କୌଣସି ଦେବୀ ଦେବତାଙ୍କ ପାଖରେ ଦୀପ ଜଳାଇବା ପୂର୍ବରୁ ଜାଣି ନିଅନ୍ତୁ ଏହି ସବୁ କଥା

ହିନ୍ଦୁ ଧର୍ମରେ ଭଗବାନଙ୍କ ନିକଟରେ ନିଜର ଭକ୍ତିକୁ ଜଣାଇ ଦୀପ ଲଗାଇ ଥାଆନ୍ତି । ଗୋଟିଏ ଦୀପକୁ ସାଧାରଣତଃ ମାଟିରେ ତିଆରି କରାଯାଇଥାଏ । ଯେଉଁଥିରେ ଘିଅ କିମ୍ବା ବନସ୍ପତି ତେଲରେ ବୁଡିଥିବା କପାର ଶଳିତା ଦିଆଯାଏ । ଦୀପ ଭାରତୀୟଙ୍କ ପାଇଁ ବହୁତ ମହତ୍ଵ ରଖିଥାଏ । ଏହାକୁ ପ୍ରାୟତଃ ହିନ୍ଦୁ, ଶିଖ, ଜୈନ ଓ ପାରସୀ ଲୋକମାନେ ଧାର୍ମିକ ଉତ୍ସବ ଯେମିତି ଦୀପାବଳି କିମ୍ବା ଅନ୍ୟ ସମସ୍ତ ଉତ୍ସବରେ ବ୍ୟବହାର କରିଥାନ୍ତି ।

ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ଭଗବାନଙ୍କ ସାମ୍ନାରେ ଦୀପ ଜଳାଇବାର ବିଶେଷ ମହତ୍ଵ ଅଛି । କାରଣ ଯେମିତି ଅପାଣ ଦୀପ ଜଳାଇ ଅନ୍ଧାରକୁ ଦୂର କରିଥାନ୍ତି ଠିକ ସେହିଭଳି ଆପଣଙ୍କ ଜୀବନରୁ ବି ଅନ୍ଧକାରର ଛାୟା ସମାପ୍ତ ହୋଇଯାଏ । କିନ୍ତୁ ଜଣେ ବ୍ୟକ୍ତି ଯଦି ଦୀପକୁ କିଛି ଖାସ ନିୟମ ପାଳନ କରି ଜଳାଇ ଥାଏ ତେବେ ତାହାର ଜୀବନର ସବୁ ଦୁଃଖ ଦୂର ହୋଇଯିବ ଓ ଆପଣଙ୍କ ଜୀବନରେ ସୁଖର ରାସ୍ତା ଖୋଲିଯିବ ।

ଏଥିପାଇଁ ଆପଣଙ୍କୁ କିଛି ଖାସ ନିୟମକୁ ପାଳନ କରିବାର ଅଛି । ଯେମିତି କି ଦୀପ ଜଳାଇବା ପାଇଁ ପ୍ରାୟତଃ ଲୋକମାନେ ଦେଶୀ ଘିଅର ଉପୋଯୋଗ କରନ୍ତି । କିନ୍ତୁ କେତେକ ଅବସରରେ ସୋରିଷ ତେଲର ପ୍ରୟୋଗ କରିବା ଉଚିତ । କାରଣ ସୋରିଷ ତେଲର ପ୍ରୟୋଗ ଦୀପରେ କରିବା ଦ୍ଵାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କର ସବୁ ମନୋକାମନା ପୁରା ହୋଇଥାଏ ।

ଏହା ସହିତ ଏହି କଥାର ଖାସ ଧ୍ୟାନ ରଖିବା ଉଚିତ କି ଦୀପ ଜଳାଇବା ପୂର୍ବରୁ ଦୀପର ଶଳିତା ତୁଳା ଦ୍ଵାରା ହିଁ ହୋଇଥିବା ଉଚିତ ଓ ତାହା ପୁଣି ପତଳା ହୋଇଥିବା ଦରକାର । ତାହାର ଅଧା ଅଂଶ ତେଲରେ ପୁରା ବୁଡି ରହିବା ଉଚିତ । ଯାହା ଦ୍ଵାରା ଶଳିତା ତେଲକୁ ଭଲ ଭାବରେ ଶୋଷି ପାରିବ ଓ ଭଲ ଭାବରେ ଜଳି ପାରିବ । ସୋରିଷ ତେଲର ଗନ୍ଧ ଘରକୁ ସୁଗନ୍ଧ ପ୍ରଦାନ କରିଥାଏ । ଏହା ଦ୍ଵାରା ଘରୁ ଖରାପ ଶକ୍ତି ବି ଦୂରେଇ ଯାଆନ୍ତି ଓ ଦୁଃଖ ବି ସମାପ୍ତ ହୋଇଥାଏ ଓ ଆମକୁ ସୁଖ ପ୍ରାପ୍ତି ହୋଇଥାଏ ।