ଯେଉଁ କମ୍ପାନୀର ବି ଗ୍ୟାସ ସିଲିଣ୍ଡର ହେଉ ନା କାହିଁକି, ତାର ରଙ୍ଗ ସବୁବେଳେ ନାଲି ହିଁ ହୋଇଥାଏ, ଜାଣନ୍ତୁ କାହିଁକି !

କେତେ ଥର ଆପଣଙ୍କ ମନରେ ଏହି ପ୍ରଶ୍ନ ଉଠିଥିବ କି କାହିଁକି ଗ୍ୟାସ ସିଲିଣ୍ଡର ରଙ୍ଗ ଲାଲ ହୋଇଥାଏ ? ଚାଲନ୍ତୁ ଆଜି ଆମେ ଏହି ବିଷୟରେ କହିଦେଉଛୁ । ବର୍ତ୍ତମାନ ସମୟରେ ସମସ୍ତଙ୍କ ଘରେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଏଲପିଜି ଗ୍ୟାସ ବ୍ୟବହାର କରାଯାଇଥାଏ । ଏହି ଗ୍ୟାସର ଉପଯୋଗ ଦ୍ଵାରା ସମୟ ବି ବଞ୍ଚିଥାଏ ଓ ଅଧିକ କଷ୍ଟ ବି କରିବାକୁ ପଡି ନ ଥାଏ ।

ଦେଶର ବହୁତ କମ୍ପାନୀ ଅଛନ୍ତି ଯେଉଁମାନେ ଏଲପିଜି ଗ୍ୟାସ ଉପଲବ୍ଧ କରୁଛନ୍ତି । ଭାରତ ସରକାର ବି ଏଲପିଜି ଗ୍ୟାସର ଉପଯୋଗ କରିବା ପାଇଁ ପ୍ରେରିତ କରୁଛନ୍ତି । ଯାହା ଦ୍ଵାରା କାଠର ଚୁଲା ଦ୍ଵାରା ବ୍ୟାପୁଥିବା ପ୍ରଦୂଷଣକୁ କମ କରାଯାଇ ପାରିବ । ବର୍ତ୍ତମାନ ପ୍ରଶ୍ନ ଉଠିଥାଏ କି ଦେଶର ସମସ୍ତ କମ୍ପାନୀମାନେ ଗ୍ୟାସ ସିଲିଣ୍ଡରର ରଙ୍ଗ ଲାଲ ହିଁ କାହିଁକି କରିଥାନ୍ତି ।

ଏଲପିଜି ଗ୍ୟାସ ସିଲିଣ୍ଡରକୁ ଲାଲ ରଙ୍ଗ କରିବାର ଦୁଇଟି ପ୍ରମୁଖ କାରଣ ଅଛି । ପ୍ରଥମ ଏହି ନାଲି ରଙ୍ଗ ଦୁର୍ଘଟଣାର ସଂକେତ ଦେଇଥାଏ । ଯାହାକି ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଏଲପିଜି ଗ୍ୟାସରୁ ହୋଇଥାଏ । ଯାହାକି ଅଧିକ ଜ୍ୱଳନଶୀଳ ହୋଇଥାଏ । ଏଲପିଜି ଗ୍ୟାସ ବହୁତ ଜଲ୍ଦି ନିଆଁ ଧରି ନେଇଥାଏ । ଏମିତିରେ ଏଲପିଜି ଗ୍ୟାସକୁ ସାବଧାନର ସହ ବ୍ୟବହାର କରିବା ଉଚିତ । ଯାହା ଦ୍ଵାରା ଆପଣ ବଡ ବଡ ଦୁର୍ଘଟଣାରୁ ବଞ୍ଚି ପାରିବେ ।

ଦ୍ଵିତୀୟ କାରଣ ହେଉଛି କି ଏଲପିଜି ଗ୍ୟାସକୁ ଚିହ୍ନିବା ପାଇଁ କରାଯାଇଥାଏ । କହିଦେଉଛୁ କି ବିଭିନ୍ନ ଗ୍ୟାସର ସିଲିଣ୍ଡରକୁ ଚିହ୍ନିବା ପାଇଁ ତାହାକୁ ଅଲଗା ଅଲଗା ରଙ୍ଗ କରାଯାଇଥାଏ । ଯେମିତି କି ଅକ୍ସୀଜନର ଗ୍ୟାସର ସିଲିଣ୍ଡରକୁ ଚିହ୍ନିବା ପାଇଁ ଧଳା ରଙ୍ଗ, କାର୍ବନ ଡାଈଅକ୍ସାଇଡ ଗ୍ୟାସର ସିଲିଣ୍ଡରକୁ ଗ୍ରେ ରଙ୍ଗ, ନାଇଟ୍ରୋଜନ ଗ୍ୟାସର ସିଲିଣ୍ଡରକୁ କଳା ରଙ୍ଗ, ହିଲିୟମ ଗ୍ୟାସର ସିଲିଣ୍ଡରକୁ ମାଟିଆ ରଙ୍ଗ ଓ ନାଇଟ୍ରସ ଅକ୍ସାଇଡ ଗ୍ୟାସର ସିଲିଣ୍ଡରକୁ ବ୍ଲୂ ରଙ୍ଗ କରାଯାଇଥାଏ ।

ଏମିତିରେ ଜଣା ପଡିଯାଏ କି କେଉଁ ସିଲିଣ୍ଡରରେ କେଉଁ ଗ୍ୟାସ ଭର୍ତ୍ତି ହୋଇଛି । ଏଲପିଜି ଗ୍ୟାସକୁ ଲାଲ ରଙ୍ଗର ସିଲିଣ୍ଡରରେ ଭର୍ତ୍ତି କରାଯାଏ ଯାହା ଦ୍ଵାରା ଏହା ସହଜରେ ଜାଣି ହେବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।