କାର୍ତ୍ତିକ ମାସରେ ପାଳନ କରନ୍ତୁ ଏହି 7 ବିଶେଷ ନିୟମ, ପୂଣ୍ୟ ପ୍ରାପ୍ତି ହେବା ସହ ମିଳିବ ଏହିସବୁ ଲାଭ

କାର୍ତ୍ତିକ ମାସକୁ ହିନ୍ଦୁଧର୍ମର ସବୁଠୁ ପବିତ୍ର ମାସ ବୋଲି ମାନାଯାଏ । ଶାସ୍ତ୍ର ଅନୁସାରେ ଏହି ମାସରେ ବ୍ରତ, ତପ, ଦାନ, ଧର୍ମ ଓ ପୂଜାପାଠ ଆଦି କରିବା ଦ୍ଵାରା ଜୀବନର ସବୁ ସମସ୍ଯା ଦୂର ହୋଇ ଘରେ ସୁଖଶାନ୍ତି ଭରିଯାଏ । ଭଗବାନ ଶ୍ରୀହରି ବ୍ରହ୍ମାଙ୍କୁ, ବ୍ରହ୍ମା ନାରଦଙ୍କୁ ଓ ନାରଦ ମହାରାଜା ପୃଥୁଙ୍କୁ ଏହି ମାସର ମହାନତା ବିଷୟରେ କହିଥିଲେ । କିଛି ନିୟମମାନ ରହିଛି ଯାହା ଏହି ମାସରେ ପାଳନ କରିବା ଦ୍ଵାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ । ଆସନ୍ତୁ ଜାଣିବା ସେହି ନିୟମ ବିଷୟରେ ।

ପ୍ରଥମଟି ହେଉଛି, ଶ୍ରୀହରିଙ୍କର ତୁଳସୀ ଅତିପ୍ରିୟ ହୋଇଥିବାରୁ ଏହି ମାସରେ ତୁଳସୀ ପୂଜାକୁ ଅତି ଗୁରୁତ୍ଵ ଦିଆଯାଏ । ତେଣୁ ଏହି ମାସରେ ତୁଳସୀଙ୍କର ପୂଜା କରିବା ମା’ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କର କୃପା ପ୍ରାପ୍ତି ହୋଇଥାଏ । ତେଣୁ ଏହି ମାସରେ ନିୟମିତ ତୁଳସୀ ମାତାଙ୍କ ପୂଜା କରିବା ଉଚିତ । ଦ୍ଵିତୀୟରେ ଦୀପଦାନକୁ କାର୍ତ୍ତିକ ମାସରେ ସବୁଠାରୁ ପବିତ୍ର ନିୟମ ବୋଲି ମାନା ଯାଇଥାଏ । ଏହି ସଂପୂର୍ଣ୍ଣ ମାସରେ ନଦୀ ଓ ପୋଖରୀ ଆଦିରେ ଦୀପଦାନ କରିବା ଉଚିତ ।

ଏହାଦ୍ବାରା ଘରେ ବାସ କରୁଥିବା ନକରାତ୍ମକ ଊର୍ଜା ଦୂର ହୋଇଥାଏ ଏବଂ ଜୀବନରେ ସୁଖର ଆଗମନ ହୋଇଥାଏ । ତୃତୀୟରେ କାର୍ତ୍ତିକ ମାସରେ ବିଛଣା ଅପେକ୍ଷା ଭୂମିରେ ଶୋଇବା ମଧ୍ୟ ନିୟମ ରହିଛି । ମାନା ଯାଇଥାଏ କି ଏହି ମାସରେ ଭୂମି ଉପରେ ଶୋଇବା ଦ୍ଵାରା ବ୍ୟକ୍ତିର ମନ ଶୁଦ୍ଧ ହୋଇଥାଏ ।

