ଦୀପାବଳୀ ଦିନ ଭୁଲରେ ବି କାହାକୁ ଦିଅନ୍ତୁ ନାହିଁ ଏହି 1 ଜିନିଷ, ନଚେତ ଦେଖୁ ଦେଖୁ ହୋଇଯିବେ ଭିକାରି (Vastu Shastra)

ପୁରାଣ ଅନୁସାରେ ଦୀପାବଳୀ ଅମାବାସ୍ୟା ଦିନ ସମୁଦ୍ର ମନ୍ଥନ ହୋଇଥିଲା ଓ ଏଥିରୁ ଧନର ଦେବୀ ମା ଲକ୍ଷ୍ମୀ ବାହାରିଥିଲେ । ଆଉ ତାଙ୍କ ସହ ଅଲକ୍ଷ୍ମୀ ମଧ୍ୟ ବାହାରିଥିଲେ । କୁହାଯାଏ କି, ଲକ୍ଷ୍ମୀ ଓ ଅଲକ୍ଷ୍ମୀ ଦୁହେଁ ଗୋଟିଏ ସ୍ଥାନରେ କେବେବି ଏକାଠି ବାସ କରନ୍ତି ନାହିଁ । ମା ଲକ୍ଷ୍ମୀ ଯେପରି ଘରେ ପ୍ରବେଶ କରିବେ ସେଥିପାଇଁ ଘରକୁ ସଫା କରି ଅଳିଆ ଆବର୍ଜନା ଦକ୍ଷିଣ ଦିଗକୁ ଫିଙ୍ଗି ଦେବା ଉଚିତ । ହେଲେ ଏହିକିଛି ଜିନିଷ ଦୀପାବଳୀ ଦିନ କାହାରିକୁ ଭୁଲରେ ମଧ୍ୟ ଦିଅନ୍ତୁ ନାହିଁ ।

ପ୍ରଥମ ଜିନିଷଟି ହେଉଛି ଦୀପାବଳୀ ଦିନ ମାତା ଲକ୍ଷ୍ମୀ କିମ୍ବା ଗଣେଶ ଭଗବାନଙ୍କ ମୂର୍ତ୍ତି କାହାରିକୁ ମଧ୍ୟ ଉପହାର ସ୍ଵରୂପେ ଦିଅନ୍ତୁ ନାହିଁ । ଧନତେରସ ଦିନ ମଧ୍ୟ ଏହି ମୂର୍ତ୍ତି କାହାକୁ ଉପହାର ଦିଅନ୍ତୁ ନାହିଁ । ଏହା ପଛରେ ଧାର୍ମିକ କାରଣ ରହିଛି । ମା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ ଓ ଭଗବାନ ଗଣେଶ ବିଘ୍ନହର୍ତ୍ତା ଏବଂ ବୁଦ୍ଧିଦାତା । ତେଣୁ ଏହିଦିନ କାହାକୁ ଏହି ଦୁଇ ମୂର୍ତ୍ତି ଦେବା ଦ୍ଵାରା ଆପଣଙ୍କ ପାଖରୁ ସବୁଦିନ ପାଇଆନ ବିଦ୍ୟା ଓ ଲକ୍ଷ୍ମୀ ଚାଲି ଯାଇଥାଏ ବୋଲି ମାନାଯାଏ ।

କାରଣ ବିଦ୍ୟା ଓ ଲକ୍ଷ୍ମୀ ଯଦି ଆପଣଙ୍କ ପାଖରୁ ଚାଲିଯାନ୍ତି ତେବେ ଆପଣ ସବୁଦିନ ପାଇଁ କାଙ୍ଗାଲ ହୋଇ ରହିଯିବେ । ଦ୍ଵିତୀୟରେ ଦୀପାବଳୀ ଦିନ ସୁନା, ଚାନ୍ଦି, ତମ୍ବା, ପିତ୍ତଳ, କଂସାରେ ନିର୍ମିତ ଜିନିଷ ହେବେବି କାହାରିକୁ ଦେବା ଉଚିତ ନୁହେଁ । ଏସବୁକୁ ଉପହାର ସରୂପ ମଧ୍ୟ କାହାରିକୁ ଦିଅନ୍ତୁ ନାହିଁ । ନଚେତ ମାତା ଲକ୍ଷ୍ମୀ ସବୁଦିନ ପାଇଁ ଆପଣଙ୍କ ଘରୁ ଚାଲିଯିବେ ।

