Samudrika Shastra- ଯଦି ଆପଣଙ୍କ ଦାନ୍ତ ମଝିରେ ବି ଅଛି ଏମିତି ଗ୍ୟାପ, ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ !

ଆଜି ଆମେ ଆପଣଙ୍କୁ ସାମୁଦ୍ରିକ ଶାସ୍ତ୍ର ଆଧାରରେ ମନୁଷ୍ୟଙ୍କ ଶରୀରର ଲକ୍ଷଣ ଓ ଗଠନ ଅନୁସାରେ ତାର ଭବିଷ୍ୟ ଓ ବ୍ୟକ୍ତିତ୍ବ ବିଷୟରେ କହିବୁ । ଆମ ଶରୀରରେ ଥିବା କିଛି ଚିହ୍ନ, କଳାଜାଇ ଓ ଆମ ଶରୀରର ଗଠନରେ କିଛି ନା ଅର୍ଥ ଲୁଚି ଅଛି । ଭଗବାନ ସବୁ ମନୁଷ୍ୟ ଭିନ୍ନ ଭିନ ରୂପରେ ଗଢିଛନ୍ତି । ରଙ୍ଗ, ରୂପ, ସ୍ଵଭାବ, ବିଚାର ଶୈଳୀ, ପରିସ୍ଥିତି ସମସ୍ତଙ୍କର ଭିନ୍ନ ଅଟେ । ସାମୁଦ୍ରିକ ଶାସ୍ତ୍ରରେ ଆମ ଶରୀରରେ ଥିବା ଚିହ୍ନ ଓ ଶରୀରର ବିଭିନ୍ନ ଅଙ୍ଗର ଗଠନ ଅଧ୍ୟୟନ କରି ମନୁଷ୍ୟର ଭୁତ, ଭବିଷ୍ୟତ ଓ ବର୍ତ୍ତମାନ କୁହାଯାଏ । ଆଜି ଆମେ ଆପଣଙ୍କୁ ଶରୀରର କିଛି ଚିହ୍ନ ଓ ଗଠନ ବିଷୟରେ କହିବୁ ଯାହାର ସିଧା ପ୍ରଭାବ ଆମ ଜୀବନ ଉପରେ ପଡିଥାଏ ।

ଗୋଲ ଚେହେରା ଥିବା ଲୋକମାନେ ବହୁତ ହିଁ ଭାଗ୍ୟଶାଳୀ ହୋଇଥାନ୍ତି । ଭଲ ଚାକିରି, ସଫଳତା ଓ ଭଲ ଲାଇଫ ପାର୍ଟନର ଏମାନଙ୍କ ଭାଗ୍ୟରେ ଥାଏ । ଯେଉଁ ଲୋକମାନଙ୍କ କାନ ସାମାନ୍ୟ ଠାରୁ ବଡ ହୋଇଥାଏ ସେମାନେ ବି ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

ଚଉଡା ଓ ଲମ୍ବା କପାଲ ଓ ସେଥିରେ ପଡୁଥିବା ଚିହ୍ନ ବି ଆମର ଶୋଭାଗ୍ୟକୁ ଦର୍ଶାଇ ଥାଏ । ଗଞ୍ଜା ଲୋକମାନେ ବହୁତ ହିଁ ଭାଗ୍ୟଶାଳୀ ହୋଇଥାନ୍ତି । ଆମ ଶରୀରରେ ଓ ଚେହେରାରେ କଳାଜାଇ ଥାଏ ଏହାର ସ୍ଥିତି ଅନୁସାରେ ଏହାର ଅର୍ଥ ହୋଇଥାଏ । ଯେମିତି କି ମୁଣ୍ଡ ମଝିରେ ଯଦି କଳାଜାଇ ଅଛି ତେବେ ଏହା ଆମ ପାଇଁ ଶୁଭ ହୋଇଥାଏ । ସେହିଭଳି ହାତରେ, ଡାହାଣ ଗାଲରେ, ଡାହାଣ ପଟ ଆଖିରେ ଯେଉଁ କଳାଜାଇ ଥାଏ ତାହା ଆମ ପାଇଁ ବହୁତ ଖାସ ହୋଇଥାଏ ।

ସଫା ଦାନ୍ତ ସମସ୍ତଙ୍କୁ ପସନ୍ଦ ହୋଇଥାଏ ଓ ଯଦି ଦାନ୍ତ ମଝିରେ ଜ୍ଞାପ ନାହିଁ ତେବେ ଏହା ଆହୁରି ଭଲ ହୋଇଥାଏ । କିନ୍ତୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର ଦାନ୍ତ ମଝିରେ ଜ୍ଞାପ ଥାଏ ସେମାନେ ଅଧିକ ଶୋଭାଗ୍ୟଶାଳୀ ହୋଇଥାନ୍ତି । ଆର୍ଥିକ ରୂପରେ ବି ଏମାନେ ଭଲ ପୋଜିସନରେ ରହିଥାନ୍ତି । ଯେଉଁ ଲୋକମାନଙ୍କ ଦାନ୍ତ ଅଳ୍ପ ବାହାରକୁ ବାହାରିଥାଏ ସେମାନେ ଅଳ୍ପ ଜିଦି ଓ ଅଧିକ କଥାବାର୍ତ୍ତା କରୁଥିବା ବ୍ୟକ୍ତି ଅଟନ୍ତି । ଭାଗ୍ୟଶାଳୀ ବି ହୋଇଥାନ୍ତି ।

ହାତର ପାପୁଲି ଯଦି ସବୁବେଳେ କୋମଲ, ଗୋଲାପି ଓ ସମତଳ ରହୁଛି, ହାତର ପାପୁଲିର ମଧ୍ୟଭାଗ ଅଲଗା ଓ ରେଖା ଗୁଡିକ ସ୍ପଷ୍ଟ ଦେଖା ଯାଉଛି ତେବେ ସେହି ବ୍ୟକ୍ତି ବି ଭାଗ୍ୟଶାଳୀ ହୋଇଥାଏ । ହାତର ପାପୁଲିରେ ତ୍ରିଭୁଜର ଚିହ୍ନ ଭାଗ୍ୟଶାଳୀ ହେବାର ଚିହ୍ନ ଅଟେ । ଲମ୍ବା ଓ ପତଳା ଆଙ୍ଗୁଠି ବି ଭାଗ୍ୟଶାଳୀ ଦ୍ରୁଷ୍ଟିରେ ଦେଖାଯାଏ । ଗୋଡର ପାଦରେ ସୂର୍ଯ୍ୟ, ଚନ୍ଦ୍ର, ନକ୍ଷତ୍ର, ସିଂହ, କମଳ, ଶଙ୍ଖ, ଚକ୍ର, ପତାକା ଭଳି ଚିହ୍ନ ଥିବ ତେବେ ଏହା ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ ।