୯ ବର୍ଷର ଏହି ପିଲାଟି ଫିଲ୍ମ ଷ୍ଟାଇଲରେ ଜିତିଲା ରେସ, ଘୋଡାରୁ ପଡିଯିବା ସତ୍ତ୍ୱେ ବି ପୁଣିଥରେ ଘୋଡା ଉପରେ ଚଢିଲା, ଦେଖନ୍ତୁ ଭିଡିଓ

ବନ୍ଧୁମାନେ ଆପଣ ଫିଲ୍ମରେ କିମ୍ବା ଟିଭିରେ କେତେଥର ଘୋଡା ରେସ ଦେଖିଥିବେ । ଆପଣମାନେ ଫିଲ୍ମରେ ଦେଖିଥିବେ କି ହିରୋ ଘୋଡାରେ ବସି ଯାଉଥିବା ସମୟରେ ପଡିଯାଏ କିନ୍ତୁ ପୁଣି ଥରେ ଉଠି ଘୋଡା ଉପରେ ବସିଯାଏ । କିନ୍ତୁ ଏହା ଏକ ଫିଲ୍ମ ଅଟେ । ଏଥିରେ ସତ ଆଉ କିଛି ହୋଇଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ବାଙ୍ଗାଲୁରୁରେ ରହୁଥିବା ୯ ବର୍ଷର ଏକ ବାଳକ ଅସଲ ଜୀବନରେ ଏହିଭଳି ଏକ ଷ୍ଟଣ୍ଟ କରି ଦେଖାଇଛି । ଏହାକୁ ଦେଖି ଲୋକମାନେ ନିଜ ଆଖି ଉପରେ ବିଶ୍ଵାସ କରିପାରୁ ନାହାଁନ୍ତି ।

କହିବାକୁ ଗଲେ ଇଣ୍ଟର୍ନେଟରେ ବର୍ତ୍ତମାନ ଦିନରେ ଏକ ଭିଡିଓ ବହୁତ ଜଲ୍ଦି ଭାଇରାଲ ହେଉଛି । ଏହି ଭିଡିଓରେ ଗୋଟିଏ ୯ ବର୍ଷର ପିଲା ଘୋଡା ଉପରେ ବସି ରେସ ଲଗାଉଛି । ସେ ଏକ ଲୋକାଲ ଘୋଡା ଦ୍ଵାରା ଏହି ରେସରେ ଭାଗ ନେଇଥିଲା । କିନ୍ତୁ ଗୋଟିଏ ସମୟ ଏମିତି ବି ଆସୁଛି ଯେତେବେଳେ ଦୌଡୁଥିବା ଘୋଡା ସହ ସେହି ପିଲାଟି ତଳେ ପଡି ଯାଉଛି ।

କିନ୍ତୁ ଘୋଡା ଉଠିପଡି ପୁଣି ଥରେ ସେହି ସ୍ପୀଡରେ ଦୌଡିବାକୁ ଲାଗୁଛି । ଅନ୍ୟ ପଟେ ସେହି ୯ ବର୍ଷର ପିଲାଟି ମଧ୍ୟ ହାର ମାନିଲା ନାହିଁ । ସେ ସଙ୍ଗେ ସଙ୍ଗେ ଏକ ମୋଟର ସାଇକେଲ ଉପରେ ବସି ଯାଉଛି ଓ ଏହା ପରେ ସେ ସେହି ଘୋଡାକୁ ଧରି ଚାଲୁଥିବା ମୋଟରସାଇକେଲରୁ ଘୋଡା ଉପରେ ଯାଇ ବସି ଯାଉଛି । ଏତିକି ନୁହେଁ ଶେଷରେ ସେହି ପିଲାଟି ଏହି ରେସକୁ ଜିତି ବି ଯାଉଛି ।

ଏହି ପୁରା ସିନ କୌଣସି ଫିଲ୍ମ ସିନ ଠାରୁ କମ ଲାଗୁ ନ ଥିଲା । କିନ୍ତୁ ଏହି ପିଲାଟି ଅସଲ ଜୀବନରେ ଏହିଭଳି କାରନାମା କରି ପ୍ରମାଣିତ କରିଦେଇଛି କି ସତରେ ସେ ଏକ ହିରୋ ଅଟେ । ଅନ୍ୟ ପଟେ ସୋସିଆଲ ମିଡିଆରେ ଏହି ପିଲାର ଷ୍ଟଣ୍ଟକୁ ବହୁତ ପ୍ରଶଂସା ମିଳୁଛି । ଏହି ଭିଡିଓରେ ଏକ ଖାସ କଥା ହେଉଛି କି ଏହାର ବ୍ୟାକଗ୍ରାଉଣ୍ଡରେ ବାହୁବଲିର ମ୍ୟୁଜିକ ବି ଲାଗିଛି ।

ଏହା ଦ୍ଵାରା ଭିଡିଓଟିକୁ ଦେଖିବାକୁ ଆହୁରି ବି ଭଲ ଲାଗୁଛି ।  କହିବାକୁ ଗଲେ ଆମ ସମସ୍ତଙ୍କୁ ବି ଏହି ପୁଅର ଜୀବନରୁ ବହୁତ କିଛି ଶିଖିବା ଉଚିତ । ଜୀବନରେ ବହୁତ ସମସ୍ୟା ଆସିଥାଏ, ଆମେ ଏହା ଦ୍ଵାରା ବହୁତ ବିଚଳିତ ହୋଇଯାଉ ଓ ଭାଙ୍ଗିପଡୁ, କିନ୍ତୁ ଏହା ସତ୍ତ୍ୱେ ବି ଆମକୁ ହାର ମାନିବା ଉଚିତ ନୁହେଁ ।