ଯେତେ ବି ଧଳା ବାଳ ହୋଇଥାଉ ଗୋଟି ଗୋଟି କରି କଳା ହୋଇଯିବ, ଥରେ କେଶରେ ପ୍ରୟୋଗ କରି ଦେଖନ୍ତୁ ଏହି ଚମତ୍କାରୀ ଘରୋଇ ଉପଚାର

ଆଜିକାଲି କମ୍ ବୟସରେ କେଶ ଧଳା ହୋଇଯିବା ଖୁବ ସାଧାରଣ କଥା ହୋଇଗଲାଣି । ପ୍ରଦୂଷିତ ପରିବେଶ, ଅସନ୍ତୁଳିତ ଜୀବନଶୈଳୀ ଓ ଭୁଲ ଖାଦ୍ୟପେୟ ଯୋଗୁଁ ବହୁତ କମ୍ ୟସରୁ ମଧ୍ୟ ପିଲାଙ୍କ କେଶ ଧଳା ପଡିଯାଉଛି । କିନ୍ତୁ ଏବେବି ଅନେକ ବୃଦ୍ଧ ମାନଙ୍କର କେଶ ଖୁବ ଘନ ଏବଂ କଳା ଥିବାର ଦେଖିବାକୁ ମିଳୁଛି । ତେବେ ଆପଣ ଯଦି ଧଳା କେଶକୁ କଳା ଏବଂ ଘାନା କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ଚମତ୍କାରୀ ଘରୋଇ ନେଇ ଆସିଛୁ ।

କେଶ ଧଳା କରିବା ପାଇଁ ଯେଉଁ ଉପଚାର ପ୍ରସ୍ତୁତ କରିବେ ଏଥିପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକ ହେବ ଚାହାପତି । ଆପଣ ଘରେ ବ୍ୟବହାର କରୁଥିବା ଯେକୌଣସି ଚାହାପତି ଏଥିରେ ବ୍ୟବହାର କରିପାରିବେ । ଚାହାପତିକୁ ପ୍ରଥମେ ଭଲଭାବେ ଗ୍ରାଇଣ୍ଡିଂ କରି ଫାଇନ ଗୁଣ୍ଡ ପ୍ରସ୍ତୁତ କରି ନିଅନ୍ତୁ । ଚାହାପତିରେ ଟେନିନ ନାମକ ପଦାର୍ଥ ଥାଏ ଯାହା ଆପଣଙ୍କ କେଶକୁ କଳା କରିବାରେ ସାହାଯ୍ୟ କରେ ଓ ଏଥିରେ ଭିଟାମିନ-ଡି ମଧ୍ୟ ରହିଥାଏ ।

ଏହାପରେ ଆପଣଙ୍କୁ ଦ୍ଵିତୀୟ ସାମଗ୍ରୀ ଆବଶ୍ୟକ ହେବ ତାହା ହେଉଛି କଫି ପାଉଡର । କଫି ପାଉଡର ମଧ୍ୟ ଆମ କେଶ ପାଇଁ ଅତ୍ୟନ୍ତ ଉପଯୋଗୀ । ଏହା କେଶକୁ ଶୀଘ୍ର ଧଳା ପଡ଼ିବାରୁ ଓ ଜଟ ପଡିବାରୁ ରୋକିଥାଏ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଚାରିରୁ ପାଞ୍ଚ ବୁନ୍ଦା ଲେମ୍ବୁ ରସ । ଲେମ୍ବୁ ରସ ଆମ କେଶ ପାଇଁ ନିହାତି ଆବଶ୍ୟକ ହୋଇଥାଏ । କାରଣ ଏହା ଆମ କେଶର ଚର୍ମକୁ ସଫା ରଖେ ଓ ସେଥିରେ ହେଉଥିବା ସଂକ୍ରମଣକୁ ରୋକିଥାଏ ।

କିନ୍ତୁ ମନେରଖନ୍ତୁ ଲେମ୍ବୁ ରସ କେବେବି ସିଧାସଳଖ ଆମ କେଶରେ ଲଗାଇବା ଉଚିତ ନୁହେଁ । ଏଥିରେ ଥିବା ଏସିଡ ସିଧାସଳଖ ଆମ କେଶମୂଳରେ ଲାଗିଲେ ଏହା କେଶ ପାଇଁ ଖ୍ୟାତିକାରଣ ହୋଇଥାଏ । ତେଣୁ ତେଲରେ ଏହାକୁ ମିଶାଇ ଲଗାଇଲେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ତେବେ ଶେଷ ସାମଗ୍ରୀ ଆପଣଙ୍କୁ ଆବଶ୍ୟକ ହେବ ତାହା ହେଉଛି ନଡିଆ ରସ । ପୁରାତନ କାଳରୁ କେଶରେ ନଡିଆ ତେଲ ଲଗାଯାଉଛି ।

କାରଣ ଏହି ତେଲ ଆମ କେଶକୁ ଆବଶ୍ୟକୀୟ ପୋଷାକତତ୍ତ୍ଵ ଯୋଗାଇଥାଏ ଓ ଆମ କେଶକୁ ସୁସ୍ଥ ସବଳ ରଖିଥାଏ । ତେବେ ଆପଣ ପ୍ରଥମେ ଚାରି ଚାମୁଚ ନଡିଆ ତେଲ ଏକ ଛୋଟ ଗିନାରେ ଢାଳି ଦିଅନ୍ତୁ ଓ ସେଥିରେ ଦରକାର ଅନୁଯାୟୀ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ଏବେ ସେଥିରେ ଏକ ଗୁଣ୍ଡ କରି ରଖିଥିବା ଏକ ଚାମୁଚ ଚାହା ଗୁଣ୍ଡ ଓ ଏକ ଚାମୁଚ କଫି ଗୁଣ୍ଡ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ ।

ଏହାକୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ସେମିତି ଛାଡି ଦିଅନ୍ତୁ ଓ ଏହାପରେ ଏକ ପାତ୍ରରେ ପାଣି ଗରମ କରି ତା’ ଉପରେ ଏହି ମିଶ୍ରଣକୁ ରଖି ଗରମ କରନ୍ତୁ । କେବେବି ସିଧାସଳଖ ଆପଣ ଏହି ମିଶ୍ରଣକୁ ଗରମ କରିବେ ନାହିଁ । ଏହାପରେ ଉଷୁମ ଉଷୁମ ତେଲ ଭଳି ଆପଣ ନିଜ କେଶ ଓ କେଶମୂଳରେ ଭଲଭାବେ ଏହାକୁ ଲଗାଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ମୁଣ୍ଡରେ ରକ୍ତ ସଞ୍ଚାଳନ ଭଲ ଭାବେ ହେବ ଓ କେଶ ମଧ୍ୟ ବଢିବ ତଥା ସୁସ୍ଥ ରହିବ ।

ଏହିପରି ସପ୍ତାହରେ ତିନି ଥର ଲଗାନ୍ତୁ, ଦେଖିବେ ଆପଣଙ୍କ କେଶ ପ୍ରାକୃତିକ ଉପାୟରେ କଳା ହେବ ଓ ଆପଣଙ୍କୁ ବଜାରରେ ମିଳୁଥିବା କେମିକାଲ ଯୁକ୍ତ ହେୟାର ଡାଏ ଲଗେଇବାକୁ ପଡିବନି । ଏହା ଦୁଇରୁ ତିନି ଘଣ୍ଟା କେଶରେ ଲାଗି ରହିବା ପରେ ଆପଣ କେଶକୁ ଭଲ ଭାବେ ଧୋଇ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।