ଦୀପାଙ୍କ ମୃତ୍ୟୁ ପରେ ସ୍ଵାମୀ କହିଲେ ମୃତ୍ୟୁ ପର୍ଯ୍ୟନ୍ତ ଘଟିଥିବା ସବୁ ଘଟଣା

କହିବାକୁ ଗଲେ ପୁରା ଓଡିଶାବାସୀଙ୍କୁ ଛାଡି ଓଡିଆ ଆଲବମ ଅଭିନେତ୍ରୀ ଦୀପା ସାହୁ ଆର ପାରିକୁ ଚାଲି ଯାଇଛନ୍ତି । ତାଙ୍କର ନିଧନର ଖବର ଆଜି ଶୁଣିବାକୁ ମିଳଛି । ଆପଣଙ୍କୁ କହିଦେଉଛୁ କି ଅଭିନେତ୍ରୀ ଦୀପ ସାହୁ ବହୁ ଦିନ ହେବ କ୍ୟାନ୍ସର ରୋଗରେ ପୀଡିତ ଥିଲେ ଓ ସେ ବହୁତ ଦିନ ହେବ ଚିକିତ୍ସିତ ମଧ୍ୟ ହେଉଥିଲେ । କିନ୍ତୁ ଗତ କିଛି ଦିନ ତଳେ ତାଙ୍କର ଶରୀର ଅସୁସ୍ଥ ହୋଇ ଯିବାରୁ ତାଙ୍କୁ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଯେଉଁ ସ୍ଥାନରୁ ତାଙ୍କର ନିଧନର ଖବର ସାମ୍ନାକୁ ଆସୁଛି । ମିଡିଆରେ ତାଙ୍କ ସ୍ଵାମୀ କଥାବାର୍ତ୍ତା କରି ଦୀପା ସାହୁଙ୍କ ବିଷୟରେ କିଛି କହିଛନ୍ତି । ଦୀପା ସାହୁଙ୍କ ସ୍ଵାମୀ କହିଲେ କି କାଲୀ ରାତି ୧୦.୩୦ରେ ଦୀପା ସାହୁଙ୍କ ଅବସ୍ଥା ଖରାପ ହେବାରୁ ସେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

କିନ୍ତୁ ଆଜି ସକାଳେ ତାଙ୍କର ନିଧନ ହୋଇଗଲା । ସେ ଆଗକୁ କହିଲେ କି ସେ ଦୀପାଙ୍କୁ ମୁମ୍ବାଇ ନେଇ ଯିବାକୁ ଚାହୁଁଥିଲେ । କିନ୍ତୁ କରୋନା କାରଣରୁ ସେ ତାଙ୍କୁ ମୁମ୍ବାଇ ନେଇ ପାରିଲେ ନାହିଁ । ସେଥିପାଇଁ ତାଙ୍କୁ ଏହି ସବୁ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଲା । ସେ ଆଗକୁ କହିଲେ କି ସେ ଓଡିଶାରେ ଦୀପା ସାହୁଙ୍କୁ ଅନ୍ୟ କେତେକ ହସ୍ପିଟାଲକୁ  ବି ନେଇଥିଲେ । ଏମ୍ସ ହସ୍ପିଟାଲରୁ ସେ ସୁସ୍ଥ ହୋଇ ଘରକୁ ବି ଚାଲି ଆସିଥିଲେ ।

କିନ୍ତୁ ପୁଣି ଦୁଇ ଚାରି ଦିନ ପରେ ପୁଣି ଥରେ ସେ ଦୀପାଙ୍କୁ ଏମ୍ସ ନେଇ ଗଲେ କିନ୍ତୁ ଏମ୍ସ ତାଙ୍କୁ କେବିନ ଦେଇ ପାରିଲେ ନାହିଁ । ଯେଉଁ କାରଣରୁ ସେ ଦୀପାଙ୍କୁ ଅନ୍ୟ ଏକ ହସ୍ପିଟାଲରେ ଭର୍ତ୍ତି କରିଲେ । କିନ୍ତୁ ଶେଷରେ ଦୀପା ସାହୁ ଏହି ଦୁନିଆକୁ ଛାଡି ଚାଲି ଗଲେ । ଆପଣଙ୍କୁ କହିଦେଉଛୁ କି ଦୀପା ବର୍ଷ ୨୦୦୦ ପର ଠାରୁ ଓଡିଆ ଇଣ୍ଡଷ୍ଟ୍ରିରେ କାମ କରୁଥିଲେ ଓ ଓଡିଆ ଆଲବମର ସୃଷ୍ଟି ତାଙ୍କ ଠାରୁ ହିଁ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।