June ପହିଲାରୁ ହେବାକୁ ଯାଉଛି ଏହିସବୁ ବଡ ପରିବର୍ତ୍ତନ, ଆପଣଙ୍କ ପକେଟ ଉପରେ ଏହାର କଣ ପଡିବ ପ୍ରଭାବ ? ନିଶ୍ଚୟ ଜାଣି ରଖନ୍ତୁ ନଚେତ ପରେ ଅସୁବିଧାରେ ପଡ଼ିପାରନ୍ତି

ଆସନ୍ତା ଜୁନ ପହିଲା ଠାରୁ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଗ୍ଯାସ ଦରରେ ପରିବର୍ତ୍ତନ ହେବା ସହ ହୋମ୍ ଲୋନ ଦର ମଧ୍ୟ ବଢିବାକୁ ଯାଉଛି । ଏସବୁର ସିଧା ପ୍ରଭାବ ଆପଣଙ୍କ ପକେଟ ଉପରେ ପଡିବ । ସବୁ ମାସ ଜୁନ ମାସ ଆରମ୍ଭରେ ମଧ୍ୟ ହେବାକୁ ଥିବା କିଛି ପରିବର୍ତ୍ତନ ଆପଣଙ୍କୁ ଆଶ୍ଵସ୍ତି ଦେଉଥିବା ବେଳେ ଆଉ କିଛି ପରିବର୍ତ୍ତନ ଚିନ୍ତା ବଢେଇ ଦେବ । ଆସନ୍ତା ମାସରେ ଆକ୍ସିସ ବ୍ଯାଙ୍କ ସେଭିଙ୍ଗ ଆକାଉଣ୍ଟ ନିୟମ ଓ ମୋଟର ଇଂସୁରାନ୍ସ ପ୍ରିମିୟମ ଆଦିରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।

ପ୍ରତି ମାସ ପହିଲାରୁ ଦେଶର ଗ୍ଯାସ କମ୍ପାନୀ ନିଜର ନୂଆ ଦର ଧାର୍ଯ୍ୟ କରିଥାନ୍ତି, ଯାହାକି ଆସନ୍ତା ମାସରେ ମଧ୍ୟରେ ହେବ । ସେହି ଅନୁସାରେ ଜୁନ ମାସ ପାହିଆରୁ ମଧ୍ୟ ଗ୍ଯାସ ଦର କମ କିମ୍ବା ବେଶୀ ହୋଇପାରେ । ଆପଣ ଯଦି ଏସବିଆଇ ର ଗ୍ରାହକ ଅଟନ୍ତି ଏବଂ କୌଣସି ହୋମ ଲୋନ ନେବାକୁ ପ୍ଳାନ କରୁଛନ୍ତି ତେବେ ଜୁନ ପହିଲାରୁ ଆପଣଙ୍କ ଖର୍ଚ୍ଚ ବଢିଯିବ । ଜୁନ ୧ ତାରିଖରୁ ଏସବିଆଇ ନିଜର ହିମ ଲୋନ ଏକ୍ସଟରନାଲ ରେଞ୍ଜପାର୍କ ଲ୍ୟାଣ୍ଡିଂରେ ଇପିଏଲଆର କୁ ୪୦ ସ୍ପେଶିଷ ପଏଣ୍ଟ ବଢେଇ ଏବେ ୭.୦୫ ପ୍ରତିଶତ କରିବାକୁ ଯାଉଛି ।

ଯାହାଫଳରେ ଏସବିଆଇ ହୋମ ଲୋନ ନେବାକୁ ପ୍ଳାନ କରୁଥିବା ଲୋକଙ୍କୁ ଏବେ ଅଧିକ ଟଙ୍କା ଗଣିବାକୁ ପଡିବ । ସେହିପରି ମୋଟର ଇଂସୁରାନ୍ସ ପ୍ରିମିୟମ ଦର ମଧ୍ୟ ଜୁନ ପହିଲାରୁ ମହଙ୍ଗା ହେବାକୁ ଯାଉଛି । ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ଏନେଇ ନୋଟିଫିକେଶନ ଜାରି କରି ଆଗୁଆ ସୂଚନା ଦେଇସାରିଛି । ଏହି ସୂଚନା ମୁତବକ ୧୦୦୦ସିସି ଇଞ୍ଜିନ ବିଶିଷ୍ଟ କାରର ଇଂସୁରାନ୍ସ ପ୍ରିମିୟମ ଏବେ ବୃଦ୍ଧି ପାଇ ୨୦୯୪ ଟଙ୍କା ହେବ ।

ସେହିପରି ୧୦୦୦ରୁ ୧୫୦୦ ସିସି ଇଞ୍ଜିନ ଥିବା କାରର ଇଂସୁରାନ୍ସ ପ୍ରିମିୟମ ଜୁନ ପହିଲାରୁ ବୃଦ୍ଧି ପାଇ ୩୨୨୧ ଟଙ୍କା ହେବାକୁ ଯାଉଛି । ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ଯାଙ୍କ ତରଫରୁ ଘୋଷଣା କରାଯାଇଛି ଯେ ଏଣିକି ଆଧାର ଏନେବଲ ପେମେଣ୍ଟ ସିଷ୍ଟମ ଗ୍ରାହକଙ୍କୁ ମହଙ୍ଗା ପଡିବ । ଏହି ନୂଆ ନିୟମ ଜୁନ ୧୫ ତାରିଖରୁ ଲାଗୁ ହେବାକୁ ଥିବାବେଳେ ଏହାର ସିଧା ପ୍ରଭାବ ଲୋକଙ୍କ ପକେଟ ଉପରେ ପଡିପାରେ ।

ନୂଆ ନିୟମ ମୁତାବକ ମାସର ତିନୋଟି ଇପିଏସ ମାଗଣା ହେବ, କିନ୍ତୁ ଏହାପରେ ପ୍ରତ୍ଯେକ ଜମା ଏବଂ ଉଠାଣ ଉପରେ ଗ୍ରାହକଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡିବ । ଏହିପରି ଛୋଟ ବଡ ପରିବର୍ତ୍ତନ ଜୁନ ପହିଲାରୁ ହେବାକୁ ଯାଉଛି, ତେଣୁ ସଚେତନ ରହିଲେ ଆପଣ ଅସୁବିଧାରେ ପଡିବାରୁ ରକ୍ଷା ପାଇପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।