ଟ୍ଵିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲେ ୬ କୋଟି ଫଲୋଅର୍ସ, ଦେଖନ୍ତୁ ଟ୍ୱିଟରରେ ଟପ – ୨୦ ଲୋକମାନଙ୍କ ଲିସ୍ଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ମାଇକ୍ରୋ ବ୍ଲଗିଙ୍ଗ ୱେବସାଇଟ ଟ୍ୱିଟରରେ ଲଗାତାର ବଢିବାରେ ଲାଗିଛି । ତାଙ୍କର ଫଲୋଅର୍ସର ସଂଖ୍ୟା ବଢି ୬ କୋଟିରେ ପହଞ୍ଚି ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୨୦୦୯ରେ ଟ୍ୱିଟର ସହ ଯୋଡି ହୋଇଥିଲେ । ବର୍ତ୍ତମାନ ସମୟରେ କହିବାକୁ ଗଲେ ସବୁଠୁ ଅଧିକ ଫଲୋଅର୍ସ ମଧ୍ୟରେ ନରେନ୍ଦ୍ର ମୋଦୀ ୧୫ ନମ୍ବର ସ୍ଥାନରେ ଅଛନ୍ତି ।

ଯଦି ପୁରା ବିଶ୍ଵର ରାଜନେତାଙ୍କ ବିଷୟରେ କଥାବାର୍ତ୍ତା କରିବା ତେବେ ଟ୍ୱିଟରରେ ଟପ ୨୦ ଜଣ ଲୋକମାନଙ୍କ ମଧ୍ୟରେ ମାତ୍ର ୩ ଜଣ ରାଜନେତା ସାମିଲ ଅଛନ୍ତି ।

ପିଏମ ନରେନ୍ଦ୍ର ମୋଦୀଙ୍କ ଛଡା ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ ଓବାମା ଓ ବର୍ତ୍ତମାନ ସମୟରେ ଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ସାମିଲ ଅଛନ୍ତି । କହିବାକୁ ଗଲେ ବର୍ତ୍ତମାନ ସମୟରେ ବଡ ଖବର ଏହା ଅଟେ କି ଟ୍ୱିଟରରେ ନରେନ୍ଦ୍ର ମୋଦୀ ଫଲୋଅର୍ସ ମାମଲାରେ ଟ୍ଵିଟରକୁ ହିଁ ପଛରେ ଛାଡି ଦେଇଛନ୍ତି ।

ଟ୍ୱିଟରରେ ୨୦ ଜଣ ଶକ୍ତିଶାଳୀ ଲୋକଙ୍କ ତାଲିକା

ଟ୍ୱିଟରରେ ଶକ୍ତିଶାଳୀ ଲୋକମାନଙ୍କ ମଧ୍ୟରେ ୧୦ ଜଣ ସଂଗୀତକାର, ୩ ଜଣ ରାଜନେତା, ୨ ଜଣ ଏଣ୍ଟରଟେନର, ଜଣେ ମିଡିଆ ପର୍ସନାଲିଟୀ, ଜଣେ ଖେଳାଳି ସାମିଲ ଅଛନ୍ତି । ଏହା ଛଡା ତିନୋଟି ବ୍ରାଣ୍ଡ ବି ସାମିଲ ଅଛି ।

ଫଲୋଅର୍ସ ଲିସ୍ଟ

  • ବରାକ ଓବାମା ୧୨.୭ କୋଟି, (ପୂର୍ବତନ ଆମେରିକା ରାଷ୍ଟ୍ରପତି)
  • ଜସ୍ଟିନ ବୀବର ୧୧.୨ କୋଟି (ପପ ଷ୍ଟାର)
  • କେଟୀ ପୈରୀ ୧୦.୮୩ କୋଟି (ସିଙ୍ଗର)
  • ରିହାନା ୯.୭୪ କୋଟି (ପପ ଷ୍ଟାର)
  • ଟେଲର ସ୍ୱିଫ୍ଟ ୮.୬୫ କୋଟି (ପପ ଷ୍ଟାର)
  • କ୍ରିସ୍ଟୀୟାନୋ ରୋନାଲ୍ଡୋ ୮.୬୩ କୋଟି (ଫୁଟ ବଲ ଖେଳାଳୀ)
  • ଡୋନାଲ୍ଡ ଟ୍ରମ୍ପ ୮.୩୪ କୋଟି (ଆମେରିକା ରାଷ୍ଟ୍ରପତି)
  • ଲେଡି ଗାଗା ୮.୧୭ କୋଟି (ପପ ଷ୍ଟାର)
  • ଏଲେନ ଡିଜେନର୍ସ ୮ କୋଟି (କମେଡିୟାନ)
  • ଅରିୟାନା ଗ୍ରାଣ୍ଡେ ୭.୫୬ କୋଟି (ସିଙ୍ଗର)
  • ଯୁଟ୍ୟୁବ ୭.୨୨ କୋଟି (କାରୋବାର)
  • କିମ କରଦାଶିଯାଂ ୬.୫୭ କୋଟି (ବ୍ୟବସାୟୀ ମହିଳା)
  • ଜସ୍ଟିନ ଟିମ୍ବରଲେକ ୬.୪୪ କୋଟି (ସିଙ୍ଗର)
  • ସେଲେନା ଗୋମେଜ ୬.୧୬ କୋଟି (ସିଙ୍ଗର)
  • ନରେନ୍ଦ୍ର ମୋଦୀ ୬ କୋଟି (ଭାରତର ପ୍ରଧାନମନ୍ତ୍ରୀ)
  • ସିଏନଏନ ନ୍ୟୁଜ ବ୍ରେକିଙ୍ଗ ୫.୮୩ କୋଟି (ମିଡିଆ)
  • ଟ୍ଵିଟର ୫.୮୨ କୋଟି (କାରୋବାର)
  • ବ୍ରୀଟନି ସ୍ପେୟର୍ସ ୫.୫୯ କୋଟି (ପପ ଷ୍ଟାର)
  • ଟିମ ଡେମି ୫.୫୪ କୋଟି (ସିଙ୍ଗର)
  • ଶକିରା ୫.୨୨ କୋଟି (ପପ ଷ୍ଟାର)

ଏହା ଛଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫେସବୁକରେ ୪.୫ କୋଟି, ଇଂସ୍ଟାଗ୍ରାମରେ ୪.୫୩ କୋଟି ଫଲୋଅର୍ସ ଅଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।