ପ୍ରତିଦିନ କେବଳ ପିଅନ୍ତୁ ଏହି ପାଣି, ଖରାପରୁ ଖରାପ ଲିଭର ବି ବିନା ଔଷଧରେ ଏକଦମ ଠିକ ହୋଇଯିବ

ଲିଭର ଆମ ଶରୀରର ସବୁ ଟକ୍ସିନ ତଥା ଖରାପ ପଦାର୍ଥକୁ ନିଜ ଭିତରକୁ ନେଇଥାଏ ଓ ଆମର ଅନ୍ୟ ଅଙ୍ଗକୁ ବଞ୍ଚେଇବାର କାମ କରିଥାଏ । ଯଦି ଆମ ଲିଭର ଖରାପ ହୁଏ ତେବେ ଆମକୁ ଫ୍ୟାଟି ଲିଭର, ଲିଭର ଡ୍ୟାମେଜ ବା ଲିଭର ସିରୋସିସ ଭଳି ସମସ୍ଯା ଭୋଗିବାକୁ ପଡିଥାଏ । ଲିଭର ଖରାପ ହେଲା ଆମର ଅନ୍ୟ ଅଙ୍ଗ ମଧ୍ୟ ଖରାପ ହେବା ଆରମ୍ଭ ହୋଇଯାଏ । ହେଲେ ଆପଣ ଚାହିଁଲେ ଆପଣଙ୍କ ଲିଭର ନିଜେ ନିଜେ ଠିକ ହୋଇ ଯାଇପାରିବ ।

ଇଶ୍ଵର ଆମ ଲିଭରକୁ ଏମିତି ବନେଇଛନ୍ତି ଯାହା ଆପେ ଆପେ ନିଜକୁ ଠିକ କରିପାରେ । କିନ୍ତୁ ଏହା ଠିକ ହେବା ପାଇଁ ଆଲକାଲାଇନ ଏନଭର୍ନମେଣ୍ଟର ଆବଶ୍ୟକତା ପଡିଥାଏ । ଆମେ ଯାହା ଖାଇଥାଉ ତାହା ଯୋଗୁଁ ଆମ ଶରୀରରେ ଦୁଇ ପ୍ରକାର ସ୍ଥିତି ସୃଷ୍ଟି ହୋଇଥାଏ ଯଥା ଏସିଡିକ ଏବଂ ଆଲକାଲାଇନ । ଏସିଡିକ ସ୍ଥିତି ଅଧିକ ହେଲେ ଆମ ପେଟ ଓ ଲିଭରରେ କ୍ଷତି ହୋଇଥାଏ । ଏହା ଯୋଗୁଁ ରକ୍ତରେ ଟକ୍ସିନର ମାତ୍ରା ବଢିବା ସହ ଅନ୍ୟ ସମସ୍ଯା ଅଙ୍ଗ ମଧ୍ୟ ଖରାପ ହେବାକୁ ଲାଗେ ।

ତେଣୁ ଅନ୍ୟ ସବୁ ଅଙ୍ଗକୁ ସୁସ୍ଥ କରିବା ପାଇଁ ଲିଭର ସବୁ ତା’ ଉପରକୁ ନେଇଯାଏ । କିନ୍ତୁ ଯଦି ଲିଭର ଖରାପ ହୋଇଯିବ ତେବେ ଅନ୍ୟ ସବୁ ଅଙ୍ଗକୁ ମଧ୍ୟ କେହି ବଞ୍ଚାଇ ପାରିବେ ନାହିଁ । ସେଥିପାଇଁ ଆମ ଲିଭରକୁ ସୁସ୍ଥ ରଖିବା ନିହାତି ଆବଶ୍ୟକ । ଯେବେବି ଆପଣଙ୍କୁ ଲାଗୁଛି ଆପଣଙ୍କ ଶରୀରରେ ଅଧିକ ଏସିଡ ତଥା ଗ୍ଯାସ ହେଉଛି, ହଜମ ହେଉନି, ଖଟା ହାକୁଟି ଆସୁଛି, ମୁଖ ଦୁର୍ଗନ୍ଧ ହେଉଛି କିମ୍ବା ପେଟ ଠିକ ଭାବେ ସଫା ହେଉନାହିଁ ତେବେ ଏହା ଲିଭରରେ କୌଣସି ସଂକେତ ହୋଇପାରେ ।

