Swapna Shastra: ସ୍ଵପ୍ନରେ ନିଜର ମୃତ୍ୟୁ ଦେଖୁଛନ୍ତି କି ? ସ୍ଵପ୍ନ ଶାସ୍ତ୍ରରେ ଏହାକୁ ନେଇ ଉଲ୍ଲେଖ ରହିଛି ଏହିସବୁ ଭୟଙ୍କର କଥା

ମଣିଷ ଶୋଇଯିବା ପରେ ଏମିତି ସ୍ଵପ୍ନର ଦୁନିଆକୁ ଚାଲି ଯାଏ, ଯେଉଁଠି ତା’ ନିୟନ୍ତ୍ରଣରେ କୌଣସି କଥା ନଥାଏ । ତେବେ ଅନେକ ସ୍ଵପ୍ନ ଆମେ ସକାଳକୁ ଭୁଲି ଯାଇଥାଉ କିନ୍ତୁ କିଛି ସ୍ଵପ୍ନ ଆମର ସବୁବେଳେ ମନେ ରୁହେ । ଅନେକ ସମୟରେ ନିଜର ମୃତ୍ୟୁକୁ ନେଇ କେହି କେହି ସ୍ଵପ୍ନ ଦେଖିଥାନ୍ତି, ଯାହା ଭୁଲିବା ଅତ୍ୟନ୍ତ କଠିନ । ତେବେ ସ୍ଵପ୍ନ ଶାସ୍ତ୍ରରେ ସବୁ ପ୍ରକାର ସ୍ଵପ୍ନରେ ଅର୍ଥ ବିଷୟରେ ଉଲ୍ଲେଖ ରହିଛି । ଚାଲନ୍ତୁ ଜାଣିବା ସ୍ଵପ୍ନରେ ନିଜ ମୃତ୍ୟୁ ଦେଖିବାର ଅର୍ଥ କଣ ।

ରାମାୟଣ କାଳରେ ଭଗବାନ ରାମ ରାଜା ଦଶରଥଙ୍କୁ ନେଇ ଏକ ଅଶୁଭ ସ୍ଵପ୍ନ ଦେଖିଥିବାରୁ ରାଜ୍ୟରେ କୌଣସି ଅଘଟଣ ଘଟିପରେ ବୋଲି ଭାବିଥିଲେ । ସେହିପରି ରାବଣକୁ ମଧ୍ୟ ମୃତ୍ୟୁ ପୂର୍ବରୁ ସ୍ଵପ୍ନରେ ଅଶୁଭ ସଂକେତ ମିଳିଥିଲା । ତେବେ ଆମ ଧର୍ମ ଶାସ୍ତ୍ରମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ସ୍ଵପ୍ନ ଶାସ୍ତ୍ର । ସେଥିରେ ସବୁ ପ୍ରକାର ସ୍ଵପ୍ନର ଅର୍ଥ ଉଲ୍ଲେଖ ରହିଛି । ସ୍ଵପ୍ନ ଶାସ୍ତ୍ର ଅନୁସାରେ ସ୍ଵପ୍ନରେ ନିଜ ମୃତ୍ୟୁ ଦେଖିବା କୌଣସି ଅଶୁଭ ସଂକେତ ନୁହେଁ ବରଂ ଏହା ଏକ ଶୁଭ ସଂକେତ ।