ବ୍ୟକ୍ତିର ଅନ୍ତରରୁ ନକରାତ୍ମକ ଭାବନା ଦୂର ହୋଇ ସକାରାତ୍ମକ ବିଚାର ପ୍ରବେଶ କରିଥାଏ ଓ ଶରୀରରେ ରକ୍ତ ସଞ୍ଚାଳନ ପ୍ରକ୍ରିୟା ସଠିକ ଭାବେ ହୋଇଥାଏ । ଯାହାଫଳରେ ବ୍ୟକ୍ତିର ଶରୀର ସୁସ୍ଥ ଓ ରୋଗମୁକ୍ତ ରହିଥାଏ । ଚତୁର୍ଥ ନିୟମ ହେଉଛି ମାନ୍ୟତା ରହିଛି କି ଏହି ମାସରେ ଶରୀରରେ ତେଲ ଲଗାଇବା ଉଚିତ ନୁହେଁ । ଯଦି କେହି ଶରୀରରେ ତେଲ ଲଗାଇବା ପାଇଁ ଚାହୁଁଛନ୍ତି ତେବେ କେବଳ ନରକ ଚତୁର୍ଦ୍ଦଶୀ ଅର୍ଥାତ କାର୍ତ୍ତିକ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ତେଲ ଲଗାଇ ପାରିବେ ।

ପଞ୍ଚମ ନିୟମ ହେଉଛି, ଏହି ମାସ ସାରା ମୁଗ, ମଟର, ଚଣା, ମଶୁର ଆଦି ଖାଦ୍ୟ ଖାଇବା ଉଚିତ ନୁହେଁ । ଏହା ବ୍ଯତୀତ ବ୍ୟକ୍ତିଙ୍କୁ ମଦ ଏବଂ ମାଂସ ସେବନରୁ ମଧ୍ୟ ଦୂରେଇ ରହିବା ଉଚିତ । ଷଷ୍ଠରେ ହେଉଛି ଯେଉଁ ଲୋକ ଏହି ମାସରେ ବ୍ରତ ରଖିଥାନ୍ତି ସେମାନେ ନିଜ ଜୀବନରେ ତପସ୍ଵୀ ଭଳି ଜୀବନ ଅତିବାହିତ କରିବା ଉଚିତ ।

ଏହାସହ କମ୍ କଥା କହିବା, ଅନ୍ୟମାନଙ୍କ କଥା ଶୁଣିବା, ଝଗଡା ଆଦି ନ କରିବା, କାହା ବିଷୟର ଖରାପ ନ କହିବା ଭଳି ନିୟମ ଆଦି ପାଳନ କରିବା ଉଚିତ । ଏହି ସମୟରେ ବ୍ୟକ୍ତି ନିଜକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ ହୋଇଥାଏ । ସପ୍ତମରେ ହେଉଛି ଏହି ମାସରେ ବ୍ରହ୍ମଚର୍ଯ୍ୟ ନିୟମ ପାଳନ କରିବା ଉଚିତ । ଭଗବାନ ବିଷ୍ଣୁଙ୍କ ନାମ ସ୍ମରଣ କରିବା ଉଚିତ । ମାନାଯାଏ କି ଏଭଳି କରିବା ଦ୍ଵାରା ପତି ପତ୍ନୀଙ୍କ ମଧ୍ୟରେ ଚାଲିଥିବା ବିବାଦ ସମାପ୍ତ ହୋଇଥାଏ ।

ଏଥିସହିତ ଏହି ମାସରେ ବ୍ରହ୍ମ ମୂହୁର୍ତ୍ତ ବା ଭୋର ସମୟରେ ସ୍ନାନ କରିବା ଦ୍ଵାରା ବ୍ୟକ୍ତିର ଶରୀରକୁ ସକାରାତ୍ମକ ଊର୍ଜା ମିଳିଥାଏ । ଯାହାଫଳରେ ବ୍ୟକ୍ତିଙ୍କ ପ୍ରତ୍ଯେକ କାର୍ଯ୍ୟ ସଫଳ ହୋଇଥାଏ । କାର୍ତ୍ତିକ ମାସରେ ଏହିସବୁ ନିୟମ ପାଳନ କରି ଆପଣ ଭଗବାନଙ୍କ ଆଶୀର୍ବାଦ ଲାଭ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।