ମନୁସ୍ମୃତି ଅନୁସାରେ ଏହି ୪ ଜଣଙ୍କ ରାସ୍ତାରୁ ତୁରନ୍ତ ହଟିଯିବା ଉଚିତ, କେବେ ବି ଭୁଲନ୍ତୁ ନାହିଁ

ହିନ୍ଦୁ ଧର୍ମରେ ମନୁସ୍ମୃତିର ବିଶେଷ ମହତ୍ଵ ରହିଛି । ଏହି ଗ୍ରନ୍ଥରେ ମଣିଷକୁ ସୁଖୀ ଓ ସଂସ୍କାରଯୁକ୍ତ ବ୍ୟକ୍ତି ହେବା ପାଇଁ ବିଭିନ୍ନ ଉପାୟ ବିଷୟରେ କୁହାଯାଇଛି । ଏହି ମହାନ ଗ୍ରନ୍ଥକୁ ରୁଷି ମନୁ ଲେଖିଥିଲେ । ଏହି ଗ୍ରନ୍ଥରେ ଜୀବନ ନିର୍ବାହକୁ ନେଇ ଜଡିତ ବହୁତ ସୂତ୍ର ବିଷୟରେ କୁହାଯାଇଛି । ଯାହା ଆଜି ବି ଆମ୍ଭମାନଙ୍କ ପାଇଁ ବହୁତ ମହତ୍ତ୍ଵ ରଖେ । ମନୁସ୍ମୃତି ର ଏକ ଶ୍ଳୋକରେ କୁହାଯାଇଛି କି କେଉଁ ୮ ଜଣ ଲୋକ ସାମ୍ନାକୁ ଆସିଲେ ସ୍ଵୟଂ ମାର୍ଗରୁ ହଟି ଯାଇ ଏମାନଙ୍କୁ ପ୍ରଥମେ ଯିବାକୁ ଦେବା ଉଚିତ । ଆସନ୍ତୁ ଜାଣିବା ସେହି ୮ ଜଣ ଲୋକମାନଙ୍କ ବିଷୟରେ ଯେଉଁମାନଙ୍କ ବିଷୟରେ ଏହି ଶ୍ଳୋକରେ କୁହାଯାଇଛି ।

ମନୁସ୍ମୃତି ଶ୍ଳୋକ –

ଚକ୍ରିଣୋ ଦଶମୀସ୍ଥସ୍ୟ ରୋଗିଣୋ ଭାରିଣଃ ସ୍ତ୍ରିୟାଃ ।

ସ୍ନାତକସ୍ୟ ଚ ରାଜ୍ଞଶ୍ଚ ପନ୍ଥା ଦେୟୋ ବରସ୍ୟ ଚ ।।

୧. ବୃଦ୍ଧ ବ୍ୟକ୍ତି

ଯଦି ରାସ୍ତାରେ କୌଣସି ବୃଦ୍ଧ ବ୍ୟକ୍ତି କିମ୍ବା ମହିଳା ଆସି ଯାଆନ୍ତି ତେବେ ସ୍ଵୟଂ ପଛକୁ ହଟି ତାଙ୍କୁ ପ୍ରଥମେ ରାସ୍ତା ଦେବା ଉଚିତ । କହିବାକୁ ଗଲେ ବୃଦ୍ଧ ବ୍ୟକ୍ତି ସର୍ବଦା ସମ୍ମାନର ଅଧିକାରୀ ହୋଇଥାନ୍ତି । ତାଙ୍କୁ କୌଣସି ବି ସ୍ଥିତିରେ ଅପମାନିତ କରିବା ଉଚିତ ନୁହେଁ । ଯଦି ବୃଦ୍ଧ ବ୍ୟକ୍ତିଙ୍କୁ ରାସ୍ତା ନ ଦେଇ ଆମେ ପ୍ରଥମେ ସେହି ରାସ୍ତାର ଉପଯୋଗ କରିବା ତେବେ ଏହା ବୃଦ୍ଧ ବ୍ୟକ୍ତିର ଅପମାନ ସଙ୍ଗେ ସମାନ ଅଟେ । ଏଥିପାଇଁ ମନୁସ୍ମୃତିରେ କୁହାଯାଇଛି କି ସ୍ଵୟଂ ପଛକୁ ଫେରିଯାଇ ବୃଦ୍ଧ ବ୍ୟକ୍ତିଙ୍କୁ ପ୍ରଥମେ ରାସ୍ତା ଛାଡିଦେବା ଉଚିତ ।

୨. ରୋଗୀ

ରୋଗୀ ବ୍ୟକ୍ତି ଦୟା ଓ ସ୍ନେହର ପାତ୍ର ହୋଇଥାନ୍ତି । ଯଦି ରାସ୍ତାରେ ଜଣେ ରୋଗୀ ସାମ୍ନାକୁ ଆସି ଯାଉଛି ତେବେ ତାକୁ ପ୍ରଥମେ ଯିବାକୁ ଦେବା ଉଚିତ । ସମ୍ଭବତଃ ରୋଗୀ ବ୍ୟକ୍ତି ଚିକିତ୍ସା ପାଇଁ ଯାଉଥିବ କିନ୍ତୁ ଯଦି ଆମେ ତାକୁ ରାସ୍ତା ଛାଡିବା ନାହିଁ ଓ ପ୍ରଥମେ ସେହି ରାସ୍ତାର ଉପଯୋଗ କରିବା ତେବେ ରୋଗୀର କିଛି ବି ହୋଇପାରେ । ଏମିତିରେ ରୋଗୀକୁ ଜଲ୍ଦି ରାସ୍ତା ଛାଡି ଦେବା ଉଚିତ ।

୩. ବୋଝ ଉଠାଇଥିବା ବ୍ୟକ୍ତି

ଯଦି ରାସ୍ତାରେ ଜାଗା ନାହିଁ ଓ ସାମ୍ନାକୁ ବୋଝ ଉଠାଇଥିବା ବ୍ୟକ୍ତି  ଆସି ଯାଉଛି ତେବେ ପ୍ରଥମେ ତାକୁ ହିଁ ଯିବା ଉଚିତ । କାରଣ ସେମାନେ ସାଧାରଣ ବ୍ୟକ୍ତିଙ୍କ ଠାରୁ ଅଧିକ କଷ୍ଟରେ ରହିଥାନ୍ତି ।

୪. ସ୍ତ୍ରୀ

ମନୁସ୍ମୃତି ଅନୁସାରେ ମାର୍ଗରେ ଯଦି କୌଣସି ସ୍ତ୍ରୀ ଆସି ଯାଆନ୍ତି ତେବେ ସ୍ଵୟଂ ପଛକୁ ହଟି ଯାଇ ପ୍ରଥମେ ତାଙ୍କୁ ଯିବାକୁ ଦେବା ଉଚିତ । ଏହା ଏଥିପାଇଁ କାରଣ ହିନ୍ଦୁ ଧର୍ମରେ ସ୍ତ୍ରୀଙ୍କୁ ବହୁତ ସମ୍ମାନୀୟ କୁହାଯାଇଛି । କୌଣସି ପ୍ରକାରରେ ବି ସ୍ତ୍ରୀଙ୍କୁ ଅନାଦର କରିବା ଉଚିତ ନୁହେଁ ।

ଏହା ଛଡା ରାସ୍ତାରେ ରୁଷି ମୁନି, ବର, ରାଜା ଓ ରଥରେ ଯାଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ରାସ୍ତା ଛାଡି ଦେବା ଉଚିତ ।