ଧଳା ବାଳ ମାତ୍ର ୫ ଦିନରେ ପ୍ରାକୃତିକ ଉପାୟରେ କଳା ହୋଇଯିବ, ଥରେ ଲଗେଇ ଦେଖନ୍ତୁ ଏହି ସହଜ ଘରୋଇ ଉପଚାର

ବୟସ ପୂର୍ବରୁ କେଶ ଧଳା ହେବା ଆଜିକାଲିର ଏକ ମୁଖ୍ୟ ସମସ୍ଯା । ୪୦ ବର୍ଷ ପରେ କେଶ ଧଳା ପଡିବା ଏକ ପ୍ରାକୃତିକ ପ୍ରକ୍ରିୟା । କିନ୍ତୁ କେମିକାଲ ଯୁକ୍ତ ଶାମ୍ପୁର ପ୍ରୟୋଗ ହେତୁ ହେଉ କିମ୍ବା ଅଧିକ ଚିନ୍ତା କରିବା ଓ ଅନିୟମିତ ଜୀବନଶୈଳୀ ଯୋଗୁଁ ହେଉ, ଅତିକମ୍ ବୟସର ପିଲା ମାନଙ୍କର କେଶ ଧଳା ପଡିଯିବାର ଦେଖିବାକୁ ମିଳୁଛି । ଯଦି ଆପଣ ମଧ୍ୟ ଧଳା କେଶକୁ ନେଇ ଚିନ୍ତିତ ଅଛନ୍ତି ତେବେ ଆଜି ଆମେ ଯେଉଁ ଘରୋଇ ଉପଚାର ନେଇ ଆସିଛୁ ଯାହା ଆପଣଙ୍କ ପାଇଁ ବରଦାନ ହେବ ।

ଏହି ଘରୋଇ ଉପଚାର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣଙ୍କୁ ଆବଶ୍ୟକ ହେବ ଏକ ଲୁହା କଡେଇ । କାରଣ ଆପଣଙ୍କ କେଶ ପାଇଁ ଆଇରନ ତତ୍ତ୍ଵ ଆବଶ୍ୟକ । ଏହାପରେ ଆବଶ୍ୟକ ହେବ ଏକ କପ୍ ସୋରିଷ ତେଲ । ପୂର୍ବକାଳରେ ଲୋକମାନେ କେଶରେ ସୋରିଷ ତେଲର ପ୍ରୟୋଗ କରୁଥିଲେ ଯାହା ସେମାନଙ୍କ କେଶକୁ ବୃଦ୍ଧ ହେବା ଯାଏଁ ଘନ, କଳା ଓ ମଜବୁତ ରଖୁଥିଲା । କଡେଇ ଗରମ କରି ସେଥିରେ ନେଇଥିବା ସୋରିଷ ତେଲ ଢାଳନ୍ତୁ ଓ ଅଳ୍ପ ଗରମ ହେବା ପରେ ସେଥିରେ ଏକ ଚାମୁଚ ମେଥି ଗୁଣ୍ଡ ପକାନ୍ତୁ ।

ଏଥିପାଇଁ ବଜାରରୁ ଅର୍ଗାନିକ ମେଥି ଗୁଣ୍ଡ କିଣି ଆଣିପାରିବେ କିମ୍ବା ମେଥିକୁ ହାଲୁକା ଗରମ କରି ତାକୁ ଗ୍ରାଇଣ୍ଡିଙ୍ଗ କରି ମେଥି ଗୁଣ୍ଡ ପ୍ରସ୍ତୁତ କରିପାରିବେ । ଏହାପରେ ସେଥିରେ ପକାନ୍ତୁ ଏକ ଚାମୁଚ ଅଁଳା ଗୁଣ୍ଡ । ଏହା ମଧ୍ୟ ଆପଣଙ୍କୁ ବଜାରରୁ ମିଳିଯିବ । ଏହାପରେ ସେଥିରେ ମିଶାନ୍ତୁ ଏକ ଚାମୁଚ ମେହେନ୍ଦି ଗୁଣ୍ଡ ।

