ବଡ ପେଟ (Belly Fat), ମୋଟାପା, ଚଉଡା ଅଣ୍ଟା ଓ ଜଙ୍ଘ ର ସବୁ ଚର୍ବି ଏକା ଥରେ ତରଳିଯିବ, କରନ୍ତୁ ଏହି ଘରୋଇ ଉପାୟ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମନୁଷ୍ୟ ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳିଥାଏ । ସେହିପରି ମୋଟାପଣ ଏକ ବହୁତ ବଡ ସମସ୍ୟା ଅଟେ । ଏହି ସମସ୍ୟାରୁ ଦୂର କରିବା ପାଇଁ ମଣିଷ ବିଭିନ ପ୍ରକାର ଉପାୟ କରିଥାଏ । ଆଜି ଆମେ ଏହି ସମସ୍ୟାରୁ କିପରି ଦୂର ରେ ରହିବା ସେହି ବିଷୟରେ ଆପଣଙ୍କୁ ଜଣାଇବା । ଏହି ଉପାୟ ସବୁ କରିବା ଦ୍ଵାରା ଆପଣଙ୍କର ଓଜନ ନିଶ୍ଚିତ ଭାବେ କମିଯିବ । ବନ୍ଧୁଗଣ ଓଜନ ବଢିବାର ସବୁ ଠାରୁ ବଡ କାରଣ ହେଉଛି ପାଚନ କ୍ରିୟା ।

ପାଚନ କ୍ରିୟାର ଚଳନ ଉପରେ ନିର୍ଭର କରିଥାଏ ମଣିଷ ର ଶରୀର କିପରି ହେବ । ଏହି ପାଚନ କ୍ରିୟା ବହୁତ ଧୀରେ ହବା ଦ୍ଵାରା ମଣିଷର ମୋଟାପଣ ଶକ୍ତି ବଢିଯାଏ ଫଳରେ ମଣିଷ ମୋଟା ହୋଇଯାଏ ।

ପାଚନ କ୍ରିୟା ଠିକ ଭାବେ ହେବା ଦ୍ଵାରା ଶରୀରର ମାତ୍ରା ଠିକ ରହିଥାଏ । ମୋଟାପଣ କୁ ଦୁର କରିବାକୁ ହେଲେ ଖାଇବାରେ ଧ୍ୟାନ ଦେବା ଯେତିକି ଦରକାର ସେତିକି ପରିମାଣରେ ଯୋଗର ମଧ୍ୟ ବହୁତ ଆବଶ୍ୟକ ହୋଇଥାଏ । ଏହା କରିବା ଦ୍ଵାରା ଶରୀରର ହାଡ ମଜବୁତ ରହିଥାଏ । ବର୍ତ୍ତମାନ ସମୟରେ ମୋଟାପଣ ଭଳି ସମସ୍ୟା ସାଧାରଣ ହୋଇଯାଇଛି ।

ଏହା ପ୍ରାୟତଃ ବ୍ୟକ୍ତି ଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ବାରା ଆପଣଙ୍କ ମଧ୍ୟରେ ଥିବା ମୋଟାପଣ ସମସ୍ୟା ଦୂର ହୋଇଯିବ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ପ୍ରଥମେ ଆପଣ ୨ ଚାମଚ ପେଶୀ (flax seeds) ନିଅନ୍ତୁ । ଏଥିରେ ଭରପୁର ମାତ୍ରା ରେ ଫାଇବର ରହିଥାଏ । ଯାହାକୁ ଖାଇବା ଦ୍ୱାରା ବହୁତ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ । ଏହା ସହିତ ପେଶୀ ଆମ କେଶ ଏବଂ ତ୍ୱଚା ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ଏହାପରେ ଦ୍ଵିତୀୟ ସାମଗ୍ରୀ ଆପଣ ନିଅନ୍ତୁ ଜୁଆଣି । ଏହାକୁ ଖାଇବା ଦ୍ବାରା ଆପଣଙ୍କ ପାଚନ କ୍ରିୟା ସଠିକ ଭାବରେ ହୋଇଥାଏ । ତେଣୁ ଆପଣ ୨ ଚାମଚ ଜୁଆଣି ନିଅନ୍ତୁ ।

