ଧରା ପଡିଗଲା ଦିଦିଙ୍କ ଭୁଲ୍, କ୍ୟାମେରାରେ କଏଦ ହେଲା ପୁରା ଘଟଣା, ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ video

ଏହି ବିଦ୍ୟାଳୟର ଦୃଶ୍ୟ ଦେଖିଲେ ଆପଣ ଭାବିବେ ଏଥିରେ କଣ ଭୁଲ ରହିଛି । କାରଣ ପିଲାମାନେ ପାଠ ପଢୁଥିବା ବେଳେ ଟେବୁଲ ଉପରେ ବସି ସାର୍ ଜଣକ ପାଠ ପଢାଉଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଇଏ କିନ୍ତୁ ଅସଲି ସାର୍ ନୁହନ୍ତି । କାରଣ ତାଙ୍କ ମା’ ଏଇ ସ୍କୁଲରେ ଶିକ୍ଷୟତ୍ରୀ ଅଛନ୍ତି । ମା’ ସ୍କୁଲରେ ଅନୁପସ୍ଥିତ ଥିବାରୁ ପିଲାଙ୍କୁ ପାଠ ପଢାଉଛନ୍ତି ଗୁରୁମା’ଙ୍କ ପୁଅ । ଅଜବ ଲାଗୁଥିଲେ ବି ଘଟଣାଟା ଏକଦମ ସତ । ମା’ଙ୍କ ବଦଳରେ ପିଲାଙ୍କୁ ପାଠ ପଢାଉଛି ତାଙ୍କ ପୁଅ ।

ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଚାନ୍ଦବାଲି ଗୋପାଳପୁର ପ୍ରାଥମିକ ବିଦ୍ୟାଳୟରେ । ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ସ୍କୁଲ ଆସି ନଥିଲେ ନିୟୋଜିତ ଥିବା ଶିକ୍ଷୟତ୍ରୀ । ତେଣୁ ମା’ଙ୍କ ଆସିବା ସମୟରେ ସ୍କୁଲ ଆସିଥିଲେ ପୁଅ । ସେ ହିଁ ସ୍କୁଲ ଖୋଲି ପିଲାଙ୍କୁ ପ୍ରାର୍ଥନା କରାଇବା ସହ ଚେୟାରରେ ବସି ପାଠ ବି ପଢାଇଲେ । ହେଲେ ଶିକ୍ଷୟତ୍ରୀଙ୍କ ବଦଳରେ ତାଙ୍କ ପୁଅ କାହିଁକି ସ୍କୁଲ ଆସିଛନ୍ତି ସେନେଇ ଗାଁ ଲୋକେ ବିରୋଧ କରିଥିଲେ ।

ଆଉ ବିରୋଧ ଖବର କାନରେ ପଡିବା ପରେ ଶିକ୍ଷୟତ୍ରୀ ସେଠାରେ ପହଞ୍ଚିଗଲେ । ତେବେ ଅଭିଯୋଗ ଖାଲି ଏତିକି ନୁହେଁ ବରଂ ଏଭଳି ଅନେକ ସମୟରେ ଦିଦି ନ ଆସିଲେ ତାଙ୍କ ପୁଅ ସ୍କୁଲ ପାଠ ପଢାନ୍ତି ବୋଲି ଗାଁ ଲୋକେ କହିଛନ୍ତି । ଏପରିକି ସେ ସରକାର ଦେଉଥିବା ମଧ୍ୟାହ୍ନ ଭୋଜନ ମଧ୍ୟ ସେଠାରେ ଖାଆନ୍ତି । ସେହି ସ୍କୁଲରେ ଦୁଇଜଣ ଶିକ୍ଷୟତ୍ରୀ ଥିବାବେଳେ ଜଣେ ଶିକ୍ଷୟତ୍ରୀ ଛୁଟିରେ ଥିଲେ ।

ତେଣୁ ସରକାରୀ ରେକର୍ଡ ଅନୁସାରେ ସ୍କୁଲରେ ଜଣେ ଶିକ୍ଷୟତ୍ରୀ ପାଠ ପଢାଇବା ଉଚିତ । ସେ ନିଜେ ସ୍କୁଲ ନ ଆସି ପୁଅକୁ ପାଠ ପଢାଇବାକୁ କହୁଥିବାରୁ ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଛି । ଏନେଇ ଶିକ୍ଷୟତ୍ରୀ କିନ୍ତୁ କହିଛନ୍ତି କି, ତାଙ୍କ ଘରେ ଟିକେ ଅସୁବିଧା ଥିବାରୁ ସେ ସ୍କୁଲ ଖୋଲିବା ପାଇଁ ପୁଅକୁ ପଠାଇଥିଲେ । ହେଲେ ସେ ନିଜେ ପ୍ରତିଦିନ ସ୍କୁଲ ଆସି ପିଲାଙ୍କୁ ପାଠ ପଢାଉଛନ୍ତି ବୋଲି କହିଛନ୍ତି ।

ପୁଅକୁ ପଠାଇବା ପରେ ସେ ତୁରନ୍ତ ସ୍କୁଲ ଆସି ପହଞ୍ଚିଛନ୍ତି ବୋଲି କହିଛନ୍ତି । ତେବେ ଅଭିଭାବକଙ୍କ ଅଭିଯୋଗ ପରେ ପୁରା ଘଟଣାର ତଦନ୍ତ ହେବାସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ଲକ ଶିକ୍ଷାଧିକାରୀ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।