ଏହା ମଧ୍ୟ ଆପଣ ନିଜେ ମେହେନ୍ଦି ପତ୍ରକୁ ଶୁଖାଇ ପ୍ରସ୍ତୁତ କରିପାରିବେ କିମ୍ବା ବଜାରରୁ ଅର୍ଗାନିକ ମେହେନ୍ଦି ଗୁଣ୍ଡ କିଣିପାରିବେ । ଏହି ସମସ୍ତ ସାମଗ୍ରୀକୁ ସୋରିଷ ତେଲରେ ପକାଇ ଭଲ ଭାବେ ଫୁଟାନ୍ତୁ । ଏହାପରେ ଗ୍ଯାସ ବନ୍ଦ କରି ସମସ୍ତ ସାମଗ୍ରୀକୁ ସେହିପରି କଡେଇରେ ରହିବାକୁ ଦିଅନ୍ତୁ । ଏହିପରି ଦୁଇ ଦିନ ଧରି ପ୍ରସ୍ତୁତ ତେଲକୁ ଲୁହା କଡେଇରେ ସେମିତି ରହିବାକୁ ଦିଅନ୍ତୁ । ଏହାଦ୍ବାରା ତେଲରେ ସମସ୍ତ ସାମଗ୍ରୀର ପୋଷକତତ୍ତ୍ଵ ଆସିଯିବ ଓ କଡେଇର ଆଇରନ ତତ୍ତ୍ଵ ମଧ୍ୟ ତେଲରେ ଆସିଯିବ ।

ଯାହା ଆପଣଙ୍କ କେଶ ପାଇଁ ଅତ୍ୟନ୍ତ ଉପାଦେୟ ଅଟେ । ଏହାପରେ ଆପଣ ଏକ ସୂତା କପଡା ସାହାଯ୍ୟରେ ଉକ୍ତ ତେଲକୁ ଏକ ଜାର୍ କୁ ଢାଳି ଦିଅନ୍ତୁ ଓ ଏହାକୁ ସେଥିରେ ଷ୍ଟୋର କରି ରଖିପାରିବେ । ଅତ୍ୟଧିକ କେମିକାଲ ଯୁକ୍ତ ଶାମ୍ପୁର ବ୍ୟବହାର ଯୋଗୁଁ ଆମ କେଶ ବୟସ ନେ ହେଉଣୁ ଧଳା ପଡିଯାଉଛି ।

ତେଣୁ ମାସରେ ଦୁଇଟୁ ତିନି ଥର କେଶରେ ପ୍ରାକୃତିକ ଜିନିଷ ପ୍ରୟୋଗ କରିବା ଉଚିତ । ଏହି ତେଲକୁ ଆପଣ ମୁଣ୍ଡ ଧୋଇବାର ଏକରୁ ଦୁଇ ଘଣ୍ଟା ପୂର୍ବରୁ ଭଲ ଭାବେ କେଶରେ ମାଲିସ କରି ଦିଅନ୍ତୁ କିମ୍ବା ରାତି ସାରା ମଧ୍ୟ କେଶରେ ଲଗାଇ ରଖିପାରିବେ । ଏହାପରେ ସକାଳେ ଭଲ ଭାବେ ଅର୍ଗାନିକ ଶାମ୍ପୁରେ ମୁଣ୍ଡ ଧୋଇ ଦିଅନ୍ତୁ ।

ଏହିପରି କରନ୍ତୁ ଦେଖିବେ ଆପଣଙ୍କ ଧଳା ବାଳ ପ୍ରାକୃତିକ ଉପାୟରେ କଳା ହେବା ସହ ଲମ୍ବା, ଚମକଦାର ଓ ଘନ ମଧ୍ୟ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।