Dhanteras 2022: ରାଶି ଅନୁସାରେ ଘରକୁ କିଣି ଆଣନ୍ତୁ ଏହି ଜିନିଷ, ମା ଲକ୍ଷ୍ମୀଙ୍କ କୃପାରୁ ବର୍ଷସାରା ଘରେ ଖାଲି ଟଙ୍କା ବର୍ଷା ହେବ

ଦୀପାବଳୀର ଠିକ ଦୁଇଦିନ ପୂର୍ବରୁ ପବିତ୍ର ଧନତେରସ ପଡେ ଓ ଏହିଦିନ ଠାରୁ ହିଁ ଦୀପାବଳି ଆରମ୍ଭ ହୋଇଥାଏ । ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନନ୍ବରୀ ନିଜ ସହ ଅମୃତ କଳସ ଓ ଆୟୁର୍ବେଦ ନେଇ ଆସିଥିଲେ । ଏହିଦିନ କିଛି ନା କିଛି କିଣାକିଣି କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି କି ରାଶି ଅନୁଯାୟୀ ଏହିଦିନ କେଉଁ ଜିନିଷ କିଣିଲେ ଘରକୁ ସୁଖ ସମୃଦ୍ଧି ଆସିବା ସହ ମାତା ଲକ୍ଷ୍ମୀ, ଶ୍ରୀଗଣେଶ ଓ କୁବେର ଦେବଙ୍କ କୃପା ସଦାସର୍ବଦା ପ୍ରାପ୍ତ ହୋଇଥାଏ ।

ମେଷ ରାଶିର ବ୍ୟକ୍ତିବିଶେଷ ଧନତେରସ ଦିନ ସୁନା, ଚାନ୍ଦି କିମ୍ବା ତମ୍ବାର ଯେକୌଣସି ଜିନିଷ ଘରକୁ ଆଣିଇବା ଦ୍ଵାରା ମାତା ଲକ୍ଷ୍ମୀଙ୍କ ନିରନ୍ତର କୃପାଦୃଷ୍ଟି ଆପଣଙ୍କ ଘରେ ରହିଥାଏ । ଏହିଦିନ ପ୍ରପର୍ଟି କିଣିବା ମଧ୍ୟ ଶୁଭ ହୋଇଥାଏ । ବୃଷ ରାଶିର ବ୍ୟକ୍ତିବିଶେଷ ଧନତେରସ ଦିନ ଚାନ୍ଦି କିମ୍ବା ହୀରାର ଜିନିଷ ଘରକୁ ଆଣିପାରିବେ ଏବଂ ଜମିବାଡି, ଯାନବାହାନ ଆଦି କିଣିବା ମଧ୍ୟ ଶୁଭ ହୋଇଥାଏ । ଏହାସହ ପିତ୍ତଳର ଯେକୌଣସି ବସ୍ତୁ ମଧ୍ୟ ଆଣିପରିବେ ।

ମିଥୁନ ରାଶିର ଲୋକେ ସୁନା, ରୂପା କିମ୍ବା ପିତ୍ତଳର ଯେକୌଣସି ଜିନିଷ ନିଶ୍ଚୟ ଘରକୁ ଆଣନ୍ତୁ । ଏହାହ ଗଣେଶ ଭଗବାନ ଓ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ନିଶ୍ଚୟ କିଣନ୍ତୁ । ଇଲେକ୍ଟ୍ରୋନିକ୍ସ ଜିନିଷ ଓ ଜମିବାଡି କିଣିବା ମଧ୍ୟ ଶୁଭ ହୋଇଥାଏ । କର୍କଟ ରାଶିର ଲୋକେ ଘରକୁ ଚାନ୍ଦି କିମ୍ବା ସୁନାର ଯେକୌଣସି ଜିନିଷ ଧନତେରସ ଦିନ ଘରକୁ ଆଣନ୍ତୁ । ଚାନ୍ଦିର ଜିନିଷ ଭଗବାନଙ୍କ ମୂର୍ତ୍ତି କିମ୍ବା ଭଗବାନଙ୍କ ବାସନ କିଣନ୍ତି ତେବେ ଏହା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ ।

