ଧନର ସମସ୍ୟା ଥିଲେ କରନ୍ତୁ ଲବଙ୍ଗର ଏହି ଛୋଟ ଉପାୟ, ମାତା ଲକ୍ଷ୍ମୀଙ୍କ କୃପାରୁ ଘରେ ହେବ ଧନର ବର୍ଷା

ବର୍ତ୍ତମାନ ସମୟରେ ସମସ୍ତେ ନିଜ ଜୀବନରେ କୌଣସି ନା କୌଣସି କଥାକୁ ନେଇ ଚିନ୍ତିତ ରହୁଛନ୍ତି । ସେଥି ମଧ୍ୟରୁ ଗୋଟିଏ ହେଉଛି ଆର୍ଥିକ ସମସ୍ୟା । ଏମିତି ହିଁ ବହୁତ ସମସ୍ୟା ବ୍ୟକ୍ତିର ଜୀବନରେ ଉତ୍ପନ୍ନ ହୋଇଥାଏ । କହିବାକୁ ଗଲେ କେତେକ ପବିତ୍ର ଗ୍ରନ୍ଥରେ ଲବଙ୍ଗର କିଛି ଉପାୟ ବିଷୟରେ କୁହାଯାଇଛି, ଯାହାକୁ ପ୍ରୟୋଗ କରି ଆପଣ ନିଜ ଜୀବନରେ ସମସ୍ତ ଅସୁବିଧାକୁ ଦୂର କରି ପାରିବେ । ଏହା ଦ୍ଵାରା ଆପଣଙ୍କର ଭାଗ୍ୟ ପୂରାପୂରି ବଦଳିଯିବ ।

ଚାଲନ୍ତୁ ଜାଣିବା ଲବଙ୍ଗର ଏହି ସରଳ ଉପାୟ ବିଷୟରେ

ଯଦି ଆପଣ ନିଜ ଘରେ ଥିବା ନକରାତ୍ମକ ଊର୍ଜାକୁ ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣ ଲବଙ୍ଗର ଏହି ଉପାୟକୁ ନିଶ୍ଚିତ କରିବା ଉଚିତ । ଏଥିପାଇଁ ଆପଣ ଶନିବାର କିମ୍ବା ରବିବାର ଦିନ ୫ଟି ଲବଙ୍ଗ, ୩ଟି କର୍ପୂର ଓ ୩ଟି ବଡ ଗୁଜୁରାତି ନିଅନ୍ତୁ ଓ ତାହାକୁ ଜଳାଇ ଦିଅନ୍ତୁ । ବର୍ତ୍ତମାନ ଆପଣ ଏହାକୁ ନିଜ ଘରର ସମସ୍ତ ରୁମରେ ବୁଲାନ୍ତୁ । ପୂରାପୂରି ଜଳିବା ପରେ ଆପଣ ଏହାର ପାଉଁଶକୁ ନିଜ ଘରର ମୁଖ୍ୟ ଦ୍ଵାରରେ ଢାଳି ଦିଅନ୍ତୁ । ଏହା ଦ୍ଵାରା ଘରେ ସକାରାତ୍ମକ ଊର୍ଜା ସଂଚାର ହୋଇଥାଏ ।

ଯଦି ଆପଣ କାହାକୁ ଟଙ୍କା ଧାର ଦେଇଛନ୍ତି ଓ ଫେରି ପାଇବା ପାଇଁ ଆପଣଙ୍କୁ ଅସୁବିଧା ହେଉଛି ତେବେ ଆପଣ ନିଜର ଧନ ଫେରି ପାଇବା ପାଇଁ ଅମାବାସ୍ୟା କିମ୍ବା ପୁର୍ଣିମା ରାତିରେ ୨୧ଟି ଲବଙ୍ଗ ସହିତ କର୍ପୂର ଜଳାଇ ମାତା ଲକ୍ଷ୍ମୀଙ୍କର ଧ୍ୟାନ କରି ଯଜ୍ଞ କରନ୍ତୁ, ଏହା ସହିତ ମାତା ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରନ୍ତୁ ।

ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କର ଆର୍ଥିକ ଉନ୍ନତି ହେଉ ଓ ଘର ପରିବାରର ଉନ୍ନତି ହେଉ ତେବେ ଆପଣ ମାତା ଲକ୍ଷ୍ମୀଙ୍କର ପୂଜା କରିବା ସମୟରେ ସବୁଦିନ ଗୋଲପ ଫୁଲ ସହିତ ୨ଟି ଲବଙ୍ଗ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ । ଯଦି ଆପଣ ସବୁଦିନ କରି ପାରିବେ ନାହିଁ ତେବେ ଶୁକ୍ରବାର ଦିନ ଏହି ଉପାୟକୁ ନିଶ୍ଚିତ କରନ୍ତୁ । ଏହା ଅତିରିକ୍ତ ଆପଣ ୫ ଟି ଲବଙ୍ଗ, ୫ଟି କଉଡି ଏକାଠି ଗୋଟିଏ ଲାଲ କପଡାରେ ବାନ୍ଧି ନିଜର ଆଲମାରି କିମ୍ବା ତିଜୋରୀରେ ରଖି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ଆମଦାନୀରେ ବୃଦ୍ଧି ହେବ ।

ଯଦି ଆପଣଙ୍କର କାର୍ଯ୍ୟରେ ବାଧା ଉତ୍ପନ୍ନ ହେଉଛି ତେବେ ଶନିବାର ଦିନ ତେଲ ଦୀପରେ ୩ – ୪ ଟି ଲବଙ୍ଗ ଦେଇ ଜଳାନ୍ତୁ ଓ ଏହାକୁ ଘରର ସବୁଠୁ ଅନ୍ଧାର କୋଣରେ ରଖି ଦିଅନ୍ତୁ, ଏହି ଉପାୟକୁ କରିବା ଦ୍ଵାରା ଧୀରେ ଧୀରେ ଆପଣଙ୍କର ସବୁ କାର୍ଯ୍ୟ ହୋଇଯିବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।