ବାହାଘର ବେଳେ ଘଟିଲା ହୋସ ଉଡେଇ ଦେବା ଭଳି ଘଟଣା, ଦେଖନ୍ତୁ Video

ବାହାଘର ସମସ୍ତଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଦିନ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କିଛି ନମୁନାଙ୍କ ବାହାଘର ଦେଖାଇବୁ ଯାହା ଦେଖିଲେ ଆପଣ କହିବେ ଏମିତି ବାହାଘର ଠାରୁ ସିଙ୍ଗଲ ଲାଇଫ ହିଁ ଭଲ । ଝିଅର ଚାପୁଡା ଠାରୁ ଆରମ୍ଭ କରି ପୁଅର ପାଗଳପଣିଆ ପର୍ଯ୍ୟନ୍ତ ଏହି ବରକନ୍ଯା ମାନେ ନିଜ ବାହାଘର ଦିନ ହିଁ ନିଜ ଇଜ୍ଜତ ହରେଇ ଆସିଲେ । ତେବେ ଚାଲନ୍ତୁ ଦେଖିବା ବାହାଘରରେ ବରକନ୍ଯା କରିଥିବା କିଛି ମଜାଦାର ଘଟଣା ।

ପ୍ରଥମ ଭିଡିଓରେ ବରକନ୍ଯା ପରସ୍ପରକୁ ବରଣମାଳ ପକାଇବା ପାଇଁ ରେଡ୍ଡି ହୋଇ ଠିଆ ହୋଇଛନ୍ତି । ଏହି ସମୟରେ ଜଣେ ବ୍ୟକ୍ତି ପୁଅକୁ ଟେକି ପକାଏ ଯେମିତି କନ୍ୟା ସହଜରେ ବରଣମାଳ ପିନ୍ଧାଇ ପାରିବନି । କିନ୍ତୁ ଏହା ଦେଖି କନ୍ୟା ପଛରେ ଠିଆ ହୋଇଥିବା ବ୍ୟକ୍ତିଜଣକ କନ୍ୟାକୁ ଟେକି ଧରିଲେ ଓ ସେ ବରକୁ ବରଣମାଳ ପକାଇଲା ।

କିନ୍ତୁ ତଳକୁ ହେବା ମାତ୍ରେ ବିନା ଅନୁମତିରେ ଟେକିଥିବାରୁ କନ୍ୟାଟି ସେହି ବ୍ୟକ୍ତିଙ୍କୁ ଶକ୍ତ ଚାପୁଡା ପକାଇଦେଲା । ଲୋକଟି ଲଜ୍ଜିତ ହୋଇ ପାଖରେ ଥିବା ଅନ୍ୟ ଜଣେ ଝିଅଙ୍କୁ ଚାପୁଡା ମାରି ସେଠାରୁ ଚାଲିଗଲା ।

ଆଉ ଏକ ଭିଡିଓରେ ପ୍ରଥମେ ବରଣମାଳା ପିନ୍ଧାଇବା ପାଇଁ ବରକନ୍ଯା ପରସ୍ପର ମଧ୍ୟରେ ଏତେ ଲଢେଇ କଲେ ଯେ ଶେଷରେ ତାଙ୍କ ମାଳା ଛିଣ୍ଡିଗଲା ଓ ତାଙ୍କୁ ଲୋକଲଜ୍ୟା ହେବାକୁ ପଡିଲା । ସେହିପରି ଆଉ ଏକ ବାହାଘର ବରକନ୍ଯାଙ୍କ ବୟସ ଟିକେ କମ ଲାଗୁଛି । ପ୍ରଥମେ ପୁଅ ଝିଅକୁ ମାଳା ପିନ୍ଧାଇଲା ।

କିନ୍ତୁ ଝିଅର ପାଳି ଆସିବାରୁ ସେ ପୁଅକୁ ନଚାହିଁ ଏମିତି ମାଳା ପିନ୍ଧାଇଲା ଯେ ତା’ ମୁକୁଟରେ ଅଟକିଗଲା । ପଣ୍ଡିତ ଏହାକୁ ମନାକରି ଝିଅକୁ ଆଉଥରେ ମାଳା ପିନ୍ଧାଇବାକୁ କହିଲେ । କିନ୍ତୁ ଏଥର ମଧ୍ୟ ଝିଅଟି ଠିକ ସେମିତି କଲା । ଶେଷରେ ପୁଅଟି ରାଗିଯାଇ ମାଳାକୁ ଛିଣ୍ଡାଇ ଫୋପାଡିଦେଲା ।

ସେହିପରି ଆଉ ଏକ ଭିଡିଓରେ ପୁଅ ଝିଅକୁ ବରଣମାଳା ପିନ୍ଧାଇବା ପରେ ହଠାତ ଗୋଟିଏ ବାଣ ଫୁଟିଲା ଓ ତା’ପରେ ଦେଖିଲା ବେଳକୁ ପୁଅର ପ୍ୟାଣ୍ଟ ଖସିଗଲା । ଏହା ଦେଖି ଝିଅ ସମେତ ସେଠାରେ ଉପସ୍ଥିତ ଥିବା ସମସ୍ତେ ହସିବାକୁ ଲାଗିବାକୁ ଲାଗିଲେ ।

ବିଚରା ପୁଅଟି ଲଜ୍ଜିତ ହୋଇ ସେଠାରୁ ଚାଲିଗଲା । ଆଉ ଜଣେ ବର ତାଙ୍କ କନ୍ଯାର ହାତକୁ ଧରି ଷ୍ଟାଇଲରେ ଫଟୋ ଉଠାଉଛନ୍ତି । କିନ୍ତୁ ସେ ନିଜ ପ୍ଯାଣ୍ଟର ଚେନ ଦେବାକୁ ଭୁଲି ଯାଇଥିଲେ । କେହି ଜଣେ କହିବାରୁ ସେ ଚେନ ଲଗାଇଲେ । ସତରେ କେଡେ ଲଜ୍ୟାର କଥା ।

ସେହିପରି ଆଉ ଏକ ବାହାଘରରେ ଝିଅଟି ପୁଅ ବେକରେ ବରଣମାଳା ପିନ୍ଧାଇ ଦିଏ କିନ୍ତୁ ପୁଅଟି ଫଟାଫଟ କନ୍ୟା ପାଖରେ ଥିବା ଆଉ ଜଣେ ଝିଅଙ୍କ ବେକରେ ବରଣମାଳା ପିନ୍ଧାଇଦେଲା । ପାଖରେ ଥିବା ଲୋକ ଏହା ଦେଖି ହସୁଥାନ୍ତି ଆଉ ବୁଝି ପାରୁ ନଥାନ୍ତି କି କଣ ହୋଇଗଲା ।

ପୁଅଟି କିନ୍ତୁ ଯେମିତି କହିବାକୁ ଚାହୁଁଛି କି ସେ ସେଇ ଝିଅକୁ ବାହା ହେବା ପାଇଁ ଆସିଥିଲା । ଆପଣଙ୍କୁ କେଉଁ ବାହାଘର ଘଟଣା ସବୁଠୁ ଅଧିକ ମଜାଦାର ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।