ତେଣୁ ଆପଣଙ୍କୁ ନିଜ ଲିଭରକୁ ପରିଷ୍କାର କରିବା ପାଇଁ ଆପଣ ଏହି ଚମତ୍କାର ଘରୋଇ ଉପଚାରର ପ୍ରୟୋଗ କରିପାରିବେ । ଏହାଦ୍ବାରା ଆପଣଙ୍କ ଲିଭର ନିଜେ ନିଜକୁ ସୁସ୍ଥ ରଖିପାରିବ । ଏଥିପାଇଁ ଆପଣଙ୍କୁ ଆବଶ୍ୟକ ହେବ ୧୦-୧୫ ଗ୍ରାମ ଡେମ୍ଫ ଲଗା ଧନିଆ ପତ୍ର । ଏହାକୁ ଆପଣ ପାଣିରେ ଭଲଭାବେ ଧୋଇ ଦିଅନ୍ତୁ । ଏହାପରେ ଗ୍ଯାସରେ ଏକ ପ୍ୟାନ ବସେଇ ସେଥିରେ ଦୁଇ ଗ୍ଳାସ ପାଣି ଢାଳନ୍ତୁ ।

ପାଣି ଅଳ୍ପ ଗରମ ହେବା ପରେ ଆପଣ ଧୋଇ ରଖିଥିବା ଧନିଆ ପତ୍ରକୁ ସେଥିରେ ପକେଇ ଦିଅନ୍ତୁ । ୧୦-୧୫ ମିନିଟ ପର୍ଯ୍ୟନ୍ତ ଏହା ଫୁଟି ଫୁଟି ଏକ ଗ୍ଳାସ ହୋଇଗଲେ ଗ୍ଯାସ ବନ୍ଦ କରି ଏହାକୁ ଏକ କପରେ ଛାଣି ନିଅନ୍ତୁ । ଏବେ ଆପଣ ଏହାକୁ ଧୀରେ ଧୀରେ ଚାହା ପିଇବା ଭଳି ସେବନ କରନ୍ତୁ । ଏହାସହ ଏହାକୁ ସେବନ କରିବାର ଏକ ଘଣ୍ଟା ପର୍ଯ୍ୟନ୍ତ କିଛିବି ଖାଆନ୍ତୁ ନାହିଁ ।

ପ୍ରତିଦିନ ସକାଳୁ ଖାଲି ପେଟରେ ଆପଣଙ୍କୁ ଏହା ସେବନ କରିବାକୁ ହେବ । ଲଗାତାର ଏହାର ସେବନ କଲେ ଆପଣଙ୍କ ଲିଭରରେ ଯାହାବି ଡ୍ୟାମେଜ ହୋଇଥିଲା ତାହା ଭଲ ହୋଇଯିବ । ଏହାସହ ଆପଣ ମସଲାଯୁକ୍ତ ଖାଦ୍ୟ, ମଦ, ସିଗାରେଟ, ତମାଖୁ, ଛଣାଛଣି ଖାଦ୍ଯ ବା ଖରାପ ତେଲ ଆଦିର ମଧ୍ୟ ସେବନ କରନ୍ତୁ ନାହିଁ ।

ଫଳରସ ପିଅନ୍ତୁ, ଫଳ ଓ ପନିପରିବା ଆଦି ଖାଆନ୍ତୁ, ଗ୍ରୀନ ଜୁସ୍ ପିଅନ୍ତୁ ଏବଂ ଅଙ୍ଗୁର ଅଧିକ ଖାଆନ୍ତୁ । ଦେଖିବେ ଆପଣଙ୍କ ଶରୀରରେ ଆଲକାଲାଇନ ଏନଭର୍ନମେଣ୍ଟ ତିଆରି ହେବା ସହ ଲିଭର ମଧ୍ୟ ସୁସ୍ଥ ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।