ମହେନ୍ଦ୍ର ସିଂହ ଧୋନୀ କ୍ରିକେଟରୁ ଦୂରେଇ ଯାଇଥିଲେ ମଧ୍ୟ, ଏହି ୭ଟି ସାଇଡ ବିଜନେସରୁ ଖୁବ କମାନ୍ତି ଟଙ୍କା

ଭାରତୀୟ ଟିମର ପୂର୍ବତମ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ୬ ମାସରୁ ବି ଅଧିକ ସମୟ ହେବ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଦୁରରେ ଅଛନ୍ତି ଓ କିଛି ଦିନ ତଳେ BCCI ଅକ୍ଟୋବର ୨୦୧୯ ରୁ ସେପ୍ଟେମ୍ବର ୨୦୨୦ର ଅବଧିରେ ନିଜ ବାର୍ଷିକ ଅନୁବନ୍ଧରେ ଧୋନୀଙ୍କୁ କ୍ରିକେଟରୁ ବାହାର କରିଦେଇଛି । କ୍ରିକେଟ ନ ଖେଳି ମଧ୍ୟ ଧୋନୀ ସବୁ ସ୍ଥାନରେ ଚର୍ଚ୍ଚାରେ ଅଛନ୍ତି । ଧୋନୀ ତାଙ୍କ ଜୀବନରେ ବହୁତ କଷ୍ଟ କରି ଏହି ସଫଳତାକୁ ହାସଲ କରିଛନ୍ତି । ରାତି ଦିନର କଷ୍ଟ ପାଇଁ ଏହି ସଫଳତା ତାଙ୍କୁ ମିଳିଛି ।

ହେଲେ କଣ ଆପଣମାନେ ଜାଣିଛନ୍ତି କି, ଧୋନୀଙ୍କର କ୍ରିକେଟ ଛଡା ଅନ୍ୟ କେଉଁ ସବୁ କାମରୁ ତାଙ୍କ ପାଖକୁ ଟଙ୍କା ଆସିଥାଏ । ମହେନ୍ଦ୍ର ସିଂହ ଧୋନୀ ଭାରତର ୧୦୦ ଜଣ ହସ୍ତୀଙ୍କ ମଧ୍ୟରୁ ଜଣେ ଅଟନ୍ତି । ୩୮ ବର୍ଷ ବୟସର ଏହି ଖେଳାଳିର ସମ୍ପତି ୨୦୧୮ରେ ୧୦୧,୭୭ କୋଟି ଟଙ୍କାରୁ ବଢି ୨୦୧୯ରେ ୧୩୫,୯୩ କୋଟି ଟଙ୍କାରେ ପହଞ୍ଚିଛି ।

ଆଜି ଆମେ ଆପଣଙ୍କୁ ଧୋନୀଙ୍କର ୭ ଟି ବିଜନେସ ବିଷୟରେ କହିବୁ । ଯାହା ଦ୍ଵାରା ଧୋନୀ ବହୁତ ଟଙ୍କା ଅର୍ଜନ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

SEVEN

‘SEVEN’ ହେଉଛି ଧୋନୀଙ୍କର ଏକ ଲାଇଫଷ୍ଟାଇଲ ବ୍ରାଣ୍ଡ । ଏହା ସ୍ପୋର୍ଟ୍ସୱିୟର, କାଜୁଆଲ ଓ ଫୁଟୱିୟରର ନିର୍ମାଣ ଓ ମାର୍କେଟିଂଗ ବି କରିଥାଏ । ଏହା ୨୦୧୬ରେ ଲଞ୍ଚ ହୋଇଥିଲା ।

ସ୍ପୋର୍ଟ୍ସଫିଟ

୨୦୧୧ରେ ଦେଶ ସାରା ୨୦୦ ଜିମ୍ ଖୋଲି ମହେନ୍ଦ୍ର ସିଂହ ଧୋନୀ ୨୦୧୨ରେ କମର୍ସିଆଲ ଫିଟନେସ ବେଞ୍ଚର ସ୍ପୋର୍ଟ୍ସଫିଟରେ ସାମିଲ ହୋଇଥିଲେ ।

ଧୋନୀ ଏଣ୍ଟରଟେନମେଣ୍ଟ

ଧୋନୀ ଏଣ୍ଟରଟେନମେଣ୍ଟ ନିଜ ଯାତ୍ରାର ଆରମ୍ଭ ‘ରୋର ଅଫ ଦି ଲାୟନ’ ନାମକ ଡକ୍ୟୁମେଣ୍ଟ୍ରି ସହ କରିଛି । ଏହା ସୋସିଆଲ ମିଡିଆ ପ୍ଲାଟଫର୍ମ ହଟଷ୍ଟାରରେ ଏପର୍ଯ୍ୟନ୍ତ ର ସବୁଠୁ ବଡ ରିଲିଜ ଅଟେ ।

ଚେନାଇୟିନ ଏଫସି

ଧୋନୀ କ୍ରିକେଟ ଛଡା ଅନ୍ୟ ଖେଳକୁ ମଧ୍ୟ ପସନ୍ଦ କରନ୍ତି । ସେ ଫୁଟବଲକୁ ବହୁତ ପସନ୍ଦ କରନ୍ତି । ସେ ଇଣ୍ଡିଆନ ଲିଗର ଏକ ମାଲିକ ରୂପେ ରହିଛନ୍ତି ।

ହୋଟେଲ ମାହି ରେସିଡେନ୍ସି

ଧୋନୀ ହୋଟେଲ ମାହି ରେସିଡେନ୍ସିରେ ମଧ୍ୟ ନିବେଶ କରିଛନ୍ତି । ଏହି ହୋଟେଲଟି ଅଧିକ ଚର୍ଚ୍ଚାରେ ଆସି ନାହିଁ, ଏହା ଝାଡ଼ଖଣ୍ଡରେ ଅବସ୍ଥିତ ।

ରାଞ୍ଚି ରେଜ

ଧୋନୀ ଏକ ହକି ଫ୍ରାଞ୍ଚାଇଜରେ ମଧ୍ୟ ନିବେଶ କରିଛନ୍ତି । ଏହା ରାଞ୍ଚିରେ ଅବସ୍ଥିତ ଓ ଏହାର ନାମ ହେଉଛି ‘ରାଞ୍ଚି ରେଜ’ ।

ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ

ଭାରତୀୟ ବ୍ରାଣ୍ଡର ସବୁବେଳେ ଭାରତୀୟ ଖେଳାଳିମାନଙ୍କ ସହିତ ଭଲ ସାପରକା ରହିଛି । ଖାସ କରି ଯେବେ ଏହି ସବୁ ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡର ଧୋନୀ ଅଛନ୍ତି । ମହେନ୍ଦ୍ର ସିଂହ ଧୋନୀ ପେସ୍ପି, ବୁଷ୍ଟ, ପନେରାଇ, ସ୍ନିକର୍ସ, ଭିଡିଓକନ ଓ କୋଲଗେଟ ଆଦି ବହୁତ ଭାରତୀୟ ବ୍ରାଣ୍ଡକୁ ପ୍ରଚାର କରିଛନ୍ତି ।

ଏହି ସବୁ ବିଜନେସ ଦ୍ଵାରା ମହେନ୍ଦ୍ର ସିଂହ ଧୋନୀ କୋଟି କୋଟି ଟଙ୍କା କମାଇଥାନ୍ତି ।