ଖୁସି ଆସିବା ଆଗରୁ ଏହିସବୁ ଇଶାରା ଦେଇଥାଏ ପ୍ରକୃତି, ଜାଣନ୍ତୁ କେମିତି ଜ୍ୟୋତିର୍ବିଦ Pragyan Tripathy ଙ୍କ ଠାରୁ

ଅନେକ ସମୟରେ ବହୁତ କିଛି ଖୁସି ଆମ ପାଖକୁ ଅଚାନକ ଆସିଥାଏ । ଯେଉଁ ଖୁସିର ଆମେ କିଛି ଯୋଜନା କରି ନଥାଉ, କିନ୍ତୁ ହଠାତ ତାହା ଆମକୁ ପ୍ରାପ୍ତି ହୋଇଥାଏ । କିନ୍ତୁ ସେହି ଖୁସି ଆସିବା ଆଗରୁ ପ୍ରକୃତି ଆମକୁ କିଛି ଇଶାରା ଦେଇଥାଏ । ଯେଉଁ ଇଶାରାରୁ ଆମେ ଜାଣି ପାରିବା କି ଆଗକୁ ଆମ ଜୀବନରେ କିଛି ଖୁସି ଆସୁଛି । ସେହି ସବୁ ଇଶାରା ନ ଜାଣିବା କାରଣରୁ ଆମେ ହତାଶ ହୋଇ ଯାଉ । ତେବେ ଆସନ୍ତୁ ଏନେଇ ଜାଣିବା ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଠାରୁ ।

ବହୁତ ସମୟରେ ଆମକୁ ଅନୁଭବ ହୋଇଥାଏ ଆମ ଜୀବନରେ ବହୁତ କିଛି ଖରାପ ହେଉଛି । ଯେମିତିକି ଅନେକ ଦିନ ଧରି ସ୍ୱାସ୍ଥ୍ୟର ସମସ୍ଯା ଲାଗି ରହୁଛି, ଧନର ସମସ୍ଯା ରହୁଛି, କଳିଝଗଡାର ସମସ୍ଯା ରହିଛି, କେଉଁଠି ସନ୍ତାନର କଷ୍ଟ ତ ଆଉ କେଉଁଠି କାର୍ଯ୍ୟ ଅଧା ଅଟକି ରହିଛି ବା ଠିକ ଭାବେ କାର୍ଯ୍ୟ ହୋଇ ପାରୁନାହିଁ । ଯଦି ଏମିତି ଅନେକ ସମସ୍ଯା ଆମ ଘର ଭିତରେ ଲାଗି ରହିଛି, ତେବେ କେମିତି ଜାଣିବା ଯେ ଆଗକୁ ଆମ ଭାଗ୍ୟରେ ପରିବର୍ତ୍ତନ ହେବ କି ନାହିଁ ?

ଏନେଇ ପ୍ରକୃତି ଆମକୁ ଇଶାରା ଦେଇଥାଏ । ସେହି ଇଶାରାକୁ ବୁଝିପାରିଲେ ଆପଣ ଜାଣିପାରିବେ କି ଆପଣଙ୍କ କଷ୍ଟ ଦୂର ହୋଇ ଭଲ ଦିନର ଆଗମନ ହେବାକୁ ଯାଉଛି । ପ୍ରଥମ ଇଶାରାଟି ହେଉଛି ଅଙ୍ଗ ଭଡକିବା । ନାରୀ ମାନଙ୍କର ବାମ ଅଙ୍ଗ ଓ ପୁରୁଷ ମାନଙ୍କର ଡାହାଣ ଅଙ୍ଗ ଭଡକିବା ।

କେବଳ ଆଖି ନୁହେଁ ବରଂ ବେଳେବେଳେ ଗୋଡ, ଜଙ୍ଘ, ପାଦ, ଛାତି, ହାତ ସବୁକିଛି ଭଡକି ଥାଏ । ନାରୀ ମାନଙ୍କର ବାମ ଅଙ୍ଗ ଏବଂ ପୁରୁଷ ମାନନକର ଯଦି ଡାହାଣ ଅଙ୍ଗ ଭଡକୁଛି ତେବେ ଏହା ସଂକେତ ଦେଇଥାଏ କି, ଶୁଭ ଘଟଣା ଘଟିବାକୁ ଯାଉଛି । ସେହିପରି ଆଉ ଏକ ଘଟଣା ହେଲା ଆପଣ ଶୋଇକରି ଉଠୁ ଉଠୁ ବେଳେ ଯଦି କେଉଁଆଡୁ ପୂଜା ଘଣ୍ଟ ଶବ୍ଦ ଶୁଣୁଛନ୍ତି କିମ୍ବା ଯଦି କେହି ଶଙ୍ଖ ଫୁଙ୍କୁଛନ୍ତି ଏବଂ ହୁଳୁହୁଳି ପକାଉଥିବାର ଶବ୍ଦ ଆପଣଙ୍କ କାନରେ ବାଜୁଛି ତେବେ ଜାଣି ରଖନ୍ତୁ ଯେ ଏହା ମଧ୍ୟ ପ୍ରକୃତିର ଏକ ଇଶାରା ।

ନିଶ୍ଚୟ କିଛି ପରିବର୍ତ୍ତନ ଆପଣଙ୍କ ମଧ୍ୟରେ ହେବ ଏବଂ ପ୍ରକୃତି ଆପଣଙ୍କ ପାଇଁ କିଛି ଉପହାର ରଖିଛି । ମନେକର ଆପଣ କୌଣସି କାର୍ଯ୍ୟରେ ଘରୁ ବାହାରିଛନ୍ତି ଓ କୌଣସି ଦେଢ ବର୍ଷରୁ ଦୁଇ ବର୍ଷର ଶିଶୁକୁ ଆପଣ ଦେଖୁଛନ୍ତି ଓ ସେ ଆପଣଙ୍କୁ ଦେଖି ହସି ଦେଉଛି, ତେବେ ଏହା ମଧ୍ୟ ପ୍ରକୃତିର ଏକ ଇଶାରା । ଏହା ମଧ୍ୟ ବହୁତ ଶୁଭ ସଂକେତ ଅଟେ ।

ଯଦି ପୁରୁଷଙ୍କ ଡାହାଣପଟେ ଏବଂ ନାରୀଙ୍କର ବାମପଟେ କୌଣସି ବିବାହିତା ନାରୀ ପୂଜା ସାମଗ୍ରୀ ଧରି ଯାଉଥିବାର ଦେଖନ୍ତି ତେବେ ଏହା ମଧ୍ୟ ଏକ ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ । ଏହିପରି ସଂକେତ ପ୍ରତି ନଜର ଦେଲେ ଆପଣ ଜାଣିପାରିବେ କି ଆପଣଙ୍କ ଶୁଭ ସମୟ ଖୁବ ଶୀଘ୍ର ଆସିବାକୁ ଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।