ଦର୍ପଣ ସାମ୍ନାରେ କୁନି ଝିଅ କଲା ଏମିତି ମସ୍ତି ଯେ ଏବେ ଭାଇରାଲ ହେଉଛି video, ଦେଖନ୍ତୁ ଏହି ମଜାଦାର video

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ପ୍ରକାରର ଭିଡିଓ ସବୁ ଦେଖିବାକୁ ମିଳେ । ସେଥିରୁ କିଛି ଭିଡିଓ ଏତେ ମଜାଳିଆ ଓ ମନୋରଞ୍ଜନ ହୋଇଥାଏ ଯେ ଲୋକମାନେ ବହୁଳ ମାତ୍ରାରେ ସେସବୁକୁ ଶେୟାର କରନ୍ତି ଓ ବାରମ୍ବାର ଦେଖିବାକୁ ପସନ୍ଦ କରନ୍ତି । ଛୋଟପିଲା କାହାକୁ ବା ନ ପସନ୍ଦ । କୁନି ପିଲାଙ୍କ ଭିଡିଓ ଆସିଲେ ଟାଇମ ଲାଇନ ସ୍କ୍ରୋଲ କରୁ କରୁ ସମସ୍ତେ ଟିକିଏ ଅଟକି ଯାଆନ୍ତି । ଆଉ ଛୋଟ ପିଲାଙ୍କ କ୍ୟୁଟ ହରକତ ଦେଖି ସେଥିରେ ହଜି ଯାଆନ୍ତି ।

ଆମ ବ୍ଯସ୍ତବହୁଳ ଜୀବନରେ ବିଭିନ୍ନ ଚିନ୍ତା ଓ ସମସ୍ଯା ମଧ୍ୟରେ ଏହିସବୁ ତ ଆମ ଅଠାରେ ଟିକିଏ ହସ ଭରିଦିଏ । ଆଜି ଆମେ ଆପଣଙ୍କୁ ଏହିପରି ଏକ ଭିଡିଓ ଦେଖାଇବାକୁ ଯାଉଛୁ । ଯାହା ଦେଖି ଆପଣଙ୍କ ଓଠରେ ବି ହସ ଫୁଟିଯିବ । ଏହି କ୍ୟୁଟ ଭିଡିଓରେ ଆପଣ ଦେଖିବାକୁ ପାଇବେ କି ଏକ କୁନି ଝିଅଟେ ଦର୍ପଣ ଆଗରେ ଠିଆ ହୋଇଛି । ଆଉ ଦର୍ପଣରେ ନିଜ ପ୍ରତିବିମ୍ବ ଦେଖି କଣ ସବୁ କଥା ହେବା ପରି ଅଭିନୟ କରୁଛି ।

ଝିଅଟି ମୁଣ୍ଡ ହଲେଇ ଦର୍ପଣ ପାଖକୁ ଯାଉଛି, ଯେମିତି କଣ ଗୁଡାଏ କଥା ହେଉଛି । କେତେବେଲେ ଦର୍ପଣକୁ ରାଗିକି ତାଗିଦ କରୁଛି ତ ଆଉ କେତେବେଲେ ଦର୍ପଣ ସହ ଚିପକି ଯାଉଛି । କୁନି ଝିଅର ଏହି ଭିଡିଓ ଦେଖିଲେ ଯେକେହି ବି ବାରବାର ଦେଖିବାକୁ ଇଚ୍ଛା କରିବ । ଝିଅଟି ବୋଧେ ନିଜ ପ୍ରତିବିମ୍ବକୁ ଦର୍ପଣରେ ଦେଖି ଆଉ ଏକ ଝିଅ ବୋଲି ଭାବୁଛି ।

ଆଉ ସେ ଝିଅ ସହ ସେ କଥା ହେବାକୁ ଚେଷ୍ଟା କରୁଛି । ତେବେ ଏହାରି ଭିତରେ ଦର୍ପଣରେ ମୁଣ୍ଡ ପିଟୁ ପିଟୁ ତା ମୁଣ୍ଡଟି ଦର୍ପଣରେ ଟିକେ ଜୋରରେ ମାଡ ହୋଇଯାଏ । ଯାହାପରେ ଝିଅଟି କାନ୍ଦିବାକୁ ଲାଗେ ଓ ନିଜ ମୁଣ୍ଡକୁ ଆଉଁସି ଦପରଣ ସାମ୍ନାରୁ ରାଗିକି ପଳାଏ । ଝିଅଟି ବୋଧେ ଭାବିଥିବ ଦର୍ପଣରେ ଥିବା ଆର ଝିଅଟି ତାକୁ ମାରିଛି ବୋଲି ।

ଏହାକୁ ଦେଖି ନେଟିଜେନସ ହସି ହସି ବେଦମ ହୋଇ ଯାଉଛନ୍ତି । ଏହି ଭିଡିଓକୁ ୟୁଜର୍ସ ମାନେ ବେଶ ପସନ୍ଦ କରୁଥିବା ବେଳେ ହାର୍ଟ ଇମୋଜି ଦେଇ ନିଜ ଭଲପାଇବା ଜାହିର କରୁଛନ୍ତି । ଆପଣଙ୍କୁ ଏହି ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।