ଅନ୍ଧକାର ଉପରେ ଆଲୋକର ବିଜୟ ଭାବେ ଦୀପାବଳୀ ପର୍ବକୁ ସାରା ଭାରତବର୍ଷରେ ପାଳନ କରାଯାଏ । ଏହି ପାରମ୍ପରିକ ଦୀପାବଳୀ ପର୍ବକୁ ନେଇ ଅନେକ କାହାଣୀ ତଥା ଲୋକକଥା ରହିଛି । ଏହିଦିନ ରାବଣକୁ ପରାଜିତ କରି ମାତା ସୀତାଙ୍କୁ ନେଇ ପ୍ରଭୁ ଶ୍ରୀରାମଚନ୍ଦ୍ର ଅଯୋଧ୍ୟା ଫେରିବା ପରେ ଅସତ୍ୟ ଉପରେ ସତ୍ୟର ବିଜୟକୁ ଅଯୋଧ୍ୟାବାସୀ ଦୀପ ଜଳାଇ ଉତ୍ସବ ମନାଇଥିଲେ । ସେବେଠାରୁ ଦୀପାବଳୀ ଉତ୍ସବ ପାଳିତ ହୋଇ ଆସୁଛି ବୋଲି କୁହାଯାଏ । ଆସନ୍ତୁ ଜାଣିବା ଦୀପାବଳୀ ଦିନ କେଉଁ କେଉଁ ଜାଗାରେ ଦୀପ ଜଳାଇବା ଅତ୍ୟନ୍ତ ଶୁଭ ହୋଇଥାଏ ।
ପ୍ରଥମତଃ, ଦୀପାବଳୀ ଦିନ ଆମେ ଘରେ ଏବଂ ଘର ବାହାର ମଧ୍ୟ ଦୀପରେ ସଜାଇ ଥାଉ । କିନ୍ତୁ ଏହିଦିନ ଗୋଟିଏ ଦୀପ ନେଇ ଅଶ୍ଵତଥ ଗଛମୂଳରେ ନିଶ୍ଚିତ ଭାବେ ଜଳାନ୍ତୁ । ଏହି ଗଛରେ ୩୩ କୋଟି ଦେବାଦେବୀ ମାନେ ବାସ କରିଥାନ୍ତି ବୋଲି କୁହାଯାଏ । ତେଣୁ ଏହି ସ୍ଥାନରେ ଦୀପ ଲଗାଇବା ଦ୍ଵାରା ମାତା ଲକ୍ଷ୍ମୀ ଅତ୍ୟନ୍ତ ଖୁସି ହୋଇଯାନ୍ତି ।
ଦ୍ଵିତୀୟରେ ଦୀପାବଳୀ ଦିନ ମାତା ଲକ୍ଷ୍ମୀଙ୍କ ସ୍ଵାଗତ କରିବା ପାଇଁ ଆପଣ ନିଜ ଘରର ମୁଖ୍ୟଦ୍ଵାରର ଦୁଇ ପାର୍ଶ୍ଵରେ ନିଶ୍ଚିତ ଭାବେ ଦୀପ ଜଳାନ୍ତୁ । ମାତା ଲକ୍ଷ୍ମୀଙ୍କ ସ୍ଵାଗତ ପାଇଁ ଏହାଠାରୁ ବଡ ଉପାୟ ଆଉ କିଛିବି ହୋଇ ନଥାଏ । ଯେଉଁ ଘରେ ଅନ୍ଧାର ହୋଇ ନଥାଏ ବରଂ ଆଲୋକର ପ୍ରକାଶ ରହିଥାଏ ମାତା ଲକ୍ଷ୍ମୀ ସେହି ଘରେ ହିଁ ପ୍ରବେଶ କରିଥାନ୍ତି ।
ଏହାସହ ଘର ଅଗଣାରେ ମଧ୍ୟ ଦୀପ ଜଳାଇବାକୁ ଭୁଲନ୍ତୁ ନାହିଁ । ମନେରଖନ୍ତୁ ଦୀପାବଳୀ ଦିନ ସନ୍ଧ୍ୟା ହେବା ମାତ୍ରେ ହିଁ ଦୀପ ଜଳାଇବା ଆରମ୍ଭ କରିଦିଅନ୍ତୁ । ତୃତୀୟରେ ଦୀପାବଳୀ ଦିନ ନିଜ ଘରକୁ ଦୀପରେ ସଜାଇବା ସହ ଆପଣଙ୍କ ଘର ପାଖାପାଖି ଯଦି କୌଣସି ମନ୍ଦିର ଅଛି ତେବେ ଏହାକୁ ମଧ୍ୟ ଦୀପରେ ସଜାଇ ଦିଅନ୍ତୁ ।
ଏହାଦ୍ବାରା ଆପଣ ଭଗବାନଙ୍କ ସେବା କରିବାର ସୁଯୋଗ ପାଇବେ ଓ ତାଙ୍କ କୃପା ମଧ୍ୟ ଲାଭ କରିବେ । ସମସ୍ତ ପୂଜାରେ ବିଭିନ୍ନ ପ୍ରକାରର ବିଧିବିଧାନ ରହିଥାଏ । ଏହି ପୂଜାରେ ଏହି ବିଧାନକୁ ମଧ୍ୟ ବଡ ବୋଲି କୁହାଯାଇଛି । ଏହାଦ୍ବାରା ମଧ୍ୟ ମାତା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ସଦାସର୍ବଦା ଆପଣଙ୍କ ଉପରେ ଲାଗିରହିବ ।
ଚତୁର୍ଥରେ ଦୀପାବଳୀ ଦିନ ଘରର ଆଖପାଖରେ ଯଦି କୌଣସି ତୁଳସୀ ଚଉରା ଅଛି ତେବେ ସେରଠାରେ ମଧ୍ୟ ଦୀପ ଜଳାଇବାକୁ ଭୁଲନ୍ତୁ ନାହିଁ । ଏହାଦ୍ବାରା ମାତା ଲକ୍ଷ୍ମୀ ଓ ମାତା ବୃନ୍ଦାବତୀ ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ କରିବେ ।
ପଞ୍ଚମରେ ସବୁଠୁ ଖାସ ଉପାୟ ହେଲା ଦୀପାବଳୀ ଦିନ କୌଣସି ଶୂନଶାନ ଜାଗାରେ ରହିଥିବା ଶିବଲିଙ୍ଗରେ ମଧ୍ୟ ଦୀପାବଳୀ ଦିନ ଦୀପ ଜଳାଇ ଦିଅନ୍ତୁ । ଏହାଦ୍ବାରା ମନର ସବୁ ଇଚ୍ଛା ଓ ମନସ୍କାମନା ପୂରଣ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।