ଏମିତି ସ୍ଵପ୍ନ ଦେଖିବାକୁ ଭାଗ୍ୟ ଉଦୟ ହେବାର ଗୁପ୍ତ ସଂକେତ ରୂପେ ମାନାଯାଏ । ଏପରି ସ୍ଵପ୍ନ ଦେଖିଲେ ସାଧାରଣତଃ ବ୍ୟକ୍ତିଙ୍କ ମନରେ ଭୟ ଆସିଥାଏ ଏବଙ ଅନେକ ଚିନ୍ତା ବ୍ୟତିବ୍ୟସ୍ତ କରିଥାଏ । କିନ୍ତୁ ଆପଣଙ୍କୁ ଯଦି ଏପରି ସ୍ଵପ୍ନ ଆସୁଛି ତେବେ ଜାଣି ରଖନ୍ତୁ ଆପଣଙ୍କ ଠାରେ କିଛି ମନ୍ଦତା ସମାହିତ ହୋଇ ରହିଛି ଯେଉଁଥିରୁ ଆପଣ ମୁକ୍ତି ପାଇଲେ ଏବଂ ଏବେ ଆପଣ ସଫଳତା ଆଡକୁ ଅଗ୍ରସର କରିବେ ।

ଯଦି କୌଣସି ବ୍ୟକ୍ତି ସ୍ଵପ୍ନରେ ନିଜକୁ କୌଣସି ରାୟଗରେ ପୀଡିତ ହେବାର ଦେଖେ ତେବେ ସ୍ଵପ୍ନ ଶାସ୍ତ୍ର ଅନୁସାରେ ଏହାର ଅର୍ଥ ବର୍ତ୍ତମାନ ଠାରୁ ଆପଣଙ୍କ ସ୍ଵାସ୍ଥ୍ୟରେ ନିରନ୍ତର ଉନ୍ନତି ହେବ । ଏହା ବ୍ଯତୀତ ଆପଣ ଯଦି ନିଜକୁ କାହାର ମୃତ୍ୟୁଭୋଜରେ ଭୋଜନ କରୁଥିବା ସ୍ଵପ୍ନରେ ଦେଖନ୍ତି ତେବେ ଏହାର ଅର୍ଥ ମଧ୍ୟ ରୋଗମୁକ୍ତ ହେବା ବୋଲି କୁହାଯାଇଛି । ଯଦି ଆପଣ ସ୍ଵପ୍ନରେ ନିଜକୁ ଆକାଶରେ ଉଡୁଥିବାର ବା ଶୂନ୍ୟରେ ଥିବାର ଦେଖୁଛନ୍ତି ତେବେ ଜାଣି ରଖନ୍ତୁ ଯେ ଆପଣ ସମସ୍ତ ଚିନ୍ତାରୁ ମୁକ୍ତ ହେବାକୁ ଯାଉଛନ୍ତି ।

ସ୍ଵପ୍ନରେ ଯଦି ଆପଣ ନିଜକୁ ନିଆଁରେ ଜଳିବାର ଦେଖନ୍ତି ତେବେ ଏହା ମଧ୍ୟ ଏକ ପ୍ରକାରର ଶୁଭ ସଂକେତ ଅଟେ । ଏହା ଧନ ପ୍ରାପ୍ତିର ସଙ୍କେତ ବୋଲି ମାନାଯାଏ । ଆଉ ଯଦି ଆପଣ ସ୍ଵପ୍ନରେ ଆତ୍ମହତ୍ୟା କରୁଥିବାର ଦେଖନ୍ତି ତେବେ ଏହାର ଅର୍ଥ ହେଉଛି ଆପଣ ଅଧିକ ସମୟ ଧରି ଯେଉଁ କଠିନ ଚିନ୍ତାରେ ରହିଛନ୍ତି ସେଥିରୁ ଏବେ ନିଶ୍ଚୟ ମୁକ୍ତି ପାଇବେ ।

ତେବେ ଅନେକ ସମୟରେ ଏପରି ସ୍ଵପ୍ନ ଆସିବାର ଅଶୁଭ କାରଣ ମଧ୍ୟ ହୋଇପାରେ । ଏହାଦ୍ବାରା ଆପଣ କୌଣସି ବଡ ଅସୁବିଧାରେ ପଡି ପାରନ୍ତି କିମ୍ବା କୌଣସି ଏକ ଅବଡା ରୋଗ ଆପଣଙ୍କୁ ହୋଇପାରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।