ପ୍ରସ୍ତୁତ ହେଲା ଲକଡାଉନ ୪ ପାଇଁ ସଂପୂର୍ଣ୍ଣ ପ୍ଲାନ, ମିଳିବ ଏହି ସବୁ ଉପରେ କୋହଳ କିନ୍ତୁ ରହିବ କିଛି ନୂଆ ସର୍ତ୍ତ

ଦେଶକୁ ସମ୍ବୋଧନ କରି ପ୍ରଧାନ ମନ୍ତ୍ରୀ ମୋଦୀ କହିଲେ କି ଲକ ଡାଉନ୍ ର ଚତୁର୍ଥ ଭାଗ ବା ଲକ ଡାଉନ 4 ପୁରାପୁରି ନୂଆ ରଙ୍ଗରୂପ ନେଇ କି ଆସିବ । ଏହା ସହିତ ନୂଆ ନିୟମ ଲାଗୁ ହେବ । ରାଜ୍ୟରୁ ଯୋଉ ସବୁ ଆମକୁ ପ୍ରସ୍ତାବ ଗୁଡିକ ଆସୁଛି ତାକୁ ଆଧାର କରି ଲକ ଡାଉନ୍ 4 ସହିତ ଜଡିତ ଥିବା ଖବର ବିଷୟରେ ମଇ 18 ପୂର୍ବରୁ ଆପଣ ମାନଙ୍କୁ ସୂଚନା ଦେଇ ଦିଆଯିବ । ପ୍ରଧାନମନ୍ତ୍ରୀ ଙ୍କ କଥା ରୁ ଏତିକି ସ୍ପଷ୍ଟ ହୋଇଗଲା କି 17 ମେ ପରେ ଆହୁରି ଅଧିକ ଢ଼ିଲାପଣ ମିଳିବ । ଆମେ ଏଠାରେ ଆପଣଙ୍କୁ କହିବାକୁ ଯାଉଛୁ ଲକ ଡାଉନ୍ ର ଚତୁର୍ଥ ଭାଗରେ କେଉଁ ସବୁ ପ୍ରତିବନ୍ଧକ ଲାଗୁ ରହିବ ଓ ସରକାର କେଉଁ ନିୟମରେ କୋହଳ କରିପାରନ୍ତି ।

ଆଶା କରାଯାଉଛି କି ଲକ ଡାଉନ୍ 4 ରେ ଚିହ୍ନଟ ହୋଇଥିବା ରେଡ ଜୋନ ଏରିଆରେ ସାମାଜିକ ଦୂରତା ଆଧାରରେ କୋହଳ କରାଯିବ । ଯାହାଦ୍ୱାରା ଏମିତି ବି ଆଶା କରାଯାଉଛି କି ଯେଉଁ ଅଞ୍ଚଳ ଗ୍ରୀନ ଜୋନ ରେ ଅଛି ସେ ଅଞ୍ଚଳ କୁ ସାମାଜିକ ଦୂରତା ର ସର୍ତ ହିସାବରେ ସମ୍ପୁର୍ଣ୍ଣ କୋହଳ କରିବାର ଅନୁମାନ କରାଯାଉଛି।

ଜରୁରୀ ସମାଗ୍ରୀ ଦୋକାନ ଗୁଡିକକୁ ମଧ୍ୟ କିଛି ସର୍ତ ଅନୁସାରେ ଫୁଲଟାଇମ୍ ପାଇଁ ଖୋଲା ଯାଇପାରେ ଏବଂ ଏଠାରେ ମଧ୍ୟ କୃଷି କାର୍ଯ୍ୟ ଜାତୀୟ ଦୋକାନ କୁ ଖୋଲିବା ପାଇଁ ସମ୍ପୂଣ୍ଣ ମଞ୍ଜୁରୀ ଦିଆଯିବ ।

ଉଦ୍ୟୋଗ ସଂଗଠନ ବାରମ୍ବାର ଅନୁରୋଧ କରିଛନ୍ତି କି ଆର୍ଥିକ ଗତିବିଧି କୁ ଆରମ୍ଭ କରାଯାଉ ଯେଉଁଠି ପ୍ରଧାନମନ୍ତ୍ରୀ ଦେଶ କୁ ସମ୍ବୋଧନ କରି କହିଥିଲେ କି ମାସ୍କ ପିନ୍ଧିବା, 2 ଗଜ ଦୂରତା ରକ୍ଷା କରିବା, କିନ୍ତୁ ଆମର ଲକ୍ଷ କୁ ଭୁଲିବା ନାହିଁ । ଏହି କଥା ନିର୍ଦ୍ଦେଶ ଦେଉଛି କି 18 ମଇ ରୁ ଅନ୍ୟ ଆର୍ଥିକ ଗତିବିଧି କୁ ଆଗକୁ ବଢିବା ପାଇଁ ମଞ୍ଜୁରୀ ମିଳିବ ।

ଲକ ଡାଉନ୍ ଚତୁର୍ଥ ଭାଗରେ କେତେକ ସରକାରୀ ଓ ବେସରକାରୀ ଅଫିସ ଖୋଲିବ । ଏମିତିକି ଅଫିସ ଗୁଡିକ କୁ ନିର୍ଦ୍ଦେଶ ଦିଆ ଯାଇପାରେ କି ଯେଉଁ ମାନେ ଘରେ ରହି କାମ କରିପାରିବେ ସେମାନଙ୍କୁ ଅଫିସକୁ ଆସିବା ପାଇଁ କୁହା ନଯାଉ ଏବଂ ତାଙ୍କୁ ଘରେ କାମ କରିବାକୁ କୁହାଯାଉ । ଅଫିସ କୁ ଯେତେ ସମ୍ଭବ କମ କର୍ମଚାରୀଙ୍କୁ ଡକା ଯାଉ । ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଉ ।

ଟ୍ରେନ୍ ସେବା ଅବ୍ୟବସ୍ଥା ହେବା ପରେ ଦିଲ୍ଲୀ ସରକାର ମେଟ୍ରୋ ସେବା ଆରମ୍ଭ କରିବାକୁ ଯାଉଛନ୍ତି । ସେଥିପାଇଁ ଷ୍ଟେସନରେ ସଫା ସଫି କାମ ଆରମ୍ଭ କରି ଦିଆଯାଇଛି। ଏତକି ନୂହେଁ କି ଡି ଏମ୍ ଆର୍ ସି ମେଟ୍ରୋ ଷ୍ଟେସନ ରେ ବିଶେଷ ରୂପରେ ହାଉସ୍ କିପିଙ୍ଗ ଷ୍ଟାଫ ନିଯୁକ୍ତି କରାଯାଇଛି । ସେମାନେ ପାସେଞ୍ଜର ଯିବା ଆସିବା ବାଟକୁ ସଫା କରିବେ।

ପ୍ରବାସୀ ଶ୍ରମିକ ଙ୍କ ପାଇଁ ଲକ ଡାଉନ୍ 4 ଆଶ୍ୱାସନା ଦେଲା ଭଳି ଖବର ମିଳିପାରେ । ଆଶା କରାଯାଉଛି କି ଦେଶର ସବୁ ରାଜ୍ୟରେ ପ୍ରବାସୀ ଶ୍ରମିକ ଙ୍କ କାମ ପାଇଁ କୋହଳ କରାଯିବ । ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।