ସବୁ ମା’ଙ୍କୁ ବୁଧବାର ଦିନ କରିବା ଉଚିତ ଏହି ୫ ଟି କାମ, ଖୋଲିଯାଏ ପିଲାମାନଙ୍କ ଭାଗ୍ୟ

ମା ଓ ପିଲାର ସମ୍ପର୍କ ଦୁନିଆର ସବୁଠାରୁ ଶକ୍ତିଶାଳୀ ସମ୍ପର୍କ ହୋଇଥାଏ । ଗୋଟେ ମା ପାଇଁ ତା ସନ୍ତାନ ସବୁବେଳେ ପିଲା ହୋଇ ରହିଥାଏ । ସବୁବେଳେ ମା’ ତା’ ପିଲାର ଚିନ୍ତା କରିଥାଏ । ମା’ ସବୁବେଳେ ଚାହେଁ ତାର ପୁଅ ଓ ଝିଅ ସବୁବେଳେ ଖୁସିରେ ରହୁ, ଜୀବନରେ ଅଧିକ ସଫଳତା ଲାଭ କରୁ ଓ କେବେ ବିପଦରେ ନପଡୁ । ଆପଣଙ୍କର ଏହି ମନୋକାମନା ଗଣେଶଙ୍କ ଦ୍ଵାରା ପୂର୍ଣ୍ଣ ହୋଇପାରିବ ।

କାରଣ ଗଣେଶଙ୍କୁ ଭାଗ୍ୟର ଦେବତା ବୋଲି କୁହାଯାଏ । ଯଦି ପିଲାଟି ନିଜ ଭାଗ୍ୟ ବଦଳାଇବାକୁ ଚେଷ୍ଟା କରୁନାହିଁ ତେବେ ତା ମାଙ୍କୁ ଏହି କାର୍ଯ୍ୟ କରିବା ଉଚିତ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହାକୁ ଆପଣ ଉପଯୋଗ କରି ନିଜ ସନ୍ତାନର ଭାଗ୍ୟ ପରିବର୍ତ୍ତନ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

୧. ବୁଧବାର ଦିନ ଗଣେଶଙ୍କ ଆରତି ଓ ପୂଜା କରନ୍ତୁ, ଆରତି କରିସାରିବା ପରେ ପ୍ରଥମ ଆରତି ଗଣେଶଙ୍କୁ ଓ ଦ୍ଵିତୀୟ ଆରତି ପିଲାମାନଙ୍କୁ ଦିଅନ୍ତୁ । ଏହା କରିବା ଦ୍ଵାରା ପିଲାଙ୍କ ଉପରେ ସବୁବେଳେ ଗଣେଶଙ୍କ ଆଶୀର୍ବାଦ ରହିଥାଏ । ପିଲାଟି ଯେଉଁ କାର୍ଯ୍ୟ କରିବ ସେଥିରେ କିଛି ବିଘ୍ନ ଘଟିବ ନାହିଁ ଏବଂ ଗଣେଶ ସବୁବେଳେ ତାଙ୍କର ସୁରକ୍ଷା କରିବେ ।

୨. ବୁଧବାର ଦିନ ସବୁ ମା’ ଗଣେଶଙ୍କୁ କିଛି ଭୋଗ ଲଗେଇ ସେହି ପ୍ରସାଦକୁ ପିଲାମାନଙ୍କୁ ଦେବା ଉଚିତ, ଏହା ଦ୍ଵାରା ପିଲାଙ୍କୁ କୌଣସି ବିପଦର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଏହା ସହିତ ପିଲାଟିକୁ ସଦବୁଦ୍ଧି ମିଳିଥାଏ ଓ ସେ ସବୁବେଳେ ଠିକ କାର୍ଯ୍ୟ କରିଥାଏ ।

୩. ବୁଧବାର ଦିନ ନିଜ ପିଲା ହାତରୁ ଗୋମାତାଙ୍କୁ ରୁଟି ଖାଇବାକୁ ଦିଅନ୍ତୁ । ହିନ୍ଦୁ ଧର୍ମ ଅନୁସାରେ ଗାଈ ମଧ୍ୟରେ ୩୩ କୋଟି ଦେବତା ବାସ କରନ୍ତି । ଗାଈଙ୍କୁ ଖାଇବାକୁ ଦେବା ଦ୍ଵାରା ପିଲାଟିକୁ ବହୁତ ଆଶୀର୍ବାଦ ମିଳିଥାଏ ।

୪. ଦାନ କରିବା ଏକ ବଡ ଧର୍ମ ଅଟେ, ଏଥିପାଇଁ ମାଙ୍କୁ ବୁଧବାର ଦିନ ପିଲାଙ୍କ ହାତରୁ କିଛି ଦାନ ଦେବା ଉଚିତ । ଦାନରେ ପଇସା, ଖାଇବା ଦ୍ରବ୍ୟ କିମ୍ବା କିଛି ବସ୍ତୁ ଗରିବ ଲୋକ ମାନଙ୍କୁ ଦେବା ଉଚିତ । ଏହା ଦ୍ଵାରା ପିଲା ମାନଙ୍କର ମଙ୍ଗଳ ହେବ ।

୫. ବୁଧବାର ଦିନ ମା’ ତା’ ପିଲାକୁ କଳା ଟିକା ମଧ୍ୟ ଲଗାଇ ପାରିବେ । ଏହା କରିବା ଦ୍ଵାରା ପୁରା ସପ୍ତାହରେ ପିଲାଟିର କିଛି ଖରାପ ହେବ ନାହିଁ । ଏହା ସହିତ ସବୁ ନକରାତ୍ମକ ଶକ୍ତିଠାରୁ ପିଲାଟି ଦୂରରେ ରହିବ ।

ମା ମାନେ ନିଜ ପିଲାଙ୍କ ପାଇଁ ବୁଧବାର ଦିନ ବ୍ରତ ମଧ୍ୟ ରଖିପାରିବେ । ଏହି ସବୁ ଉପାୟ ଗୁଡିକ ମା କରିବା ଦ୍ଵାରା ପିଲାର ମଙ୍ଗଳ ହୋଇଥାଏ ଓ ସେମାନେ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନଥାନ୍ତି ।