ସିଂହ ରାଶିର ଲୋକ ଧନତେରସ ବ୍ଦିନ ସୁନା କିମ୍ବା ତମ୍ବାର ଯେକୌଣସି ଜିନିଷ ଘରକୁ ଆଣନ୍ତୁ । ତମ୍ବାର ଜିନିଷ କିଣୁଥିଲେ ପୂଜା ବାସନ ନିଶ୍ଚୟ କିଣନ୍ତୁ । ଏହାଦ୍ଵାରା ମାତା ଲକ୍ଷ୍ମୀ ଖୁସି ହି ପୁରା ବର୍ଷ ଧନବର୍ଷା କରିବେ । କନ୍ୟା ରାଶିର ଲୋକ ଧନତେରସ ଦିନ ସୁନା, ରୂପା, ଲକ୍ଷ୍ମୀ ମାତା ଓ ଗଣେଶ ଭଗବାନଙ୍କ ମୂର୍ତ୍ତି କିମ୍ବା ମା ଲକ୍ଷ୍ମୀଙ୍କ ଶ୍ରୀଜନ୍ତ୍ର ନିଶ୍ଚୟ ଘରକୁ କିଣି ଆଣନ୍ତୁ । ତୁଳା ରାଶିର ଲୋକ ଏହିଦିନ ଯେମିତି ହେଲେ ଘରକୁ ରୂପାର ଯେକୌଣସି ବସ୍ତୁ କିଣନ୍ତୁ । ଏହାଦ୍ଵାରା ପୁରା ବର୍ଷ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ।

ବିଛା ରାଶିର ଲୋକ ଧନତେରସ ଦିନ ସୁନା, ରୂପା, ତମ୍ବା କିମ୍ବା ଅଷ୍ଟଧାତୁର ଯେକୌଣସି ଜିନିଷ ନିଶ୍ଚିତ ଘରକୁ ଆଣନ୍ତୁ । ଏହିଦିନ ମା ଲକ୍ଷ୍ମୀ, ଶ୍ରୀଗଣେଶ ଓ କୁବେରଙ୍କ ସହ ବଜରଙ୍ଗବାଲିଙ୍କ ପୂଜା କରିବା ଦ୍ଵାରା କୃପା ପ୍ରାପ୍ତି ହୋଇଥାଏ । ଧନୁ ରାଶିର ଲୋକ ଧନତେରସ ଦିନ ସୁନା କିମ୍ବା ପିତ୍ତଳର ଯେକୌଣସି ଜିନିଷ ଘରକୁ କିଣି ଆଣନ୍ତୁ ।

ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ପୁରା ବର୍ଷ ଆପଣଙ୍କ ଉପରେ କୃପା ବର୍ଷା କରିଥାନ୍ତି । ମକର ରାଶିର ବ୍ୟକ୍ତିବିଶେଷ ଧନତେରସ ଦିନ ସୁନା, ରୂପା କିମ୍ବା ଅଷ୍ଟଧାତୁରେ ନିର୍ମିତ ଯେକୌଣସି ବସ୍ତୁ ଘରକୁ କିଣିଆଣନ୍ତୁ । ଆପଣ ମଧ୍ୟ ମାତା ଲକ୍ଷ୍ମୀ, କୁବେର ଓ ଗଣେଶଙ୍କ ଭଗବାନ ହନୁମାନଙ୍କ ପୂଜା ଏହିଦିନ କରନ୍ତୁ । କୁମ୍ଭ ରାଶିର ଲୋକେ ଏହିଦିନ ଅଷ୍ଟଧାତୁ, ସୁନା କିମ୍ବା ପିତ୍ତଳର ଯେକୌଣସି ଜିନିଷ କିଣିକରି ଆଣନ୍ତୁ ।

ମୀନ ରାଶିର ଲୋକେ ଧନତେରସ ଦିନ ନିଶ୍ଚିତ ଭାବେ ଘରକୁ ସୁନା କିଣି ଆଣନ୍ତୁ । ଏହାସହ ଆପଣ ଅନ୍ୟ ଯେକୌଣସି ଧାତୁର ଜିନିଷ ମଧ୍ୟ କିଣନ୍ତୁ । ଏହାଦ୍ବାରା ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ନିଶ୍ଚିତ ଭାବେ ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।