ଆତ୍ମହତ୍ୟା କରିନାହାନ୍ତି Rashmi, ତାକୁ ମାରି ଟଙ୍ଗେଇ ଦେଇ ରୋଷେଇ ଘର ଝରକା ବାଟେ ପଳେଇଛନ୍ତି, Rashmi Rekha ଙ୍କ ବାପାଙ୍କ ଭୟଙ୍କର ଖୁଲାସା…

ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁକୁ ନେଇ ତର୍କବିତର୍କ ବଢିବାରେ ଲାଗିଛି । ରଶ୍ମିଙ୍କ ପରିବାର ତାଙ୍କ ଝିଅକୁ ହତ୍ୟା କରା ଯାଇଥିବା କହିଛନ୍ତି । ରଶ୍ମିଙ୍କ ପୁରୁଷ ବନ୍ଧୁ ସନ୍ତୋଷ ଓ ମଧ୍ୟସ୍ଥି ମିଶି ତାଙ୍କର ହତ୍ୟା କରି ପଛ ଝରକା ବାଟେ ପଳାଇଛନ୍ତି ବୋଲି ଅଭିଯୋଗ ଆନୁଛନ୍ତି ରଶ୍ମିଙ୍କ ବାପା । ରାଜା କଥାକୁ ନେଇ ସନ୍ତୋଷ ରଶ୍ମିକୁ ହତ୍ୟା କରୁଥିବା ସେ କହୁଛନ୍ତି । ରଶ୍ମି ମାନସିକ ଭାବେ ଖୁବ ସବଳ ଥିଲେ । ସେ ନିଜ ଗୋଡରେ ନିଜେ ଠିଆ ହେବା ସହ ସାନ ଭାଇମାନଙ୍କୁ ମଧ୍ୟ ମଣିଷ କରିବେ ବୋଲି କହୁଥିଲେ ।

ତେଣୁ ସେ କେବେ ଆତ୍ମହତ୍ୟା କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ରଶ୍ମିରେଖାଅଙ୍କ ପିତାମାତା । ଏଯାଏଁ ଝିଅର ଆତ୍ମହତ୍ୟା କରିବା ଘଟଣାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ରଶ୍ମିଙ୍କ ପରିବାର ଲୋକେ । ରଶ୍ମିଙ୍କ ଘରର କେବଳ ସାମ୍ନା କବାଟ ଓ ଝରକା ଖୋଲାଥିବା ବେଳେ ପଛ କବାଟ ଝରକା ସବୁ ଖୋଲାଥିଲା । ରଶ୍ମିଙ୍କୁ ହତ୍ୟା କରି ପଛ ଝରକା ଗ୍ରୀଲ ବାହାର କରି ସେପଟେ ପଳାଇ ଯାଇଥିବା କହୁଛନ୍ତି ରଶ୍ମିଙ୍କ ବାପା । ସନ୍ତୋଷଙ୍କୁ ସେ ଘର ନେବାରେ ଜଣେ ମଧ୍ୟସ୍ଥି ସାହାଯ୍ୟ କରିଥିଲେ ।

ସନ୍ତୋଷ ତାଙ୍କ ସହ ମିଶି ରାଜା ସହ ରଶ୍ମିଙ୍କର କଥାବାର୍ତ୍ତାକୁ ନେଇ ରଶ୍ମିଙ୍କୁ ହତ୍ୟା କରିଛନ୍ତି ବୋଲି ଦାବି କରୁଛନ୍ତି ରଶ୍ମିଙ୍କ ପରିବାର । ସିରିଏଲରେ ଅଭିନୟ କରିବା ବେଳେ ରାଜା ନାମକ ଜଣେ ଯୁବକଙ୍କ ସହ ରଶ୍ମିଙ୍କ ସମ୍ପର୍କ ସ୍ଥାପନ ହୋଇଥିଲା ଓ ପରେ ରାଜାଙ୍କ ସହ ତାଙ୍କର ବିବାହ ପ୍ରସ୍ତାବ ମଧ୍ୟ ପଡିଥିଲା । କିନ୍ତୁ ଝିଅକୁ ମାତଗ୍ର ୨୨ ବର୍ଷ ହୋଇଥିବାରୁ ବିବାହ ପାଇଁ ସେ ରାଜି ହୋଇ ନଥିଲେ କହିଛନ୍ତି ରଶ୍ମିଙ୍କ ପିତା ରଞ୍ଜନ ଓଝା ।

ତେବେ ଫାଇନାନ୍ସ କମ୍ପାନୀରେ କାମ କରିବା ବେଳେ ସେଠାକାର ମ୍ୟାନେଜର ସନ୍ତୋଷ ପାତ୍ରଙ୍କ ସହ ରଶ୍ମିଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା । ଘର ମାଇଳ୍କ କହୁଛନ୍ତି କି ଉଭୟ ସ୍ଵାମୀ ସ୍ତ୍ରୀ ଭଳି ଚଳୁଥିଲେ । ରାଜା ରଶ୍ମିଙ୍କୁ ବାରମ୍ବାର ଫୋନ କରୁଥିବାରୁ ଏହାକୁ ନେଇ ସନ୍ତୋଷ ଓ ରଶ୍ମିଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖା ଦେଇଥିଲା । ଆଉ ସନ୍ତୋଷ ରାଗିଯାଇ ରଶ୍ମିଙ୍କୁ ମାରି ଟାଙ୍ଗି ଦେଇଛନ୍ତି ବୋଲି କହୁଛନ୍ତି ରଶ୍ମିଙ୍କ ବାପା ।

ଦିନେ ଦୁଇଦିନ ଭିତରେ ସେ ଭୁବନେଶ୍ବର ଯାଇ ଝିଅକୁ ହତ୍ୟା କରା ଯାଇଥିବା ନେଇ ପୋଲିସ ପାଖରେ ଅଭିଯୋଗ କରିବେ ବୋଲି କହିଛନ୍ତି । ରଶ୍ମିରେଖାଙ୍କ ମାଆ ମଧ୍ୟ ରାଜାକୁ କେନ୍ଦ୍ର କରି ସନ୍ତୋଷ ତାଙ୍କ ଝିଅକୁ ହତ୍ୟା କରିଥିବା କଥା କହିଛନ୍ତି । ସ୍ଥାନୀୟ ସରପଞ୍ଚ ମଧ୍ୟ ରଶ୍ମିରେଖାଙ୍କ ସଠିକ ମୃତ୍ୟୁ ତଦନ୍ତ ଦାବି କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।