ଯଦି ଶରୀରରେ ଦେଖାଯାଏ ଏମିତି ସଂକେତ, ତ ବୁଝି ଯାଆନ୍ତୁ କି ଆପଣଙ୍କର କିଡନୀ ହେବାକୁ ଯାଉଛି ଖରାପ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ଶରୀର ଠିକ ରୂପରେ କାମ କରିବା ପାଇଁ ସବୁ ଅଙ୍ଗ ଠିକ ରୂପରେ କାମ କରିବା ବହୁତ ଆବଶ୍ୟକ ଅଟେ । ଆଜିର ଏହି ଲେଖାରେ ଆମେ ଆପଣଙ୍କୁ କିଡନୀ ଖରାପ ହେବାରୁ ବଞ୍ଚିବା ପାଇଁ କିଛି ଟିପ୍ସ କହିବାକୁ ଯାଉଛୁ । କହିଦେଉଛୁ କି ଯଦି କାହାର କିଡନୀରେ କୌଣସି ପ୍ରୋବ୍ଲେମ ହୋଇଯାଏ କିମ୍ବା କିଡନୀ ଫେଲ ହୋଇଯାଏ ତେବେ ଏହାର ମୂଲ୍ୟ ମଣିଷକୁ ନିଜର ଜୀବନ ଦେଇ ମଧ୍ୟ ଭରିବାକୁ ପଡିଥାଏ ।

କିଡନୀରେ ଆସୁଥିବା ସମସ୍ୟାର ମୁଖ୍ୟ କାରଣ ସଠିକ ଦିନଚର୍ଯା ନ ହେବା ଓ ଖରାପ ଖାଦ୍ୟପାନ ଅଟେ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ମନୁଷ୍ୟ ଶରୀରରେ ଦୁଇଟି କିଡନୀ ଅଛି ଓ ଯଦି ଗୋଟିଏ ଖରାପ ହୋଇଯାଏ ତେବେ ବ୍ୟକ୍ତିକୁ ଦ୍ଵିତୀୟ କିଡନୀ ଦ୍ଵାରା ଜୀବିତ ରହିବାକୁ ପଡିଥାଏ । ଶରୀରରେ କିଡନୀର ସମସ୍ୟା ହୋଇଗଲେ କିଛି ସଂକେତ ଦେବାକୁ ଲାଗେ ଓ ଆଜି ଆମେ ଆପଣଙ୍କୁ ସେହି ସମସ୍ତ ସଂକେତ ବିଷୟରେ କହିବାକୁ ଯାଉଛୁ ।

କିଡନୀ ଶରୀରରେ ହୀମୋଗ୍ଲୋବିନର ବ୍ୟାଲାନ୍ସକୁ ସନ୍ତୁଳିତ କରିଥାଏ । କିଡନୀ ଫେଲ ହେବା ପରେ ଏହା ବନ୍ଦ ହୋଇଯାଏ । ଏମିତିରେ ଶରୀରରେ ବ୍ଲଡ ଅକ୍ସୀଜେନ କମ ହେବାକୁ ଲାଗିଥାଏ । ଯେଉଁ କାରଣରୁ ମନୁଷ୍ୟକୁ ଥକାପଣ ଅନୁଭବ ହୋଇଥାଏ । ଏହା ସହିତ ଯଦି ଆପଣ କାମ କରୁଛନ୍ତି କିମ୍ବା କରୁ ନାହାନ୍ତି ଏହା ପରେ ବି ଆପଣଙ୍କୁ ଥକାପଣ ଅନୁଭବ ହେଉଛି ତେବେ ଆପଣ ତୁରନ୍ତ ଡାକ୍ତରଙ୍କ ସହ ସାକ୍ଷାତ କରି ଓ କିଡନୀର ଯାଞ୍ଚ କରିବା ଉଚିତ ।

ଯଦି କିଡନୀ ଖରାପ ହେବାକୁ ଲାଗିଥାଏ ତେବେ ଶରୀରରୁ ବିଷଯୁକ୍ତ ପଦାର୍ଥ ବାହାରି ପାରେ ନାହିଁ । ଏହି କାରଣରୁ ଓଜନ ବଢିବାକୁ ଲାଗିଥାଏ ଓ ଶରୀର ବିନା କାରଣରେ ଫୁଲିବାକୁ ଲାଗିଥାଏ । କିଡନୀ ଖରାପ ହେବା ପରେ ବାରମ୍ବାର ପରିଶ୍ରା ଲାଗିଥାଏ କିନ୍ତୁ ଯିବା ପରେ ପରିଶ୍ରା ଠିକ ରୂପରେ ହୋଇ ନ ଥାଏ । ଏହା ବି କିଡନୀ ଫେଲର ଏକ ଲକ୍ଷଣ ହୋଇ ପାରେ । ଏହି ସ୍ଥିତିରେ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରନ୍ତୁ ।

ଏହା ଛଡା ଯଦି ସଠିକ ରୂପରେ ଭୋକ ଲାଗୁ ନାହିଁ ତେବେ ଏହା ବି କିଡନୀ ସମସ୍ୟାର ଏକ ଲକ୍ଷଣ ହୋଇ ପାରେ । କାରଣ ଏହାର ମୁଖ୍ୟ କାମ ଶରୀରରୁ ବିଷଯୁକ୍ତ ଖାଦ୍ୟକୁ ବାହାର କରିବାର ହୋଇଥାଏ । କିନ୍ତୁ ଯେତେବେଳେ ଏହିଭଳି ହୋଇ ନ ଥାଏ ତେବେ ଶରୀରରେ ବିଷଯୁକ୍ତ ଖାଦ୍ୟ ଏକାଠି ହେବାକୁ ଲାଗିଥାଏ । ଯାହା ଦ୍ଵାରା ଆମକୁ ଭୋକ ଲାଗିଥାଏ ।

ଯଦି ଶରୀରରେ ଏହିଭଳି ସବୁ ଲକ୍ଷଣ ଦେଖା ଯାଉଛି ତେବେ ଏହାକୁ ନଜର ଅନ୍ଦାଜ କରନ୍ତୁ ନାହିଁ । ସଙ୍ଗେ ସଙ୍ଗେ କୌଣସି ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ ଓ ଚିକିତ୍ସା କରାନ୍ତୁ ।