ଦରିଦ୍ରତାର କାରଣର ହୋଇଥାଏ ଏହି 5 ଟି ଭୁଲ, ରାଗି ଯାଆନ୍ତି ମା’ ଲକ୍ଷ୍ମୀ, କଣ ଆପଣ କରୁ ନାହାନ୍ତି ତ ଏମିତି ଭୁଲ- Vastu Shastra

ହିନ୍ଦୁ ଶାସ୍ତ୍ର ଅନୁସାରେ ଭଗବାନ ଶ୍ରୀ କୃଷ୍ଣଙ୍କୁ କୂଟନୀତିଜ୍ଞ ନାମରେ ମାନାଯାଏ । ସେ ତାଙ୍କ ଭକ୍ତମାନଙ୍କ ଉପରେ ସବୁବେଳେ ନିଜର କୃପା ରଖିଥାନ୍ତି ।। ଭଗବାନ ଶ୍ରୀ କୃଷ୍ଣଙ୍କର ଲୀଳା କାହାକୁ ଲୁଚି ରହିଛି । ସେ ତାଙ୍କର ଅପୂର୍ବ ଲୀଳାରେ ଦାସୀମାନଙ୍କୁ ନିଜର କରି ରଖିଥାନ୍ତି । ଆଜି ଆମେ ଆପଣଙ୍କୁ ଭଗବାନ ଶ୍ରୀ କୃଷ୍ଣଙ୍କର ଲୀଳା ବିଷୟରେ ଏମିତି କିଛି କଥା କହିବୁ ଯାହା ବହୁତ କମ ଲୋକ ଜାଣିଥାନ୍ତି । ହିନ୍ଦୁ ଶାସ୍ତ୍ର ଅନୁସାରେ ଭଗବାନ ଶ୍ରୀ କୃଷ୍ଣ ଦରିଦ୍ରତାରୁ ବଞ୍ଚିବା ପାଇଁ ଏମିତି କିଛି ନିୟମ କହିଛନ୍ତି ଯାହାକୁ ପାଳନ କଲେ ମଣିଷ ନିଜ ଜୀବନରେ ସୁଖ ଲାଭ କରିଥାଏ ।

ମଣିଷର କେଉଁ ଭୁଲ ଯୋଗୁ ସେ ଦରିଦ୍ରର ସମୁଖିନ୍ନ ହୋଇଥାଏ ସେ ବିଷୟରେ ହିନ୍ଦୁ ଶାସ୍ତ୍ରରେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି । ଭଗବାନ ଶ୍ରୀ କୃଷ୍ଣଙ୍କ କହିବା ଅନୁସାରେ ଯେଉଁ ଲୋକମାନେ ନିଜ ଘରେ ଦେଶୀ ଘିଅରେ ଦୀପ ଲଗାଇଥାନ୍ତି ସେମାନଙ୍କ ଘରେ ଦେବାଦେବୀଙ୍କର ଆଶୀର୍ବାଦ ମିଳିବା ସହ ସୁଖ ସମୃଦ୍ଧିର ବିକାଶ ହୋଇଥାଏ । ସେମାନଙ୍କ ଘରେ ଦୁଖର ଛାୟା ଦୂର ହୋଇଥାଏ । କୁହାଯାଏ ଘରକୁ ଅତିଥିମାନଙ୍କର ଆଗମନ ହେଲେ ପ୍ରଥମେ ତାଙ୍କୁ ପାଣି ପିଇବାକୁ ଦିଆଯାଏ ଯାହା ପରିଣାମ ସ୍ୱରୂପ ଘରର ଅଶୁଭ ଗ୍ରହର ବିନାଶ ହୋଇଥାଏ ।