ଏହାପରେ ତୃତୀୟ ସାମଗ୍ରୀ ଆପଣ ନିଅନ୍ତୁ ପାନ ମଧୁରୀ । ଏହା ଆମ ଶରୀର ର ଚର୍ବି କୁ କମାଇବାରେ ସହାୟକ ହୋଇଥାଏ । ତେଣୁ ଆପଣ ୨ଚାମଚ ପାନ ମଧୁରୀ ନିଅନ୍ତୁ ।

ବନ୍ଧୁଗଣ ଏହାପରେ ଚତୁର୍ଥ ସାମଗ୍ରୀ ହେଉଛି କଳା ଜିରା । କଳା ଜିରା ର ଅନେକ ଔଷଧୀୟ ଗୁଣ ରହିଛି । ମୂଖ୍ୟତଃ ଏହା ହଜମ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିଥାଏ । ଯାହା ଫଳ ରେ ପେଟ ଜନିତ କୌଣସି ସମସ୍ୟା ଦେଖିବାକୁ ମିଳିନଥାଏ । ତେଣୁ ଆପଣ ୨ ଚାମଚ କଳା ଜିରା ନିଅନ୍ତୁ ।

ବନ୍ଧୁଗଣ ଏହି ୪ ଟି ସାମଗ୍ରୀ କୁ କଢ଼େଇ ରେ ପକାଇ ଗ୍ୟାସ ଅନ୍ କରି ହାଲ୍କା ରୋଷ୍ଟ୍ କରନ୍ତୁ । ଏହାପରେ ଏହାର ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ । ଏହି ଚୂର୍ଣ୍ଣ କୁ ଆପଣଙ୍କୁ ଦିନକୁ ଦୁଇ ଥର ସେବନ କରିବାକୁ ହେବ ।

ପ୍ରଥମେ ଆପଣଙ୍କୁ ସକାଳେ ଖାଲି ପେଟରେ ଉଷୁମ ପାଣି ରେ ଏହି ଚୂର୍ଣ୍ଣ କୁ ମିଶାଇ ସେଥିରେ ଅଧା ଲେମ୍ୱୁ ର ରସ ଏବଂ ମହୁ ମିଶାଇ ସେବନ କରିବାର ଅଛି । ଯଦି ଆପଣଙ୍କୁ ଏସିଡିଟି ର ସମସ୍ୟା ରହିଛି ତେବେ ଆପଣ ଲେମ୍ୱୁ ସ୍କିପ୍ କରି ପାରିବେ ଏବଂ ମଧୁମେହ ରୋଗୀ ମହୁ ସ୍କିପ୍ କରିବେ । ଆପଣଙ୍କୁ କେବଳ ସେହି ଚୂର୍ଣ୍ଣ ସହିତ ହିଁ ପାଣିକୁ ସେବନ କରିବାକୁ ପଡ଼ିବ । ଏହାକୁ ସେବନ କରିବା ପରେ ଅଧ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ ।

ଦ୍ଵିତୀୟ ରେ ଆପଣଙ୍କୁ ଏହାର ସେବନ ଖରା ବେଳେ ଖାଇବା ସମୟରେ କରିବାର ଅଛି । ଆପଣ ଏକ କପ୍ ପାଣିରେ ଏହି ଚୂର୍ଣ୍ଣ କୁ ମିଶାଇ ପିଅନ୍ତୁ । ଏହାଦ୍ବାରା ଆପଣଙ୍କ ପେଟ ଜନିତ ସମସ୍ତ ସମସ୍ୟା ତ ଦୂର ହେବ ଏବଂ ଏହା ସହିତ ମୁଖ୍ୟତଃ ଆପଣଙ୍କ ମୋଟାପଣ ସମସ୍ୟା ମଧ୍ୟ ଦୂର ହେବ । ତେଣୁ ଏହି ଘରୋଇ ଉପଚାର କୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।