IAS ଅଫିସରଙ୍କୁ ଏତେ ଦରମା ସହ ମିଳିଥାଏ ଏହି ସବୁ ସୁବିଧା, ଜାଣନ୍ତୁ ତାହା ସବୁ କଣ

ଆଇଏଏସ ଅଫିସର ହେବାର ସ୍ଵପ୍ନ ବହୁତ ଲୋକ ଦେଖିଥାନ୍ତି । ଏହା ଏକ ଏମିତି ବଡ ପଦ ଯେଉଁଥିରେ ମାନସମ୍ମାନ ସହ ବିଭିନ୍ନ ସୁବିଧା ମିଳିଥାଏ । ଏହାକୁ ପାଇବା ପାଇଁ ବହୁତ କଷ୍ଟ କରିବାକୁ ପଡିଥାଏ । ବିଦ୍ୟାର୍ଥୀମାନେ ଏହି ପଦ ପାଇଁ ରାତି ଦିନ ବହୁତ କଷ୍ଟ କରିଥାନ୍ତି । ଆଇଏଏସ ଅଫିସରଙ୍କୁ ଭଲ ଦରମା ସହ ବହୁତ ସୁବିଧା ମିଳିଥାଏ । ଆସନ୍ତୁ ଜାଣିବା ଏହି ସବୁ ସୁବିଧା ବିଷୟରେ ।

ବହୁତ କମ ଲୋକ ଏହି ବଡ ପଦର ଅଧିକାରୀ ହୋଇଥାନ୍ତି । ଏହି ପଦକୁ ପାଇଲା ପରେ ସରକାର ଆଇଏଏସ ଅଧିକାରୀଙ୍କୁ ରହିବା ପାଇଁ ଏକ ବଡ ବଙ୍ଗଳା ଦେଇଥାନ୍ତି । ତାଙ୍କୁ ରାଜ୍ୟ ସରକାରଙ୍କ ଜରିଆରେ ଭିଭିଆଇପି ପ୍ରତିବନ୍ଧିତ କ୍ଷେତ୍ରରେ ଏକ ଡ୍ୟୁଲେକ୍ସ ବଙ୍ଗଳା ଦେଇଥାନ୍ତି । କିନ୍ତୁ ଏହାର ଲାଭ ତାଙ୍କୁ ସେତେବେଳେ ମିଳିଥାଏ ଯେତେବେଳେ ତାଙ୍କୁ ଅନ୍ୟ କମିଶନ ବା ମୁଖ୍ୟାଳୟରେ ପୋଷ୍ଟ ମିଳିଥାଏ ।

କୌଣସି ସ୍ଥାନକୁ ପରିବହନ ପାଇଁ ଆଇଏଏସ ଅଧିକାରୀଙ୍କୁ କମ ସେ କମ ୩ଟି ଅଧିକାରିକ ବାହନ ଦିଆଯାଇଥାଏ । ସୁନ୍ଦର ଗାଡି ସହ ତାଙ୍କୁ ଡ୍ରାଇଭରର ସୁବିଧା ମଧ୍ୟ ଦିଆଯାଇଥାଏ । ତାଙ୍କ ଗାଡିରେ ନୀଳ ରଙ୍ଗର ଲାଇଟ ଲାଗିଥାଏ । ମୁଖ୍ୟ ସଚିବଙ୍କ ଦ୍ଵାରା ନିଯୁକ୍ତି ହୋଇଥିବା ଅଧିକାରୀମାନଙ୍କୁ ଲାଲ ଲାଇଟ ଥିବା ବାହନର ସୁବିଧା ଦିଆଯାଇଥାଏ ।

ଆଇଏଏସ ଅଫିସର ଓ ତାଙ୍କ ପରିବାରକୁ କଡା ସୁରକ୍ଷା ମିଳିଥାଏ । ରାଜ୍ୟ ମୁଖ୍ୟାଳୟର ତିନୋଟି ହୋମ ଗାର୍ଡ ଓ ଦୁଇଟି ଅଙ୍ଗରକ୍ଷକ ସୁରକ୍ଷା ପାଇଁ ଦିଆଯାଇଥାଏ । ସୁରକ୍ଷା ପାଇଁ ସେମାନଙ୍କୁ କମାଣ୍ଡୋ ଦିଆଯାଇଥାଏ ।

ଆଇଏଏସ ଅଫିସରଙ୍କୁ ସାମାନ୍ୟ ଘରୋଇ ସେବା ପାଇଁ କୌଣସି ପ୍ରକାରର ବିଲ ଦେବାକୁ ପଡିନଥାଏ । ସାଧାରଣତଃ ସେମାନଙ୍କୁ ବିଜୁଳି, ପାଣି ଆଦି ବିଲ ଦେବାକୁ ପଡିନଥାଏ ।