥିଲା । କାରଣ ଚାରିଜଣ ଶିଶୁଙ୍କୁ ଜନ୍ମ କରାଇବା ଓ ସେମାନଙ୍କୁ ସୁସ୍ଥ ରଖିବା ସେତେ ସହଜ ନଥିଲା । କୁନିସୁନାଙ୍କ ଗର୍ଭ ଯନ୍ତ୍ରଣା ହେଉଥିବା ବେଳେ ଯଦି ଅପରେସନ ଦରକାର ପଡେ ତେବେ ତାଙ୍କୁ ଏଠାରେ ହିଁ ରଖାଯିବ ନା କଟକକୁ ସ୍ଥାନାନ୍ତରିତ କରିବେ ଏହା ମଧ୍ୟ ଚିନ୍ତାର ବିଷୟ ଥିଲା । କାରଣ ଡାକ୍ତର ପୂର୍ବରୁ ଜାଣି ପାରିଥିଲେ ତିନିରୁ ଅଧିକ ସନ୍ତାନ ଜନ୍ମ ହେବାର ଆଶଙ୍କା ରହିଛି ।

ତେବେ ତିନି ଜଣ ଡାକ୍ତର ଓ ଚାରିଜଣ ନର୍ସ ପ୍ରସବ କାର୍ଯ୍ୟରେ ନିଯୋଜିତ ହୋଇଥିଲେ । ତେବେ ଖୁସିର କଥା ହେଉଛି ବହତ କମ୍ ସମୟ ଅର୍ଥାତ ମାତ୍ର ତିନି ଘଣ୍ଟା ମଧ୍ୟରେ ସବୁକିଛି ସଫଳତାର ସହ ହୋଇ ପାରିଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।