ହିନ୍ଦୁ ଶାସ୍ତ୍ର ଅନୁସାରେ ଘରେ ମହୁ ରଖିଲେ ଘରର ଶୁଭ ହୋଇଥାଏ । ମହୁ ରଖିବା ସ୍ଥାନଟିକୁ ସର୍ବଦା ସଫାସୁତୁରା ରଖିବା ଉଚିତ । ନିଜ ଘରେ ମା ସରସ୍ବତୀଙ୍କର ମୂର୍ତ୍ତୀକୁ ରଖି ପୂଜା କଲେ ଘରର ମଙ୍ଗଳ ହୋଇଥାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ ସମୁଦ୍ର ମନ୍ଥନ ବେଳେ ୧୪ଟି ରତ୍ନ ଭିତରୁ ମା ଲକ୍ଷ୍ମୀଙ୍କର ଆବିର୍ଭାବ ହୋଇଥିବାରୁ ତାଙ୍କୁ ଚଞ୍ଚଳା ଦେବୀ ବୋଲି କୁହାଯାଏ । ଯେଉଁ ବ୍ୟକ୍ତି ମା ଲକ୍ଷ୍ମୀଙ୍କର ଅନାଦର କରିଥାଏ ସେ ତା ଜୀବନରେ ଦୁଖର ସାମନା କରିଥାଏ ।

ଶ୍ରୀ କୃଷ୍ଣଙ୍କ କହିବା ଅନୁସାରେ ଯେଉଁ ଘରର ବାତାବରଣ ସବୁବେଳେ ସଫାସୁତୁରା ହୋଇଥାଏ ସେହିମାନଙ୍କ ଘରେ ମା ଲକ୍ଷ୍ମୀଙ୍କର ନିବାସ ହୋଇଥାଏ । ସେ ଘରେ ପଇସାର ଅଭାବ ରହିନ ଥାଏ ।  ଠାକୁର ପୂଜା କରିବା ସମୟରେ ନିଜ ମନକୁ ସମ୍ପୂର୍ଣ ରୂପେ ଭଗବାନଙ୍କ ପାଖରେ ଲଗାଇବା ଉଚିତ । ନ ହେଲେ ଆପଣ ଆପଣଙ୍କ ଜୀବନରେ ଅନେକ ସମସ୍ୟାର ସମୁଖିନ୍ନ ହେବେ । ନିଜ ଘରେ ପ୍ରବେଶ କରିବା ସମୟରେ ବ୍ୟକ୍ତି ହାତଗୋଡ ନ ଧୋଇ ନିଜ ବିଛଣା ଉପରେ ଶୋଇପଡିଥାଏ ।

ଏହା ଦ୍ଵାରା ସେ ତା ଜୀବନରେ ଦରିଦ୍ରତାର ସମୁଖିନ୍ନ ହୋଇଥାଏ । ନିଜେ ବ୍ୟବହାର କରୁଥିବା  ଚପଲକୁ ଓଲଟା ନ ରଖି କୌଣସି ସଠିକ ସ୍ଥାନରେ ରଖିବା ଉଚିତ । ନଚେତ ଘରେ ଧନର ଅଭାବ ଦେଖାଯାଇଥାଏ । ନିଜ ଗୃହର ରୋଷେଇଘରକୁ ସବୁବେଳେ ପରିଷ୍କାର ପରିଚ୍ଛନ କରି ରଖିବା ଉଚିତ । ଏହା ଫଳରେ ଘରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ ।

ପ୍ରତେକ ଦିନ ସକାଳୁ ଉଠିବା ଦ୍ଵାରା ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିଥାଏ ଯାହା ଆପଣଙ୍କୁ ଧନୀ ହେବାର ରାସ୍ତା ଦେଖାଇଥାଏ । ନାରୀ ନିର୍ଯ୍ୟାତନା ଓ ଗୁରୁଜନମାନଙ୍କୁ ଅପମାନ କରିବା ଦ୍ଵାରା ନିଜ ଘରେ ଅଶାନ୍ତିର ବାତାବରଣ ଦେଖାଯାଇଥାଏ । ଏହି ସବୁ କାରଣ ପାଇଁ ମଣିଷ ଜୀବନରେ ଦରିଦ୍ରତା ଦେଖାଯାଇଥାଏ ।

ଦର୍ଶକବନ୍ଧୁ ଯଦି ଆପଣଙ୍କୁ ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହ ଯୋଡି ହେଇ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।