ଧୋନିଙ୍କର ଏହି ଫୋଟୋ ଖୋଲିଲା ଅନେକ ରାଜ୍, ଜାଣିଲେ ପ୍ରଶଂସା ନକରି ରହି ପାରିବେନି

ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ସବୁବେଳେ ନିଜର ବ୍ୟାଟିଙ୍ଗ ପାଇଁ ଜଣା ଯାଇଥାନ୍ତି । କିନ୍ତୁ ଏହି ୱୋର୍ଲ୍ଡ କପରେ କେତେକ ଲୋକମାନେ ତାଙ୍କର ଧୀର ବ୍ୟାଟିଙ୍ଗର ଆଲୋଚନା ବି କରୁଥିବାର ନଜର ଆସୁଥିଲେ । କହିବାକୁ ଗଲେ ୩୦ ଜୁନରେ ହୋଇଥିବା ଇଣ୍ଡିଆ ଓ ଇଂଲଣ୍ଡ ମ୍ୟାଚରେ ଶେଷ କିଛି ଓଭରରେ ଧୋନୀଙ୍କର ବ୍ୟାଟିଙ୍ଗକୁ ନେଇ ପ୍ରଶ୍ନ କରାଯାଉଛି । ଏହି ମ୍ୟାଚରେ ଧୋନୀ ୩୧ ଟି ବଳରେ ୪୨ ରନ କରିଥିଲେ । ଏହି ମ୍ୟାଚରେ ଧୋନୀଙ୍କ ସହିତ କେଦାର ଜାଦବଙ୍କର ବି ସମାଲୋଚନା କରଯାଇଥିଲା ।

କିନ୍ତୁ ବର୍ତ୍ତମାନ ସେହି ମ୍ୟାଚରେ ଉଠା ଯାଇଥିବା କିଛି ଫଟୋ ସୋସିୟାଲ ମିଡିୟାରେ ବହୁତ ଭାଇରାଲ ହେଉଛି । ଏହି ଫଟୋରେ ଧୋନୀ ନିଜ ମୁହଁରୁ ରକ୍ତ ବାହାର କରୁଥିବାରେ ନଜର ଆସିଥିଲେ । କହିବାକୁ ଗଲେ ଏହି ମ୍ୟାଚରେ ଧୋନୀଙ୍କୁ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଏମିତିରେ ସେ ନିଜ ମୁହଁରୁ ଆଙ୍ଗୁଠିରୁ ରକ୍ତ ଚୁସିଲେ ଓ ତାହାକୁ ଫୋପଡି ଦେଲେ ।

ଏହାର ଅର୍ଥାତ ଆଙ୍ଗୁଠିରୁ ରକ୍ତ ବାହାରିବ ସତ୍ବେ ବି ସେ ପଡିଆରେ ଛିଡା ହୋଇଥିଲେ । ବୋଧେ ଏହି କାରଣ ଅଟେ କି ତାଙ୍କର ଏହି ମ୍ୟାଚରେ ପ୍ରଦର୍ଶନ ଖରାପ ଥିଲା । ଯେତେବେଳେ ଲୋକମାନଙ୍କୁ ଧୋନୀଙ୍କର ଏହି କଥା ବିଷୟରେ କହିଲେ ତେବେ ସେମାନେ ଧୋନୀଙ୍କୁ ନେଇ ନିଜର ରାୟ ବଦଳି ଦେଲେ । ବର୍ତ୍ତମାନ ସମସ୍ତେ ସୋସିୟାଲ ମିଡିୟାରେ ତାଙ୍କର ପ୍ରଶଂସା କରିବାକୁ ଲାଗୁଛନ୍ତି ।

ସୂଚନା ଅନୁସାରେ ଏହି ମ୍ୟାଚରେ ଧୋନୀଙ୍କ ଆଙ୍ଗୁଠିରେ ଦୁଇଥର ଆଘାତ ଲାଗିଥିଲା । ପ୍ରଥମ ଥର ସେ ଯେତେବେଳେ ୱିକେଟକୀପିଂଗ କରୁଥିଲେ । ଦ୍ଵିତୀୟ ଥର ସେ ଯେତେବେଳେ ବ୍ୟାଟିଙ୍ଗ କରୁଥିଲେ । ମ୍ୟାଚ ସମୟରେ ଧୋନୀଙ୍କର ଆଙ୍ଗୁଠିରେ ବ୍ୟଥା ହେଉଥିଲା କିନ୍ତୁ ଏହା ସତ୍ବେ ବି ସେ ଆଉଟ ହୋଇ ନ ଥିଲେ ଓ ପୁରା ୫୦ ଓଭର ପର୍ଯ୍ୟନ୍ତ ଖେଳିଲେ ।

ସୋସିୟାଲ ମିଡିୟାରେ ଜଣେ ୟୁଜର ଲେଖିଲେ କି “ଧୋନୀ ମୋର ଭଲ ପାଇବା ଆପଣଙ୍କ ସହିତ ଅଛି । ଆପଣ ଶ୍ରେଷ୍ଠ ଅଟନ୍ତି । “ ଅନ୍ୟ ଏକ ୟୁଜର ଲେଖିଲେ “ଆଙ୍ଗୁଠିରେ ଆଘାତ ଲାଗିଲା ପରେ ବି ଧୋନୀ ଦେଶ ପାଇଁ ଖେଳୁଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଭଲ ଲାଗିଲେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।