ଦେଶୀ ପ୍ରଣାଳୀରେ ବିନା ଏସିରେ ଘରକୁ ରଖନ୍ତୁ ଥଣ୍ଡା, ଏହି ଉପାୟ ଜାଣିଲେ ଆପଣ ଏସି ବି ଭୁଲିଯିବେ, ଦେଖନ୍ତୁ କଣ କରିବେ

ବର୍ତ୍ତମାନର ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ ଅତିଷ୍ଠ କରି ସାରିଲାଣି । ତାତି ଏତେ ବଢୁଛି ଯେ ଘରେ ରହିବା ମଧ୍ୟ କଷ୍ଟକର ହୋଇପଡୁଛି । ଏମିତି ବେଳେ ଭାରତର ବିଭିନ୍ନ ରାଜ୍ୟରେ ଲୋକଙ୍କ ଏସି ଏବଂ କୁଲର କିଣିବା ସଂଖ୍ଯାରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳୁଛି, ଯାହା ଆମ ପରିବେଶ ପାଇଁ କ୍ଷତିକାରକ ଅଟେ । ଆପଣ କଣ ଜାଣିଛନ୍ତି କି, ମାଟିହାଣ୍ଡିକୁ ବ୍ୟବହାର କରି ଆପଣ ନିଜ ଘରକୁ ଥଣ୍ଡା କରିପାରିବେ । ଦେଖନ୍ତୁ ଏନେଇ କଣ କୁହନ୍ତି ବିଶେଷଜ୍ଞ ମାନେ।

ଆପଣ ଶିକା ଜାଣିଥିବେ, ଯେଉଁଥିରେ ଗାଁ ମାନଙ୍କରେ ବିଲେଇ କବଳରୁ ରକ୍ଷା କରିବା ପାଇଁ କ୍ଷୀୟ ଓ ଦହି ଆଦି ରଖାଯାଏ । ସେହିପରି ମାଟିହାଣ୍ଡିରେ ଶିକା ପ୍ରସ୍ତୁତୁ କରନ୍ତୁ ଓ ଏଥିରେ ତଳ ପଟେ ଏକ ଛୋଟିଆ କଣା କରି ଦିଅନ୍ତୁ । ଏବେ ହାଣ୍ଡିରେ ପାଣି ଭରି ଏହାକୁ ଘରେ ଝୁଲାଇ ଦିଅନ୍ତୁ । ଏପରି କରି ଆପଣ ଡ୍ରପ ଡ୍ରପ କରି ପାଣି ବୋହୁଥିବା ତିନିରୁ ଚାରୋଟି ମାଟିହାଣ୍ଡିକୁ ଘରେ କବାଟ କିମ୍ବା ଝରକା ପାଖରେ ଝୁଲାଇ ରଖିପାରିବେ । ଏହାଦ୍ବାରା ଘର ଥଣ୍ଡା ରହିବ ବୋଲି କୁହନ୍ତି ବିଶେଷଜ୍ଞ ମାନେ ।

ଏହାସହ ଖରାରେ ଘରୁ ବାହାରିବା ବେଳେ ଆପଣ ଯଦି ଚନ୍ଦନ ଏବଂ ହଳଦୀର ଲେପ ଲଗେଇ ଯାଆନ୍ତି ତେବେ ଖରା ଅଧିକ କାତିବ ନାହିଁ ବୋଲି ବିଶେଷଜ୍ଞ ଏବଂ ଆୟୁର୍ବେଦିକ ବିଶେଷଜ୍ଞ ମାନେ କହୁଛନ୍ତି । ଆପଣ ଯଦି ଘରେ ରହିବା ସମୟରେ ଚନ୍ଦନ ହଳଦୀ ଲେପ ଏବଂ ମାଟିହାଣ୍ଡିକୁ ଏହିପରି ଶିକା ତିଆରି କରି ଘରର ବିଭିନ୍ନ ସ୍ଥାନରେ ରଖିବେ ତେବେ ଦିନ ସମୟରେ ମଧ୍ୟ ତାତିରୁ ରକ୍ଷା ପାଇପାରିବେ ତଥା ଥଣ୍ଡା ଅନୁଭବ କରିପାରିବେ ।

ଏହି ଭିଡିଓରେ ଆପଣ ଦେଖି ପାରୁଥିବେ କି କିପରି ଭାବେ ଶିକା ପ୍ରସ୍ତୁତ କରାଯାଉଛି । ଆପଣ ୟୁଟ୍ଯୁବରୁ ମଧ୍ୟ ଶିକା ବନେଇବା ଶୈଳୀ ସହଜରେ ଶିଖିପାରିବେ । ପ୍ରାକୃତିକ ପଦ୍ଧତିରେ ଧାରାଗୃହ ପ୍ରଣାଳୀରେ ଏହିପରି ଭାବେ ଆପଣ ନିଜ ଘରକୁ ଥଣ୍ଡା କରିପାରିବେ । ଏହାର ଅର୍ଥ ଘରର ଝରକା ଓ କବାଟ ପାଖରେ କୌଣସି ମାଟିପାଟରରୁ ପାଣିର ଧାରାକୁ ପ୍ରବାହ କରାଇବା । ଏପରି କରିବା ଦ୍ଵାରା ଏହାର ଆଖପାଖର ୨୦ମିଟର ପର୍ଯ୍ୟନ୍ତ ଥଣ୍ଡା ଅନୁଭୂତ ହୋଇଥାଏ ।

ଆପଣ ଘରକୁ ଥଣ୍ଡା ରଖିବା ପାଇଁ ବେଣାଚରର ମଧ୍ୟ ବ୍ୟବହାର କରିପାରିବେ । ଏହା କୁଲରରେ ମଧ୍ୟ ଲାଗିଥାଏ ଓ ବଜାରରେ ଅତି ସହଜରେ ମିଳିଯାଏ । ପାଣି ଶୁଖିଗଲେ ଏଥିରେ ଆପଣ ପାଣି ଛିଞ୍ଚି ଏହାକୁ ବ୍ୟବହାର କରିପାରିବେ । ଏହାଛଡା ଘରର ଛାତ ଓ ବିଭିନ୍ନ ସ୍ଥାନରେ ପାଣିକୁଣ୍ଡ ରଖିପାରିବେ କିମ୍ବା ବଜାରରର ମିଳୁଥିବା ଘାସଗାଲିଚାକୁ ମଧ୍ୟ ଛାତ ଉପରେ ବ୍ୟବହାର କରିପାରିବେ ।

ଅଧିକ ମୃଦୁପାନୀୟ ପିଅନ୍ତୁ ନାହିଁ । ବେଲପଣା, ଦାସୀ ସହ ଗୁଡ କିମ୍ବା ମିଶ୍ରି ଗୋଳାଇ ପିଅନ୍ତୁ। ଏହାଦ୍ବାରା ଶରୀରରେ ଜଳିଆ ଅଂଶ ବଢିଥାଏ ଓ କମ୍ ଗରମ ଲାଗିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।