ଜାଣିଛନ୍ତି କି ଗାଡି ଟାୟାର ଗୁଡିକର ରଙ୍ଗ ଧଳା ନ ହୋଇ କଳା କାହିଁକି ହୋଇଥାଏ ? ଏହା ପଛରେ ଥିବା ରହସ୍ୟ ଆପଣ ବି ଜାଣି ନ ଥିବେ

ଯେତେ ବଡ ଗାଡି ହେଉ ତା’ର ଯଦି ଚକା ନାହିଁ ତେବେ ଏହା ରାସ୍ତାରେ ଚାଲିପାରିବ ନାହିଁ । ଚକା ବିନା ଗାଡିର ମୂଲ୍ୟ ଯେତେ ହେଉଠାଉ ନା କାହିଁକି ତାହା କୌଣସି କାମରେ ଆସିବ ନାହିଁ । ଗାଡି ସାଇକେଲ ବନେଇ ଶିଖିବା ଆଗରୁ ମଣିଷ ପ୍ରଥମେ ଚକ ବନେଇବା ଶିଖିଥିଲା ବୋଲି ଇତିହାସ କୁହେ । ମଣିଷ ଉଦ୍ଭାବନ କରିଥିବା ଜିନିଷ ମଧ୍ୟରେ ଚକ ଏକ ପ୍ରମୁଖ ଜିନିଷ ଅଟେ । ଯାହା ଯୋଗୁଁ ସୁନ୍ଦର ସୁନ୍ଦର ଗାଡି ଆଜି ରାସ୍ତାରେ ଚାଲି ପାରୁଛି ।

ଚକା ଦେଖିବାକୁ ସାମାନ୍ଯ ହୋଇଥିଲେ ବି ଏହା ଗାଡିର ସଂପୂର୍ଣ୍ଣ ଓଜନକୁ ବହନ କରିଥାଏ । ତେବେ ଆପଣ କେବେ ଚିନ୍ତା କରିଛନ୍ତି କି ଆପଣଙ୍କ ଗାଡିରେ ଲାଗିଥିବା ଟାୟାର କାହିଁକି କଳା ରଙ୍ଗର ହୋଇଥାଏ ? ସାଇକେଲ ହେଉ କି ମଟରସାଇକେଲ, କାର୍ ତଥା ସବୁ ଗାଡି ମଟରର ଟାୟାରରେ ଲାଗିଥିବା ରଙ୍ଗ କାହିଁକି ସମାନ ରଙ୍ଗ ବା କଳା  ରଙ୍ଗର ହୋଇଥାଏ ? ଆପଣଙ୍କ ମନରେ କେବେ ଏହାକୁ ନେଇ ପ୍ରଶ୍ନ ଆସିଛି କି ? କାହିଁକି କଳା ବ୍ଯତୀତ ଅନ୍ୟ କୌଣସି ରଙ୍ଗର ଟାୟାର ମିଳେ ନାହିଁ ?

ଟାୟାର ଗୁଡିକର ରଙ୍ଗ କଳା ହେବା ପଛରେ ମଧ୍ୟ ରହିଛି ବଡ ରହସ୍ୟ । ଆଜିକୁ ପ୍ରାୟ ୧୨୫ ବର୍ଷ ତଳେ ଟାୟାର ଗୁଡିକ ସେଗୁଡିକର ମୂଳ ରଙ୍ଗ ଧଳା କଞ୍ଚାମାଲରେ ନିର୍ମିତ କରା ଯାଇଥିଲା । ଯାହାକି ଧଳା ରଙ୍ଗର ରବରରେ ହିଁ ଟାୟାର ନିର୍ମିତ ହେଉଥିଲା । ହେଲେ ଏହି ମୂଳ ପଦାର୍ଥ ଗାଡିର ଓଜନକୁ ବହନ କରିବାରେ ଅସମର୍ଥ ଥିଲା ।

ଏହାସହ ରାସ୍ତାରେ ଭଲ ପ୍ରଦର୍ଶନ କରିବା ପାଇଁ ମୂଳ ସାମଗ୍ରୀ ଯଥେଷ୍ଟ ଶକ୍ତିଶାଳୀ ନଥିଲା । ତେଣୁ ଏହାକୁ ସଶକ୍ତ ଏବଂ ଦୀର୍ଘାୟୁ କରିବା ପାଇଁ ଏଥିର କାର୍ବନ କଳା ରଙ୍ଗ ମିଶ୍ରଣ କରାଯାଏ । ତେଣୁ ଟାୟାର ଗୁଡିକ କଳା ରଙ୍ଗର ଦେଖାଯାଏ । କାର୍ବନ ବ୍ଲାକର ମିଶ୍ରଣ ଫଳରେ ଏହା ରାସ୍ତାରେ ଯେତେ ଘଷି ହେଲେ ମଧ୍ୟ ତରଲି ଯାଏ ନାହିଁ ।

ଏହାସହ କାର୍ବନ ବ୍ଲାକ ଟାୟାର ଗୁଡିକୁ ଅତି ବାଇଗଣି ରଶ୍ମୀରୁ ମଧ୍ୟ ରକ୍ଷା କରିଥାଏ । ଯେଉଁଥି ପାଇଁ ସବୁ ଗାଡି ମାନଙ୍କର ଟାୟାର କଳା ରଙ୍ଗର ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।