Pintu ଭାଇଙ୍କୁ ମୁଁ ଦେଇଥାନ୍ତି ଲିଭର ହେଲେ ସରକାର… ଗଣମାଧ୍ୟମରେ Pintu ଙ୍କୁ ଡୋନର ନ ମିଳିବାର ବଡ କାରଣ କହିଲେ Rani Priyadarshini !

ଶେଷ ହୋଇଛି ଲୋକପ୍ରିୟ ଓଲିଉଡ ଅଭିନେତା ପିଣ୍ଟୁଙ୍କ ଜୀବନ ଯାତ୍ରା । ମାତ୍ର 47 ବର୍ଷ ବୟସରେ ଲିଭର ଜନିତ ରୋଗରେ ପୀଡିତ ହୋଇ ସେ ଆରପାରିକୁ ଚାଲି ଯାଇଛନ୍ତି । ତାଙ୍କ ମୃତ୍ୟୁରେ ବର୍ତ୍ତମାନ ସାରା ଓଡିଶାରେ ଦୁଃଖର ଲହରୀ ଖେଳିଯାଇଛି । ପିଣ୍ଟୁ ଶୀଘ୍ର ଉସ୍ତ ହୋଇ ଆମ ଗହଣକୁ ଫେରି ଆସିବେ ବୋଲି ଅନେକ ଶୁଭେଚ୍ଛୁ ଅପେକ୍ଷା କରି ରହିଥିଲେ । ହେଲେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ଓଡିଆ ଫିଲ୍ମ ଜଗତର ଏହି ଦିଗଜ ଅଭିନେତା ।

ପିଣ୍ଟୁଙ୍କ ଅନେକ ଫିଲ୍ମରେ କାମ କରିଥିବା ରାନୀ ପ୍ରିୟଦର୍ଶିନୀ ସାହୁ ଏ ସମ୍ପର୍କରେ କିଛି କହିଛନ୍ତି । ରାନୀ ଏକଦମ ଦୁଃଖରେ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ସେ ଏତେ କାନ୍ଦୁଥିଲେ ଯେ ଠିକରେ କଥା ମଧ୍ୟ କହି ପାରୁନାହାନ୍ତି । ରାନୀ କହିଛନ୍ତି, ପିଣ୍ଟୁ ନନ୍ଦ କ୍ୟାମେରା ଆଗରେ ସିନା ବାଘ ଭଳି ଗର୍ଜନ କରନ୍ତି ହେଲେ ଅସଲ ଜୀବନରେ ସେ ଅତି କୋମଲ ହୃଦୟର ମଣିଷ ଟିଏ । ସେ ଅତି ସହଜରେ ସମସ୍ତଙ୍କ ସହ ମିଶିଯାନ୍ତି ଓ ସମସ୍ତଙ୍କୁ ଭଲପାଇବା ଦିଅନ୍ତି ।

କିଏ କଣ ଭାବିବ କି କିଏ ତାଙ୍କୁ ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର କରିବା ସେସବୁ ସେ କିଛି ବୁଝିପାରନ୍ତି ନାହିଁ । କାରଣ ସେ ବହୁତ ଖୋଲା ହୃଦୟର ମଣିଷ ଥିଲେ । ରାନୀ ତାଙ୍କ ସହ ସ୍କ୍ରିନ ଶେୟାର କରି ତାଙ୍କ ଠାରୁ ଅନେକ କିଛି ଶିଖିଥିବା କୁହନ୍ତି । ଏପରିକି ଥରେ ରାତିରେ ଶୁଟିଙ୍ଗ ସାରି ଫେରିବା ବେଳେ କିଛି ଲୋକ ରାନୀଙ୍କ ପିଛା କରୁଥିବା ସେ ଅନୁଭବ କରିଥିଲେ । ତେଣୁ ସେ ସାଙ୍ଗେ ସାଙ୍ଗେ ପିଣ୍ଟୁ ନନ୍ଦଙ୍କୁ କଲ୍ କରିଥିଲେ । ପିଣ୍ଟୁ ନନ୍ଦ ତୁରନ୍ତ ସେଠାରେ ପହଞ୍ଚିଥିଲେ ଓ ତାଙ୍କୁ ଦେଖି ପିଛା କରୁଥିବା ଲୋକମାନେ ସେଠାରୁ ପଳାଇଥିଲେ ।

ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଦିଲ୍ଲୀ ଯିବା ପୂର୍ବରୁ ବେଶ ଭଲ ଥିଲା ଓ ଦିଲ୍ଲୀ ଯିବାର 4-5 ଦିନ ମଧ୍ୟରେ ତାଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟ ହେବାର ଥିଲା । କିନ୍ତୁ ଉଚିତ ସମୟରେ ଡୋନର ମିଳିଲେନି । ତାଙ୍କ ପରିବାର ଲୋକଙ୍କ ଲିଭର ତାଙ୍କ ସହ ଅନେକ କ୍ଷେତ୍ରରେ ମ୍ଯାଚ ହେଲା ନାହିଁ ଏବଂ ଯଦ୍ୟପି ମ୍ଯାଚ ହେଲା ତେବେ ଅନ୍ୟ ସମସ୍ଯା ଦେଖାଦେଲା । ତେଣୁ ପିଣ୍ଟୁଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ଆହୁରି ଗୁରୁତର ହୋଇଗଲା । ବାହାର ଲୋକ କେହି ଲିଭର ଡୋନେଟ କରିପାରିବେ ନାହିଁ ବୋଲି ସରକାରଙ୍କ ନିୟମ ରହିଛି ।

ଏନେଇ ସେମାନେ ଓଡିଶା ସରକାରଙ୍କୁ ଅନେକ ଥର ମିନତୀ କରିଥିଲେ ମଧ୍ୟ କୌଣସି  ପ୍ରତିକ୍ରିୟା ମିଳିଲା ନାହିଁ । ନଚେତ ରାନୀ ନିଜେ ପିଣ୍ଟୁଙ୍କୁ ଲିଭର ଦେଇ ପାରିଥାନ୍ତେ ବୋଲି ଅତି ଦୁଃଖର ସହ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।