ଛାତ୍ର ଜଣକ ତିଆରି କରିଲା ଅଶୁଦ୍ଧ ପାଣିକୁ ଶୁଦ୍ଧ କରୁଥିବା ଠିପି, ବୋତଲରେ ଲାଗିବା ପରେ ଏମିତି ବାହାରିବ ଶୁଦ୍ଧ ପାଣି, ଦେଖନ୍ତୁ

ଶରୀରରେ ପାଣିର ସଠିକ ମାତ୍ରା ରହିବା ବହୁତ ଜରୁରୀ ଅଟେ । ବ୍ୟକ୍ତି କିଛି ସମୟ ପାଇଁ ଖାଦ୍ୟ ବିନା ରହି ପାରିବ କିନ୍ତୁ ପାଣି ବିନା ରହିବା ବହୁତ କଷ୍ଟସାଧ୍ୟ ଅଟେ । କିନ୍ତୁ କହିବାକୁ ଗଲେ ବର୍ତ୍ତମାନ ଜମାନାରେ ଶୁଦ୍ଧ ପାଣି ମିଳିବା ବହୁତ କଷ୍ଟ ଅଟେ । ଖାସକରି ସେତେବେଳେ ଯେତେବେଳେ ଆପଣ ଘରୁ ବାହାରକୁ ଯାଉଛନ୍ତି । ରାସ୍ତାରେ ମିଳୁଥିବା ପାଣି କେତେ ଶୁଦ୍ଧ ଅଟେ ଏହାର କୌଣସି ଗ୍ୟାରେଣ୍ଟି ନାହିଁ ।

କହିବାକୁ ଗଲେ ଶରୀରରେ ପ୍ରାୟତଃ ରୋଗ ଅଶୁଦ୍ଧ ପାଣି ଦ୍ଵାରା ହିଁ ହୋଇଥାଏ । ଏମିତିରେ ଆପଣଙ୍କର ଏହି ସବୁ ସମସ୍ୟାର ସମାଧାନ ଏକ ଇଞ୍ଜିନିୟର ଛାତ୍ର ବାହାର କରିଛନ୍ତି । ବେଲଗୌମରେ ରହୁଥିବା ନିରଞ୍ଜନ କାରାଗୀ (Niranjan Karagi) ନାମକ ଏକ ଛାତ୍ର NirNal ନାମକ ଏକ ପୋର୍ଟେବଲ ୱାଟର ଫିଲ୍ଟର ତିଆରି କରିଛନ୍ତି । ଏହି ଫିଲ୍ଟରର ଖାସ କଥା ଏହା ଅଟେ କି ଏହାକୁ ଆପଣ ଯେ କୌଣସି ବି ବୋତଲରେ ଫିଟ କରି ପାରିବେ । ଏହି ୱାଟର ଫିଲ୍ଟର ର ଆକାର ବୋତଲର ଠିପି ଭଳି ଅଟେ । ଏହାକୁ ବ୍ୟବହାର କରିବା ବହୁତ ସହଜ ଅଟେ ।

କେମିତି କରିଥାଏ ଏହା କାମ

ସର୍ବ ପ୍ରଥମେ ଆପଣ ଏକ ପ୍ଲାସ୍ଟିକ ବୋତଲରେ କୌଣସି ବି ପାଣି ଭରି ଦିଅନ୍ତୁ । ବର୍ତ୍ତମାନ ଏହି ବୋତଲର ଠିପି ଜାଗାରେ NirNal ପୋର୍ଟେବଲ ୱାଟର ଫିଲ୍ଟର ଲଗାନ୍ତୁ । ଏହା ପରେ ବୋତଲ ଭିତରୁ ଶୁଦ୍ଧ ପାଣି ବାହାରିବାକୁ ଲାଗିବ । ଏହି ପୋର୍ଟେବଲ ୱାଟର ଫିଲ୍ଟର ନା କେବଳ ପାଣିରେ କ୍ଲୋରୀନକୁ କମ କରିଥାଏ ଏହା ଛଡା ପାଣିରେ ୯୯.୯ ପ୍ରତିଶତ ବ୍ୟାକ୍ଟେରିୟାକୁ ବି ମାରି ବାହାର କରିଥାଏ ।

ନିରଞ୍ଜନ କାରାଗୀଙ୍କୁ ଏହି ଆଇଡିୟା ସେତେବେଳେ ଆସିଲା ଯେତେବେଳେ ନିରଞ୍ଜନ ଫୁଟବଲ ଖେଳୁଥିଲେ ଓ ସେ ସେଠାରେ କିଛି ପିଲାମାନଙ୍କୁ ଏକ ନଳରୁ ଅଶୁଦ୍ଧ ପାଣି ପିଉଥିବାର ଦେଖିଲେ । ଏହା ପରେ ନିରଞ୍ଜନ ଏହିଭଳି ପୋର୍ଟେବଲ ୱାଟର ଫିଲ୍ଟର ଉପରେ କମ କରିବା ଆରମ୍ଭ କରିଦେଲେ । ଗତ କିଛି ବର୍ଷରୁ ନିରଞ୍ଜନ ଏହି ଟେକ୍ନୋଲୋଜୀକୁ ଆହୁରି ବି ଅଧିକ ବିକସିତ କରି ସାରିଛନ୍ତି । ବର୍ତ୍ତମାନ ତାଙ୍କର ଏହି ଲାଟେସ୍ଟ ଡିବାଇସ ୯୯ ପ୍ରତିଶତ କୀଟାଣୁ ହଟାଇ ପାଖାପାଖି ୩୦୦ ଲିଟର ପାଣିକୁ ଶୁଦ୍ଧ କରି ପାରିବ ।

କେତେ ଟଙ୍କା ଅଟେ

ଏହି ପୋର୍ଟେବଲ ୱାଟର ଫିଲ୍ଟର ର ଦାମ ଅନଲାଇନରେ ୨୯୭ ଟଙ୍କାରେ ମିଳିଥାଏ । ଯେଉଁଥିରେ ଆପଣଙ୍କୁ ୩ଟି ପ୍ୟାକେଟ ମିଳିଥାଏ । ଅର୍ଥାତ ଗୋଟିଏ ଡିଭାଇସର ଦାମ ୯୯ ଟଙ୍କା ଅଟେ । ଏହି ଫିଲ୍ଟରକୁ ଆପଣ ୬୦ଦିନ ପର୍ଯ୍ୟନ୍ତ ବ୍ୟବହାର କରି ପାରିବେ ।