ଥାନାକୁ ଗଲେ ଲୋକପ୍ରିୟ ଗାୟକ Mantu Chhuria ! କ୍ୟାମେରା ଆଗରେ କହିଲେ ପ୍ରକୃତ କଥା, ଦେଖନ୍ତୁ video

ଆଇନର ଆଶ୍ରୟ ନେଇଛନ୍ତି ଲୋକପ୍ରିୟ ଓଡିଆ ଗାୟକ ମଣ୍ଟୁ ଛୁରିଆ । ସେ ସାଇବର ଠକେଇର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି । ମଣ୍ଟୁ ଛୁରିଆ ସାଇବର ଠକେଇର ଶିକାର ହୋଇ ଥାନାର ଦ୍ଵାରସ୍ଥ ହେବା ପରେ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏଥିପାଇଁ ମଣ୍ଟୁ ଯାଇ ସମ୍ବଲପୁର ବରେଇପାଲି ଥାନାରେ ପହଞ୍ଚିଛନ୍ତି । ଏନେଇ ମଣ୍ଟୁ କହିଛନ୍ତି କି, ତାଙ୍କ ନାଁରେ ଗୋଟିଏ ନକଲି ପବ-ଜି ଆକାଉଣ୍ଟ ଖୋଲା ଯାଇଛି ।

ଯେଉଁଥିରେ ଅଭିଯୁକ୍ତ ଜଣକ ଗେମ୍ ଖେଳିବା ସହ ନିଜେ ମଣ୍ଟୁ ଛୁରିଆ ହୋଇ ଅନ୍ୟମାନଙ୍କ ସହ କଥା ହେଉଥିଲେ ଓ ଗୀତ ମଧ୍ୟ ଗାଉଥିଲେ । ଆଉ ତାଙ୍କୁ ମଧ୍ୟ ସମସ୍ତେ ବିଶ୍ବାସ କରୁଥିଲେ କି ସେ ମଣ୍ଟୁ ଛୁରିଆ ବୋଲି । ପବ-ଜି ମାଧ୍ୟମରେ ସେ ତାଙ୍କ ନମ୍ବର ମଧ୍ୟ ସମସ୍ତଙ୍କୁ ଶେୟାର କରୁଥିଲେ । ମଣ୍ଟୁ ଯେତେବେଳେ କେଉଁଠିକୁ ପ୍ରୋଗ୍ରାମ କରିବାକୁ ଯାଉଥିଲେ ସେଠାରେ ଫ୍ୟାନମାନେ ତାଙ୍କୁ ଆସି କହୁଥିଲେ କି, ଭାଇ ଆମେ କାଲି ତୁମ ସହ କଥା ହୋଇଥିଲୁ ।

ଏହା ଶୁଣି ମଣ୍ଟୁ ଏକଦମ ଦ୍ଵନ୍ଦରେ ପଡି ଯାଉଥିଲେ । ଏମିତି ତାଙ୍କ ସହ ଅନେକ ଜାଗାରେ ହେଉଥିଲା । ଏମିତି ପ୍ରାୟ ଲଗାତାର 10 ଦିନ ଧରି ତାଙ୍କ ସହ ଚାଲିଥିଲା । ଏହାପରେ ସେ ବାଧ୍ୟ ହୋଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ କି, ସେ ଜୀବନରେ କେବେବି ପବ-ଜି ଖେଳି ନାହାନ୍ତି ବୋଲି । ଯଦି କେହି ତାଙ୍କ ନାମରେ ପବ-ଜି ଖେଳୁଛି ତେବେ ସେ ଜଣେ ଠକ ବୋଲି କହିଥିଲେ ମଣ୍ଟୁ ।

ଏଥିସହ ତାଙ୍କ ନାଁରେ ପବ-ଜି ଖେଳୁଥିବା ଆକାଉଣ୍ଟର ଡିଟେଲ୍ସ କିଏ ଦେଇପାରିବେ ବୋଲି ସେ ମାଗିଥିଲେ । ତାଙ୍କ ପାଖକୁ ଦୁଇଟି ନମ୍ବର ଆସିଥିଲା ଓ ସେଥିରୁ ଜଣେ ତାଙ୍କ ନାଁରେ ପବ-ଜି ଖେଳୁଥିବା ସେ ଜାଣିବାକୁ ପାଇଥିଲେ । ଏହାପରେ ବି ସେ ଯେତେବେଳେ ଭଦ୍ରକ ଏକ କାର୍ଯ୍ୟକ୍ରମରେ ଯାଇଥିଲେ ସେତେବେଳେ ଜଣେ ତାଙ୍କୁ କଲ୍ କରି ପବ-ଜି ଖେଳୁଥିବା ଓ ମିଛ କହୁଥିବା କଥା କହିଥିଲେ । ଏପରିକି ସମସ୍ତଙ୍କୁ ବିଶ୍ଵାସ ଦେବା ପାଇଁ ମଣ୍ଟୁଙ୍କ ବଡ ଭାଇଙ୍କ ନମ୍ବର ମଧ୍ୟ ହ୍ୟାକ କରି ସମସ୍ତଙ୍କ ସହ କଥା ହେଉଥିଲା ।

ଏହା ଜାଣିପାରି ଭବିଷ୍ୟତରେ ବେଶୀ କିଛି ସମସ୍ଯା ସୃଷ୍ଟି ନହେଉ ବୋଲି ଚିନ୍ତା କରି ମଣ୍ଟୁ ଛୁରିଆ ବାଧ୍ୟ ହୋଇ ଥାନାର ଦ୍ଵାରସ୍ଥ ହୋଇଥିବା କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।