ତୃତୀୟରେ ଦୀପାବଳୀ ଦିନ ରେଶମ ତିଆରି କପଡା ବା ବସ୍ତ୍ର ମଧ୍ୟ କାହାରିକୁ ଦିଅନ୍ତୁ । କପଡାକୁ ମଧ୍ୟ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନାଯାଏ । ଆପଣ ଯଦି କାହାକୁ ବସ୍ତ୍ର ଦେବାକୁ ଚାହୁଁଛନ୍ତି ତେବେ ଦୀପାବଳୀ ପୂର୍ବରୁ ଦେଇପାରିବେ । କିନ୍ତୁ ଦୀପାବଳୀ କିବା ଧନତେରସ ଦିନ ଏଭଳି ଜିନିଷ କାହାକୁ ଦିଅନ୍ତୁ ନାହିଁ । ଏହା କରିବା ଦ୍ଵାରା ଦୁର୍ଭାଗ୍ୟ ମାଡି ଆସିଥାଏ ।

ଚତୁର୍ଥରେ ଦୀପାବଳୀ ଦିନ ଷ୍ଟିଲ ଏବଂ ଲୁହାରେ ତିଆରି ଜିନିଷ ନିଜେ କିଣିବା ଉଚିତ ନୁହେଁ କି କାହାରିକୁ ଦେବା ମଧ୍ୟ ଉଚିତ ନୁହେଁ । କାରଣ ଏଭଳି ଜିନିଷରେ ଶନିଦେବଙ୍କ ବାସ ହୋଇଥାଏ, ତେଣୁ ନିଜେ ଏହା କିଣନ୍ତୁ ନାହିଁ କି କାହାକୁ ଦିଅନ୍ତୁ ନାହିଁ । କିନ୍ତୁ ଯାନବାହାନ କିଣିବା ପାଇଁ ଚାହୁଁଥିଲେ ଆପଣ କିଣିପାରିବେ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।

ପଞ୍ଚମରେ ଦୀପାବଳି ଦିନ ଲୁଣ, କ୍ଷୀର ଓ ଦହି ଆଦି ଜିନିଷ କାହାକୁ ଦାନରେ ଦିଅନ୍ତୁ ନାହିଁ । ଏହା କରିବା ଦ୍ଵାରା ମଧ୍ୟ ଘରୁ ମା ଲକ୍ଷ୍ମୀ ଚାଲି ଯାଇଥାନ୍ତି । ଷଷ୍ଠରେ ଦୀପାବଳୀ ଦିନ କୌଣସି ପ୍ରକାରର କଳାରଙ୍ଗର ଜିନିଷ କିଣନ୍ତୁ ନାହିଁ କି କାହାକୁ ଗିଫ୍ଟ ଆକାରରେ ଦିଅନ୍ତୁ ନାହିଁ ।

ଏହିଦିନ ଛୁଞ୍ଚି କିଣିବା ମଧ୍ୟ ଅନୁଚିତ । ଏହାସହ ଏହିଦିନ କାହାକୁ ଘଣ୍ଟା ମଧ୍ୟ ଉପହାର ଦିଅନ୍ତୁ ନାହିଁ କି ନିଅନ୍ତୁ ନାହିଁ । ଏହାଦ୍ବାରା ସମୟ ଖରାପ ଚାଲିବା ଆରମ୍ଭ ହୋଇଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।