ବାହା ହେବ ବୋଲି କହି କାନ୍ଦି କାନ୍ଦି ସୁଦୂର ଦିଲ୍ଲୀରୁ ପ୍ରେମିକାକୁ ଡାକିଲା ପ୍ରେମିକ, ଆଉ ତା’ପରେ ଯାହା କରିଲା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ, ଦେଖନ୍ତୁ ଏହି Video

ପାଗଳ ପରି ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ଆଉ ସୁନାର ସଂସାର ଗଢିବା ପାଇଁ ଅନେକ ସ୍ଵପ୍ନ ମଧ୍ୟ ଦେଖିଥିଲେ । ପରସ୍ପରକୁ ଏଥିପାଇଁ କେତେ କଥା ଦିଆନିଆ ଓ ଶପଥ କରିଥିଲେ । ଦୁହେଁ ମିଶି ନୂଆ ଜୀବନ ଟିଏ ଆରମ୍ଭ କରିବେ ବୋଲି ଭାବିଥିଲେ । କିନ୍ତୁ ସବୁ ସ୍ଵପ୍ନା ଭାଙ୍ଗି ଚୂନା ଚୂନା ହୋଇଯାଇଛି । ପ୍ରେମିକାଙ୍କୁ ଧୋକା ଦେଇଛି ପ୍ରେମିକ ଆଉ ପ୍ରେମିକା ବୁଝିପାରୁନି ତାକୁ ପ୍ରତାରିତ କରିବାର କାରଣ । ପ୍ରେମିକା ସୁଦୂର ଦିଲ୍ଲୀରେ ଯାଇ ରହୁଥିବା ବେଳେ ପ୍ରେମିକ ପଟ୍ଟାମୁଣ୍ଡାଇ ବାସିନ୍ଦା ଅଟନ୍ତି ।

ଦୁହିଁଙ୍କ ଘର ପଟ୍ଟାମୁଣ୍ଡାଇ ଗୋଗୁଆ ପଞ୍ଚାୟତ ବଡରାହାମା ଗାଁ’ ରେ । ପ୍ରେମିକା ଦେଇଥିବା ବୟାନ ଅନୁଯାୟୀ ଗତ ୨୬ ତାରିଖ ଦିନ ପ୍ରେମିକ କାନ୍ଦି କାନ୍ଦି ତାଙ୍କୁ ଭିଡିଓ କଲ୍ କରିଥିଲେ ଆଉ କହିଥିଲେ କି, ତାଙ୍କ ଘରଲୋକ ତାଙ୍କର ଜବରଦସ୍ତ ବିବାହ କରିବାକୁ ଯାଉଛନ୍ତି । ତେଣୁ ପ୍ରେମିକାଙ୍କୁ ତାଙ୍କ ପାଖକୁ ଆସିବା ପାଇଁ ସେ ଅନୁରୋଧ କରିଥିଲେ । ପ୍ରେମିକା ଆସିଲେ ସେମାନେ ଦୁହେଁ ମିଶି କୁଆଡେ ପଳେଇ ଯାଇ ବିବାହ କରିନେବେ ବୋଲି ଯୋଜନା ଥିଲା ।

ସବୁ ଶୁଣିବା ପରେ ପ୍ରେମିକା ବି ସାଙ୍ଗେ ସାଙ୍ଗେ ଫ୍ଲାଇଟ ଟିକେଟ ବୁକ୍ କରି ଆସି ପହଞ୍ଚିଥିଲେ ଭୁବନେଶ୍ବରରେ । ସେତେବେଳେ ସକାଳ ୬ଟା ହୋଇଥିଲା, ସେ ପହଞ୍ଚିବା ବେଳକୁ ପ୍ରେମିକ ସେଠାକୁ ଆସି ନଥିଲେ । କଲ୍ କରିବାରୁ ଏଠିକି ଯାଅ ସେଠିକି ଯାଅ କହି ୯ଟା ପର୍ଯ୍ୟନ୍ତ ତାଙ୍କୁ ଅନେକ ବୁଲାଇଥିଲେ ପ୍ରେମିକ । ଏହାପରେ ଜିତୁ ଭାଇ ନାମକ ଜଣେ ବ୍ୟକ୍ତିଙ୍କୁ ପଠାଇଥିଲେ ପ୍ରେମିକ । ସେ ଆସି ତାଙ୍କୁ ନେଇ ଯାଇଥିଲେ ।

ପ୍ରେମିକ କହିଥିଲେ କି ଏଠି ମୋ ଭାଇ ଭାଉଜ ରହୁଛନ୍ତି ସେମାନଙ୍କ ସହ ରହିବ କିଛି ଅସୁବିଧା ହେବ ନାହିଁ । କିନ୍ତୁ ସେଠି ପ୍ରେମିକଙ୍କ ଭଉଣୀ ଭିଣୋଇ ଥିବା ମଧ୍ୟ ସେ ଦେଖି ନେଇଥିଲେ । ତାଙ୍କୁ ମାରିବା ପାଇଁ ଯୋଜନା ହେଉଥିବା ନେଇ ତାଙ୍କର ସନ୍ଦେହ ଉପୁଜିଥିଲା । ଯାହାପରେ ସେ କୌଣସି ମତେ ସେଠାରୁ ଖସି ଆସିଥିଲେ ଓ ସିଧା ପୋଲିସ ଷ୍ଟେସନ ଯାଇଥିଲେ । ସେଠାରେ ସମସ୍ତଙ୍କ କଥା ବଖାଣିବା ସହ ପ୍ରେମିକଙ୍କ ଆଡୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି ପ୍ରେମିକା ।

ଏତେ ଭଲ ପାଇବା ପରେ ବି ପ୍ରେମିକ ତାଙ୍କ ସହ କାହିଁକି ଏତେ ବଡ ପ୍ରତାରଣା କଲେ ତା’ର ଉତ୍ତର ଖୋଜି ପାଉ ନାହାନ୍ତି ପ୍ରେମିକା । ପୋଲିସ ଏବେ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।