ସାଢେ ୩ ବର୍ଷ ହେବ ‘ମାମୁଁ’ର ପ୍ରେମରେ ଥିଲା ଝିଅ, ନିଶ୍ଵାସ ଯିବା ପର୍ଯ୍ୟନ୍ତ ଦେଉଥିଲା ରାଣ, କିନ୍ତୁ ଅଟକିଲା ନାହିଁ ରାକ୍ଷସ

ହାଥରସ ଉତ୍ତର ପ୍ରଦେଶର ବଗଲା କଲେଜ ର ଛାତ୍ରୀ ଖୁସବୁ ର ହତ୍ୟାକାଣ୍ଡର ସମଧାନ ହେଇଯାଇଛି । ଆରୋପି ତାହାର ସମ୍ପର୍କରେ ମାମୁଁ ଅଟେ । ଦୁଇ ଜଣଙ୍କ ମଧ୍ୟରେ ସାଢେ ୩ ବର୍ଷ ହେବ ପ୍ରେମ ସମ୍ବନ୍ଧ ଥିଲା । କିନ୍ତୁ ପରିବାର ଲୋକମାନେ ଏହି ପ୍ରେମର ବିରୋଧ କରୁଥିଲେ । କିନ୍ତୁ ଅନ୍ୟ ପଟେ ସମ୍ପର୍କୀୟ ମାମୁଁ ଖୁସବୁ ର ଅନ୍ୟ ଜାଗାରେ ବିବାହ ବିରୁଦ୍ଧରେ ଥିଲା ଓ ଶେଷରେ ସେ ଖୁସବୁ କୁ ମାରିଦେଲା । ପୋଲିସ ଅନୁସାରେ ଆରୋପି କହିଲା କି ଖୁସବୁ ର ନିଶ୍ଵାସ ବନ୍ଦ ହେବା ପର୍ଯ୍ୟନ୍ତ ସେ ତାକୁ ନିଜ ପ୍ରେମର ରାଣ ଦେଇଥିଲା, ଯାହା ଦ୍ଵାରା ସେ ତାକୁ ଛାଡିଦେବ । କିନ୍ତୁ ସେ ମାନିଲା ନାହିଁ ।

ପରିବାର ଲୋକମାନେ କରୁଥିଲେ ବିରୋଧ

କୋତଵାଲୀ ପ୍ରଭାରୀ ଅନିଲ କୁମାର ସିଂହ କହିଲେ କି ଖୁସବୁ ସମ୍ପର୍କର ମାମୁଁ ବିଜେନ୍ଦ୍ର ଉର୍ଫ ବିଜୟ ସହ ସାଢେ ୩ ବର୍ଷ ହେବ ପ୍ରେମ କରୁଥିଲା । ଦୁଇ ଜଣ ବିବାହ କରିବାକୁ ଚାହୁଁଥିଲେ, କିନ୍ତୁ ପରିବାର ସଦସ୍ୟ ଏଥିପାଇଁ ରାଜି ନ ଥିଲେ । ଏହାକୁ ନେଇ ଦୁଇ ଜଣଙ୍କ ପରିବାର ମଧ୍ୟରେ ଘରେ ହିଁ ପଞ୍ଚାୟତ ବସିଥିଲା, ଯେଉଁଥିରେ ନିଷ୍ପତି ନିଆଗଲା କି ଆଗକୁ ଦୁଇ ଜଣ ପରସ୍ପର ସହିତ ଦେଖା କରିବେ ନାହିଁ ।

ପଞ୍ଚାୟତ ପରେ କିଛି ଦିନ ପର୍ଯ୍ୟନ୍ତ ତ ଖୁସବୁ ଓ ବିଜେନ୍ଦ୍ର ପରସ୍ପର ସହିତ ସାକ୍ଷାତ କରିଲେ ନାହିଁ । କିନ୍ତୁ ଦୁଇ ଜଣ ପରସ୍ପର ଠାରୁ ଅଧିକ ଦିନ ଦୂରରେ ରହି ପାରିଲେ ନାହିଁ । ଏହା ପରେ ସେମାନେ ଲୁଚି ଲୁଚି ପରସ୍ପରକୁ ଦେଖା କରିଲେ । ଦୁଇ ଜଣ ବିବାହ କରିବାକୁ ଚାହୁଁଥିଲେ, ମାନ ସମ୍ମାନ ଓ ପରିବାରର ଇଜ୍ଜତ ପାଇଁ ଖୁସବୁ ବିବାହ କରିବା ପାଇଁ ମନା କରିଦେଲେ । ବିଜେନ୍ଦ୍ର ଘରୁ ଫେରାର ହୋଇ ବିବାହ କରିବା ପାଇଁ କହିଲା, କିନ୍ତୁ ଖୁସବୁ ଲୋକଲଜ୍ୟା କାରଣରୁ ଏହିଭଳି କରିବାକୁ ମନା କରିଦେଲା ।

ଅନ୍ୟ ପଟେ ପରିଜନମାନେ ଖୁସବୁ ର ବିବାହ ଅନ୍ୟ ଏକ ଜାଗାରେ କରିବାକୁ ପ୍ରୟାସ କରୁଥିଲେ । କିନ୍ତୁ ଏହି କଥା ବିଷୟରେ ବିଜେନ୍ଦ୍ର ଜାଣି ସାରିଥିଲା । ଏହା ପରେ ଖୁସବୁ କୁ ବିଜେନ୍ଦ୍ର ସ୍ପାଇସୀ ରେଷ୍ଟୁରାଣ୍ଟ ନେଇଗଲା । ସେଠି ସେମାନେ ବହୁତ ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା ହେଲେ, କିନ୍ତୁ ଯେତେବେଳେ ଖୁସବୁ ବିଜେନ୍ଦ୍ରର କଥା ମାନିଲା ନାହିଁ, ତେବେ ବିଜେନ୍ଦ୍ର ଖୁସବୁ ର ବେକକୁ ତାହାର ଓଢଣି ଦ୍ଵାରା ଚିପି ମାରି ଦେଲା ।

ଏହା ପରେ ରେଷ୍ଟୁରାଣ୍ଟ କର୍ମୀମାନଙ୍କୁ ପରିସ୍ରା କରିବା କଥା କହି ବାହାରକୁ ବାହାରି ଗଲା । ସେହି ସ୍ଥାନରୁ ସେ ୱାଟର ବକ୍ର୍ସ ସ୍ଥିତ ଭଉଣୀ ଘରକୁ ଯାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା ମଧ୍ୟ କରିଲା କିନ୍ତୁ ଭିଡ ହେବା କାରଣରୁ ସେ ସେଠୁ ଫେରାର ହୋଇଗଲା ।

ଭୂରାପୀର ସ୍ଥିତ ଗଳି ନମ୍ବର ୪ ର ନିବାସୀ ରାମଦାସଙ୍କ ଝିଅ ଖୁସବୁ ର ହତ୍ୟା ସ୍ପାଇସୀ ରେଷ୍ଟୁରାଣ୍ଟ ରେ ହୋଇଥିଲା । ପରିଜନମାନଙ୍କ କହିବା ଅନୁସାରେ ଇଗଲାସ ର ରାୟତପୁର ନିବାସୀ ବିଜେନ୍ଦ୍ର ଉର୍ଫ ବିଜୟ ବିରୁଦ୍ଧରେ କେସ କରାଯାଇଥିଲା । ଶେଷରେ ବିଜେନ୍ଦ୍ର ଅଲୀଗଢ଼ କୋର୍ଟରେ ସମର୍ପଣ କରିଲା ।