ଧରିତ୍ରୀର କେନ୍ଦ୍ରରେ ହେଉଥିବା ଅଦ୍ଭୁତ କମ୍ପନ ବିଷୟରେ ବୈଜ୍ଞାନିକମାନେ ପତା ଲଗାଇଛନ୍ତି, ଏହା ବିଷୟରେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

କରୋନା ପାଇଁ ସାରା ଦେଶ ଏବଂ ଦେଶର ବୈଜ୍ଞାନିକ ମାନେ ବହୁତ ଚିନ୍ତାରେ ଅଛନ୍ତି । ଏଥିରୁ କେମିତି ରକ୍ଷା ପାଇବେ ତାର ଉପାୟ ଖୋଜିବାରେ ଲାଗିଛନ୍ତି । ଏହି ସମୟରେ ବୈଜ୍ଞାନିକ ମାନେ ପୃଥିବୀ ସହିତ ଯୋଡି ହୋଇଥିବା କିଛି ସଂକେତକୁ ନେଇ ସେମାନେ ବହୁତ ଚିନ୍ତାରେ ଅଛନ୍ତି । ଏହି ମଧ୍ୟରେ ବୈଜ୍ଞାନିକ ମାନଙ୍କ ସାମନାରେ କେତେ ପ୍ରକାରର ପ୍ରଶ୍ନ ଥିଲା ଯାହାର ଉତ୍ତର ଖୋଜିବା ସମୟରେ ସେମାନଙ୍କୁ ଧରିତ୍ରୀ ଗର୍ଭରୁ ଏକ ଏମିତି ସୂଚନା ମିଳିଲା ଯାହା ସମସ୍ତକୁ ଆଶ୍ଚର୍ଯ୍ୟ କରୁଛି । ବୈଜ୍ଞାନିକମାନଙ୍କର ଅନୁସନ୍ଧାନ ରୁ ସୂଚନା ମିଳିଛି କି ଧରିତ୍ରୀ ମଝିରେ ଥିବା ଭାଗ ବୁଲୁଛି, ଏହାକୁ କୋର କୁହାଯାଇ ଥାଏ । ଏହି କୋର ବୁଲିବା ଦ୍ଵାରା ମାଟି ଉପରେ ଥିବା ପାହାଡ ଗୁଡିକର ଉଚତା ବଢୁଛି ।

ସାମନାକୁ ଆସିଲା ଅଧ୍ୟୟନ

ଏହି ବିଷୟରେ ଅର୍ବାନା କ୍ୟାମ୍ପେନ ରେ ଥିବା ୟୁନିଭର୍ସିଟି ଅଫ ଇଲିନୟ ର ବୈଜ୍ଞାନିକ ମାନେ କହିଛନ୍ତି କି ଏହି ପ୍ରକାର ଧରିତ୍ରୀ ଉପରେ ହେବାକୁ ଥିବା ଏହି ପରିବର୍ତ୍ତନକୁ ନେଇ ଏକ ଷ୍ଟଡି କରାଯାଇଛି । ଏହା ରିସର୍ଚ ର ୟାର୍ଥ ଆଣ୍ଡ ପ୍ଲେନେଟରୀ ସାଇନ୍ସ ଲେଟର୍ସ ରେ ପ୍ରକାଶିତ କରାଯାଇଛି ।

ଏହି ୟୁନିଭର୍ସିଟି ର ବୈଜ୍ଞାନିକ ମାନେ ନିଜର ଗବେଷଣାରେ ପାଇଛନ୍ତି କି ଧରିତ୍ରୀ ର କେନ୍ଦ୍ର ବା କୋର ବୁଲୁ ଅଛି । ଏହା କାରଣରୁ ପୃଥିବୀ ରେ ଥିବା ଚୁମ୍ବକୀୟ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏହି କାରଣରୁ ଉତ୍ତର ଧୃବ କାନାଡା ରୁ ସାଇବେରିୟା ଖସି ଯାଇଛି ।

