ପୁଣି ଚଡକ ପଡିଲା ସାଂସଦ Anubhav Mohanty ଙ୍କ ମୁଣ୍ଡରେ, Varsha ତାଙ୍କ ଘର ଛାଡିବା ନେଇ କୋର୍ଟ ଶୁଣାଇଲେ ଏହି ବଡ ରାୟ

ଷ୍ଟାର ଦମ୍ପତ୍ତି ବର୍ଷା ଓ ଅନୁଭବଙ୍କ ବିବାହ ମାମଲା ପୁଣି ଥରେ ଏକ ନୂଆ ମୋଡ ନେଇଛି । ଏଣିକି ବର୍ଷା ପ୍ରିୟଦର୍ଶିନୀ ଅନୁଭବ ମହାନ୍ତିଙ୍କ ଘରେ ରହିବେ । କଟକ ଜିଲ୍ଲା ଜଜ୍ ଗତକାଲି ଏଭଳି ରାୟ ଶୁଣାଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୪ ତାରିଖରେ ହେବାର ରହିଛି । ଜିଲ୍ଲା ଜଜ୍ ଙ୍କ ଏହି ରାୟ ପରେ ଅନୁଭବଙ୍କ ଓକିଲ କହିଛନ୍ତି କି ଆବଶ୍ୟକ ପଡିଲେ ଏହି ରାୟ ବିରୋଧରେ ହାଇକୋର୍ଟରେ ତାଙ୍କ ତରଫରୁ ଅପିଲ୍ କରାଯିବ । ଜିଲ୍ଲା ଜଜ୍ କୋର୍ଟରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହାର ଉତ୍ତର ରଖାଯିବ ବୋଲି ସେ କହିଛନ୍ତି ।

ଗତ ଦୁଇ ବର୍ଷ ହେଲା ବର୍ଷା ଓ ଅନୁଭବଙ୍କ ବିବାଦ ପରେ ଅନୁଭବଅଙ୍କ ପରିବାର ଘର ଛାଡି ଅନ୍ୟତ୍ର ଭଡା ନେଇ ରହୁଛନ୍ତି । ବର୍ଷା କିନ୍ତୁ ଅନୁଭବଙ୍କ ପୈତୃକ ଘରେ ରହି ଆସୁଛନ୍ତି । ଅନୁଭବଙ୍କ ପିତାମାତା ଏବେ ନିଜ ଘରକୁ ଫେରିବାକୁ ଚାହୁଁଥିବା ବେଳେ ଫେରି ପାରୁନାହାନ୍ତି । ଅନୁଭବଙ୍କ  ବୟସ ବଢିବା ଯୋଗୁଁ ବାପାମା’ ଅସୁସ୍ଥ ହୋଇ ପଡ଼ୁଛନ୍ତି ଓ ନିଜ ପୈତୃକ ଘରକୁ ଫେରିବାକୁ ପାଇଁ ଚାହୁଁଛନ୍ତି । ଯେଉଁଥି ପାଇଁ ଅନୁଭବ ବର୍ଷାଙ୍କୁ ତାଙ୍କ ଘର ଛାଡିବା ନେଇ ଏସଡ଼ିଜେଏମ କୋର୍ଟରେ ଆବେଦନ କରିଥିଲେ ।

ଏସଡ଼ିଜେଏମ କୋର୍ଟ ଏହି ମାମଲାର ଶୁଣାଣି କରି ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡିବା ପାଇଁ କହିବା ସହ ନିଜ ପାଇଁ ଭଡାଘର ଦେଖିବାକୁ ମଧ୍ୟ କହିଥିଲେ । ଏହାସହ ଅନୁଭବ ବର୍ଷାଙ୍କୁ ଭରଣପୋଷଣ ବାବଦକୁ ମାସିକ ୩୦ ହଜାର ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଚଳିତ ମାସ ପାଇଁ ଅନୁଭବ ବର୍ଷାଙ୍କୁ ୩୦ ହଜାର ଟଙ୍କା ମଧ୍ୟ ପଠାଇବା ସହ କୋର୍ଟରେ ରସିଦ ଜମା କରିଥିଲେ ।

ଟଙ୍କା ପାଇବାର ଦୁଇ ମାସ ମଧ୍ୟରେ ବର୍ଷା ଭଡାଘର ଦେଖି ଅନୁଭବଙ୍କ ଘର ଛାଡିବାର ଥିଲା । କିନ୍ତୁ ଏହା ବିରୋଧରେ ବର୍ଷା ଜିଲ୍ଲା ଜଜ୍ ଙ୍କ ନିକଟରେ ଆବେଦନ କରିଥିଲେ । ଯାହାପରେ ଜିଲ୍ଲା ଜଜ୍ ବର୍ଷାଙ୍କୁ ଅନୁଭବଙ୍କ ଘରେ ରହିବାକୁ ଅନୁମତି ଦେଇଛନ୍ତି । ପୂର୍ବରୁ ଏସଡ଼ିଜେଏମ କୋର୍ଟଙ୍କ ରାୟରେ ଖୁସି ଥିବା ଅନୁଭବଙ୍କ ମୁଣ୍ଡରେ ଏବେ ପୁଣି ଚଡକ ପଡିଛି । ଏସଡ଼ିଜେଏମ ଜଜ୍ ଙ୍କ ଥାୟ ଉପରେ ଜିଲ୍ଲା ଜଜ୍ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ଗତ ମାସରେ ଅନୁଭବ ସୋସିଆଲ ମିଡିଆରେ ବର୍ଷାଙ୍କୁ ଟାର୍ଗେଟ କରିଥିଲେ ।

ଏହାପରେ ହାଇକୋର୍ଟ ଉଭୟଙ୍କୁ ସୋସିଆଲ ମିଡିଆରେ କିଛି ପୋଷ୍ଟ ନକରିବା ପାଇଁ କହିଥିଲେ । ତେବେ କୋର୍ଟଙ୍କ ନିର୍ଦ୍ଦେଶକୁ ଅନୁଭବ ଉଲ୍ଲଂଘନ କରୁଥିବା ଦର୍ଶାଇ ବର୍ଷା ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।