ଲକଡାଉନ ରେ ଜଣେ ରିକ୍ସା ଚାଳକର କଷ୍ଟ ଭରା କାହାଣୀ, ଜଣେ ଗ୍ରାହକ ମିଳିଥିଲେ ଓ ଚାଳିଶି ଟଙ୍କା, କିନ୍ତୁ…

ସୁରେନ୍ଦ୍ର ନାମକ ଜଣେ ରିକ୍ସା ଚାଳକ ଇନ୍ଦିରାପୁରମ ଏବଂ ଖୋଡା ମଧ୍ୟ ଦେଇ ଯାଇଥିବା ଏନେଏଚ ୨୪ ପାଖରେ ଥିବା ଏକ ମନ୍ଦିର ପଛରେ ରୁହନ୍ତି । ସେ କହିଲେ ଦିନ ୧ଟା ପର୍ଯ୍ୟନ୍ତ ମୁଁ କିଛି ହେଲେ ଖାଇ ନାହିଁ । କିଛି ସମୟ ପୂର୍ବରୁ ଜଣେ ସବାରି ମିଳିଥିଲେ ଏବଂ ସେ ୪୦ ଟଙ୍କା ଦେଇଥିଲେ କିନ୍ତୁ ମୁଁ ଅପେକ୍ଷା କରିଛି କି ଆଉ କେହି ସବାରି ମିଳିବେ ଏବଂ ମୁଁ ଆଉ କିଛି ପଇସା କମାଇ ପାରିବି । ବର୍ତ୍ତମାନ ଯାଇ ଏହି ଚାଳିଶି ଟଙ୍କାରେ ଚୂଡା ଏବଂ ଦହି କିଣିବି ଯାହାକି ମୋର ଥରେ ଦୁଇଥର ପାଇଁ ଖାଇବା ହୋଇଯିବ ।

ଏହା କହିବା ପରେ ସେ ନିଜର ଶାର୍ଟକୁ ଉଠାଇ ପେଟ ଦେଖାଇ କହିଲେ କି ଦେଖନ୍ତୁ ପେଟ ଖାଲି ଲାଗୁନାହିଁ ଏହାକୁ ଦେଖି ବିଖ୍ୟାତ ହିନ୍ଦୀ କବି ସୂର୍ଯ୍ୟକାନ୍ତ ତ୍ରିପାଠୀ ନିରାଲାଙ୍କର ଏକ କବିତାର ଧାଡି ମନେ ପଡିଯାଉଛି ‘ପେଟ ପିଠ ଦୋନୋ ମିଲକର ହେ ଏକ’ । ସେ ନିଜେ ପ୍ରଶ୍ନ କରୁଥିଲେ ଏମିତି କେତେ ଦିନ ଚାଲିବ ଏବଂ ପୁଣି ନିଜେ କହୁଥିଲେ କି ଯେମିତି ସେମିତି ହେଉ ଚଳିଯିବି । ସେ କହିଲେ କି ଯଦି କେବେ କିଛି ମିଳିଯାଏ ତାହେଲେ ସେଥିରେ କିଛି ଦିନ ଚଳିଯାଇ ଥାଏ ଏବଂ ଆଉ କିଛି ଦିନ ପାଖ ପଡୋଶୀ ମାନେ କିଛି ଖାଇବା ପାଇଁ ଦେଇଦିଅନ୍ତି କାରଣ ମୁଁ ଏଠାରେ ୨୦ବର୍ଷ ହେଲା ରହୁଛି ।

ସେ କହିଲେ କି ଥରେ ସ୍ଥାନୀୟ ପାର୍ଷଦ ମିନା ଭଣ୍ଡାରିଙ୍କ ଠାରୁ କିଛି ଜିନିଷ ମିଳିଥିଲା ଯେଉଁଥିରେ ସେ କିଛି ଦିନ ଚଳି ଯାଇଥିଲେ କିନ୍ତୁ ସରକାରଙ୍କ ଠାରୁ କିଛି ସାହାଯ୍ୟ ମିଳିନାହିଁ । ଆମେ ଖାଇବା ପାଇଁ ପରିଶ୍ରମ କରିଥାଉ କିନ୍ତୁ ଏହି ଲକଡାଉନ ପାଇଁ ତାହା ବନ୍ଦ ହୋଇଯାଇଛି ଏବଂ ଯେଉଁ ଲୋକମାନେ ମନ୍ଦିର ବାହାରେ ଖାଇବା ଦେଉଥିଲେ ଏହି ଲକଡାଉନ ପାଇଁ ସେମାନେ ମଧ୍ୟ ଆଉ ଦେବାକୁ ଆସୁନାହାଁନ୍ତି ।

ସୁରେନ୍ଦ୍ର ବିହାରର ଅରରୀୟାର ବାସିନ୍ଦା । ସେ ହୋଲି ପରେ ଘରୁ ଏଠାକୁ ଆସିଥିଲେ ଏବଂ ଲକଡାଉନ ପାଇଁ ସେ ନିଜ ଘରକୁ ଯାଇ ପାରିନଥିଲେ । ଏହି ଲକଡାଉନ ପାଇଁ ତାଙ୍କର ରୋଜଗାର ବନ୍ଦ ହୋଇଯାଇଛି ଏବଂ ସେ ଖାଇବା ପାଇଁ ମଧ୍ୟ ପାଉନାହାଁନ୍ତି । ସେ ଶେଷରେ କହିଲେ କି ଠିକ ଅଛି ଆଜି ୪୦ଟଙ୍କା ମିଳିଯାଇଛି ତ ଆଜିର କାମ ଚଳିଯାଉ କାଲି କଣ ହେବ ତାହା କାଲି ଦେଖାଯିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।