ବାହାରେ ଜଣଙ୍କ ଚପଲ ଭିତରେ ଶୋଇଛି ଆଉ କିଏ, Rashmi Rekha ଙ୍କ ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ବଡ ମନ୍ତବ୍ୟ ଦେଲେ ଅଭିନେତା Hara Ratha

ଓଡିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି । ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ଜଣା ପଡିଥିବା ବେଳେ ଏନେଇ ସନ୍ଦେହ ଘନେଇବାରେ ଲାଗିଛି । ରଶ୍ମିଙ୍କ ଘରଲୋକ ଏବଂ ସହକର୍ମୀ ସମସ୍ତେ ରଶ୍ମି ଆତ୍ମହତ୍ୟା କରିଥିବା ଗ୍ରହଣ କରି ପାରୁନାହାନ୍ତି । ରଶ୍ମିଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କୁ ନେଇ ଘରଲୋକଙ୍କ ସନ୍ଦେହ ବଢିବାରେ ଲାଗିଛି । ଏନେଇ ଲୋକପ୍ରିୟ ଅଭିନେତା ହର ରଥ ମଧ୍ୟ ନିଜ ମତ ଦେଇଛନ୍ତି ।

ସେ ଶୁଟିଙ୍ଗ ସେଟରୁ ହିଁ ରଶ୍ମିରେଖାଙ୍କୁ ଜାଣନ୍ତି । ଗୋଟିଏ ଓଡିଆ ସିରିଏଲରେ ସେମାନେ ଏକାଠି କାମ କରିବାର ସୁଯୋଗ ପାଇଥିଲେ । ରଶ୍ମିଙ୍କ ସହ ହରଙ୍କର ଅଧିକ ସିନ୍ ନଥିଲେ ମଧ୍ୟ ଅଳ୍ପ ବହୁତ ସେ ରଶ୍ମିଙ୍କୁ ଜାଣିଥିଲେ । ରଶ୍ମି ବହୁତ ଖୁସିମିଜାଜର ଝିଅ ଥିଲେ ଓ ସମସ୍ତଙ୍କ ସହ ସହଜରେ ମିଶି ଯାଉଥିଲେ । ଜଣେ ସିନିୟର କଳାକାର ଭାବେ ସେ ହର ରଥଙ୍କୁ ଯେତେବେଳେ ବି ଦେଖୁଥିଲେ ନମସ୍କାର କରି ସମ୍ମାନ ଦେଉଥିଲେ । ତେଣୁ ତାଙ୍କ ଭଳି ଜଣେ ଝିଅ ଯେ ସୁଇସାଇଡ କରିଥିବ ସେ ବିଶ୍ବାସ କରି ପାରୁନାହାନ୍ତି ।

ମୃତ୍ୟୁର କିଛିଦିନ ପୂର୍ବରୁ ରଶ୍ମି ସିରିଏଲ ଛାଡି ଦେଇଥିବା ସେ ଶୁଣିବାକୁ ପାଇଥିଲେ । ଏନେଇ ପଚାରିବାରୁ ସେ ଜାଣିବାକୁ ପାଇଥିଲେ କି ରଶ୍ମିଙ୍କ ବାହାଘର ହେବ ସେ ସିନ୍ଦୁର ଲଗେଇକି ବି ଆସୁଥିଲା କଣ ହେଇଛି କେଜାଣି ସେ ଆଉ ଆସିବନି । ଏହାପରେ ସେ ଶୁଣିବାକୁ ପାଇଥିଲେ କି ରାଜାଙ୍କୁ ସେ ପ୍ରେମ କରନ୍ତି ତାଙ୍କ ନାଁରେ ଟାଟୁ ବି କରିଛନ୍ତି, ଆଉ ତାକୁ ହିଁ ସେ ବାହା ହେବେ ।

ରଶ୍ମି ତାଙ୍କ ଘରଛାଡି ସିନେମା ଲାଇନରେ କାମ କରିବେ ବୋଲି ସାହସ କରି ଆସିଥିଲେ ସେ ହଠାତ କେମିତି ଅଭିନୟ ଛାଡିବା କଥା ଚିନ୍ତା କରିଲା । ସେ ହଠାତ ଏମିତି ଆତ୍ମହତ୍ୟା କରିଦେବେନି । ତାଙ୍କୁ ନିଶ୍ଚୟ କେହି ଜଣେ ଉସୁକାଇଛି ବା ମାନସିକ ଭାବେ ଧକ୍କା ଦେଇଛି । ନୋଟରେ ମଧ୍ୟ ସେ ଯାହା ଲେଖିଛନ୍ତି ତାହା ନିଜ ହାତର ଲେଖା କି ନାହିଁ ଏବଂ କେଉଁ ପରିସ୍ଥିତିରେ ସେ ଲେଖିଛନ୍ତି ତାହା ମଧ୍ୟ ଫରେନସିକ ଯାଞ୍ଚ ହେବା ଆବଶ୍ୟକ ବୋଲି କହିଛନ୍ତି ହର ।

ରାଜାଙ୍କ ସହ ତାଙ୍କର କେମିତି ସମ୍ପର୍କ ଭାଙ୍ଗିଲା ଓ ସନ୍ତୋଷଙ୍କ ସହ କେବେ ଯୋଡି ହେଲା ଏହା ତଦନ୍ତ କରିବା ଆବଶ୍ୟକ । କାରଣ ବାହାରେ ଚପଲ ଆଉ କାହାର ଭିତରେ ଆଉ କିଏ ପରି ସ୍ଥିତି ଏଠାରେ ଉପୁଜୁଛି ବୋଲି ସେ କହିଛନ୍ତି । ତେବେ ସଠିକ ଭାବେ ତଦନ୍ତ ହୋଇ ରଶ୍ମିଙ୍କୁ ଉଚିତ ନ୍ୟାୟ ମିଳୁ ବୋଲି ହର କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।