ଶାଶୁ – ବୋହୁ ମଧ୍ୟରେ ବିବାଦର କାରଣ ହୋଇଥାଏ ଏହି ୫ ଟି କଥା, ସବୁ ଶାଶୁ ବୋହୂଙ୍କୁ ନିଶ୍ଚୟ ଜାଣିବା ଉଚିତ

ଶାଶୁ ବୋହୁର ସମ୍ପର୍କ କଥା ପଡିଲେ ସମସ୍ତଙ୍କ ମନରେ ଏମାନଙ୍କୁ ନେଇ ଏକ ଅଦ୍ଭୁତ ଭାବନା ଆସିବାକୁ ଲାଗିଥାଏ । ଶାଶୁ ବୋହୁର ସମ୍ପର୍କ ବହୁତ କୋମଳ ହୋଇଥାଏ । ବହୁତ କମ ଘରେ ଏମିତି ହୋଇଥାଏ କି ଯେଉଁଠି ଶାଶୁ ବୋହୁ ମଧ୍ୟରେ ଭଲ ସମ୍ପର୍କ ଥାଏ । କିଛି ଲୋକମାନଙ୍କର ମାନିବା ଅଟେ କି ମହିଳାମାନେ ସମ୍ପର୍କ ଯୋଡିବା ପୂର୍ବରୁ ହିଁ ଶାଶୁ ହୁଅନ୍ତୁ କିମ୍ବା ବୋହୁ ପରସ୍ପର ବିଷୟରେ ନିଜ ମନରେ ହିଁ ଶତୃଭାବ ରଖିଥାନ୍ତି, ଦୁଇ ଜଣ କେବଳ ନିଜକୁ ହିଁ ଠିକ ମାନିଥାନ୍ତି । ଯେତେବେଳେ କି ଦୁଇ ଜଣଙ୍କୁ ହିଁ ଏହି ତଳେ ଦିଆ ଯାଇଥିବା କାରଣ ଗୁଡିକୁ ଜାଣି ନିଜର ସମ୍ପର୍କ ସୁଧାରିବା ଉଚିତ ।

ଘରର କାମ

ଶାଶୁ ବୋହୁରେ ଝଗଡାର ମୁଖ୍ୟ କାରଣ ଘରର କାମ ହୋଇଥାଏ । ଆଜିକାଲି ପ୍ରାୟତଃ ଝିଅମାନେ ବାହାରେ କାମ କରୁଛନ୍ତି । ଯେଉଁ କାରଣରୁ ସେମାନେ ଘରେ ଅଧିକ ସମୟ ରୁହନ୍ତି ନାହିଁ ଓ ରୋଷେଇ କାମରେ ଶାଶୁକୁ ସାହାର୍ଯ୍ୟ କରି ପାରନ୍ତି ନାହିଁ । ବିବାହ ପରେ କିଛି ଦିନ ପର୍ଯ୍ୟନ୍ତ ଏହି କଥାର କୌଣସି ଫରକ ପଡେ ନାହିଁ । କିନ୍ତୁ ଅଧିକ ସମୟ ପର୍ଯ୍ୟନ୍ତ ଏସବୁ ଚାଲିଲେ ଶାଶୁ ଓ ବୋହୁ ମଧ୍ୟରେ କାମକୁ ନେଇ ବିବାଦ ଆରମ୍ଭ ହୋଇଯାଏ ।

ପୁଅକୁ ନେଇ ହୋଇଥାଏ ଝଗଡା

କେତେ ଥର ଶାଶୁ ବୋହୁ ମଧ୍ୟରେ ପୁଅକୁ ନେଇ ମଧ୍ୟ ଝଗଡା ହୋଇଥାଏ, ଯେତେବେଳେ କି ବିବାହ ହେବା ପରେ ମା, ଚିନ୍ତା କରିଥାଏ କି ବିବାହ ପରେ ପୁଅ ବଦଳି ଯାଇଛି ଓ ସେ କେବଳ ନିଜ ସ୍ତ୍ରୀ ଓ ତାହାର ଘର ଲୋକମାନଙ୍କ ବିଷୟରେ ଚିନ୍ତା କରୁଛି । ଏହି କାରଣରୁ ଶାଶୁ କେବଳ ନିଜର ମାନସିକତା ହିସାବରେ ବୋହୁ ଓ ପୁଅକୁ ଗାଳି ଦେଇଥାଏ । ସେଥିପାଇଁ ଏହି ସ୍ଥିତିରେ ବୋହୁକୁ ନିଜର ସ୍ଵାମୀକୁ କହିବା ଉଚିତ କି ସେ ପ୍ରଥମେ ନିଜର ମା’ଙ୍କୁ ବୁଝାନ୍ତୁ ।

ପ୍ରାୟତଃ ପିତାଙ୍କ ଘରକୁ ଯିବା

ଶାଶୁ ନିଜ ବୋହୁକୁ ଯେତେ ବି ଭଲ ପାଆନ୍ତୁ ନା କାହିଁକି, କିନ୍ତୁ ତାକୁ ନିଜ ବୋହୁର ବାରମ୍ବାର ପିତା ଘରକୁ ଯିବା କଥା ବିଲକୁଲ ପସନ୍ଦ ହୋଇ ନ ଥାଏ । ଶାଶୁ ନିଜ ବୋହୁକୁ ସିଧା ସିଧା କହି ନଥାନ୍ତି କିନ୍ତୁ ଆପଣ ନୋଟ କରିବେ ତ ତାଙ୍କର କଥାରେ ଖଟାସ ଜରୁରୀ ରହିଥାଏ ।

ଚାକିରି କରୁଥିବା ବୋହୁ

ଆଜିକାଲି ପ୍ରାୟତଃ ବୋହୁ ଚାକିରି କରୁଛନ୍ତି । ଯାହା ଦ୍ଵାରା ବିବାହ ପରେ ଆରମ୍ଭରୁ ତ ଏହା ଦ୍ଵାରା ଆପଣଙ୍କ ଜୀବନରେ କୌଣସି ଫରକ ପଡେ ନାହିଁ । କିନ୍ତୁ ଯଦି ଆପଣ ଅଫିସ ଯିବା ପୂର୍ବରୁ ଶାଶୁକୁ କୌଣସି ବି କାମରେ ସାହାର୍ଯ୍ୟ କରୁ ନାହାନ୍ତି ତେବେ ଏହି ସ୍ଥିତିରେ ଘରେ ଧୀରେ ଧୀରେ ବିବାଦ ଆରମ୍ଭ ହେବାକୁ ଲାଗିଥାଏ ।

ଦ୍ଵିତୀୟ ବ୍ୟକ୍ତି ସହ ତୁଳନା

ପ୍ରାୟତଃ ମହିଳାମାନଙ୍କ ଅଭ୍ୟାସ ଥାଏ କି ସେ ନିଜର ଘର ଲୋକମାନଙ୍କର ତୁଳନା ବାହାର ଲୋକଙ୍କ ସହ କରିଥାନ୍ତି । ଘରେ ବୋହୁ ଯେତେ ବି ଭଲ ହେଉ ନା କାହିଁକି ଶାଶୁର ଅଭ୍ୟାସ ହୋଇଥାଏ କି ସେ ଅନ୍ୟ ବୋହୁ ସହ ନିଜ ବୋହୁର ତୁଳନା କରିଥାଏ ଓ ଅନ୍ୟ ପଟେ କେତେକ ବୋହୁକୁ ଏହିଭଳି ଅଭସ୍ୟା ହୋଇଥାଏ । ଏହି କାରଣରୁ ବି ଘରେ ବିବାଦ ଲାଗିରୁହେ ।