ଭୂକମ୍ପ ସହିତ ଯୋଡି ହୋଇଥିବା ସୂଚନା

ଏହି ବିଷୟରେ ଗବେଷଣା କରୁଥିବା ବୈଜ୍ଞାନିକ ଜିୟାଓଡୋଙ୍ଗ ସାନ୍ଗ କହିଛନ୍ତି କି ୧୯୯୬ ମସିହାରେ ଆମେ ଦେଖିଥିଲୁ କି ଏହି କୋର ଦ୍ଵାରା ଛୋଟ ଭୂକମ୍ପ ଭଳି ପରିବର୍ତ୍ତନ ହୋଇଥିଲା, ଯାହା ଧୀରେ ଧୀରେ ଘୂରୁଥିଲା । ଏହା ବିଷୟରେ ଜାଣିବା ପାଇଁ ଆମେ ଗମ୍ଭୀର ଅଧୟନ ଆରମ୍ଭ କରିଦେଉଛୁ । ସେ ଏହା ମଧ୍ୟ କହିଛନ୍ତି କି ଅଲଗା ଅଲଗା ଭୂକମ୍ପ ଆସୁଥିବା ଜାଗା ବିଷୟରେ ଅନୁସନ୍ଧାନ ନେଲୁ ତ ଆମକୁ ଏହା ମିଳିଲା କି ସବୁ କୋର ସହିତ ଯୋଡି ହୋଇ ଥିଲା । ସେ କହିଛନ୍ତି କି କୋର ଘୂରିବା ଫଳରେ ହିଁ ଧରିତ୍ରୀର ସ୍ତର ଗୁଡିକ ନିଜ ନିଜ ଭିତରେ ବାଡେଇ ହୋଇଥାନ୍ତି ଯାହାଦ୍ୱାରା ପାହାଡ ଉଚ୍ଚ ଦେଖାଯାଇ ଥାଏ ।

ଜଣାପଡି ନଥାନ୍ତା ଭୂକମ୍ପ ବିଷୟରେ

ସେ କହିଛନ୍ତି କି ଧରିତ୍ରୀ କୁ ଆସୁଥିବା ଭୂକମ୍ପର ତରଙ୍ଗ କୋର ପର୍ଯ୍ୟନ୍ତ ଯାଇଥାଏ । ଯଦି କୋର ଘୁରି ନଥାନ୍ତା ଏବଂ ରହି ଯାଇଥାନ୍ତା ତାହେଲେ ଏହା ଭିତରକୁ ଯାଇପାରି ନଥାନ୍ତା, କିନ୍ତୁ ଏହା କୋର ଘୂରିବା ଦ୍ଵାରା ଭିତରକୁ ଯାଇଥାଏ ଏବଂ ପୁଣି ଫେରି ଆସିଥାଏ । ଯଦି ଏହା ଘୁରି ନଥାନ୍ତା ତାହେଲେ ଆମକୁ ଏହି ତରଂଗ ବିଷୟରେ ଜଣାପଡି ନଥାନ୍ତା ।

ଭୂକମ୍ପ ର କେନ୍ଦ୍ରରୁ

ସେ ଏହା ମଧ୍ୟ କହିଛନ୍ତି କି ଭୂକମ୍ପ ର ତରଙ୍ଗର ଯିବା ଆସିବା ଭିତରର ସମୟ ଏବଂ କେଉଁ ସ୍ଥାନରୁ ଭୂକମ୍ପ ଆସିଛି ଏହାଦ୍ୱାରା ଏହା ଜଣାଯାଇ ଥାଏ କି କୋର ଘୂରୁଛି । ଆମେ ଏହି ବିଷୟରେ ପୁରା ଦୁନିଆକୁ ରେକର୍ଡ ଦେଇଛୁ କି ଯାହା ଦ୍ଵାରା ଆମେ ଭୂକମ୍ପ କେନ୍ଦ୍ରର ସନ୍ଧାନ କରିବାରେ ସାହାଯ୍ୟ ମିଳିଛି । ଆମେ ଏହା ବୁଝି ଯାଇଛୁ କି ଯଦି ଧରିତ୍ରୀ ମଧ୍ୟରେ ଏହି କୋର ଘୁରି ନଥାନ୍ତା ତାହେଲେ ଆମେ ଭୂକମ୍ପ ସହିତ ଯୋଡି ହୋଇଥିବା ସୂଚନା ବିଷୟରେ କେବେ ହେଲେ ବି ଜାଣିପାରି ନଥାନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।