ଖରାପ ସମୟରେ କେବେ ବି ଭୁଲିବେ ନାହିଁ ଏହି 3 ଟି କଥା- Chanakya Niti

ସମୟ କେତେବେଳେ କାହା ପାଇଁ ଖୁସି ନେଇ ଆସିବ ଓ କେତେବେଳେ କାହା ପାଇଁ ଦୁଃଖ ନେଇ ଆସିବ ଏହା କେହି ବି କହି ପାରିବେ ନାହିଁ । କିନ୍ତୁ ଦୁଃଖ ସମୟରେ ଅର୍ଥାତ ଖରାପ ସମୟରେ କଣ କରିବା ଉଚିତ ଏହା ଆପଣଙ୍କ ହାତରେ ଅଛି । ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ କି ଯଦି ଖରାପ ସମୟ ଚାଲିଛି ତେବେ କଣ କରିଲେ ଆପଣ ତାକୁ ଠିକ କରି ପାରିବେ । ଖରାପ ସମୟରେ କେଉଁ ସବୁ କଥା ଭୁଲିବା ଉଚିତ ନୁହେଁ ତାହା ବିଷୟରେ ବି କହିବୁ ।

ଚାଣକ୍ୟ ଶ୍ରେଷ୍ଠ ଶିକ୍ଷକ ହେବା ସହିତ ଜଣେ ବିଦ୍ଵାନ ବ୍ୟକ୍ତି ଥିଲେ । ସେ ଅର୍ଥଶାସ୍ତ୍ର ସହ ଅନ୍ୟ ବିଷୟର ଜ୍ଞାନ ଥିଲା । ଚାଣକ୍ୟଙ୍କ ଅନୁସାରେ ସମସ୍ତଙ୍କ ଜୀବନରେ ଖରାପ ସମୟ ଆସିଥାଏ । ତାଙ୍କ ଅନୁସାରେ ବ୍ୟକ୍ତିର ପରିଚୟ ଖରାପ ସମୟରେ ହିଁ ହୋଇଥାଏ । ଯେମିତି ଦିନ ପରେ ରାତି ଓ ରାତି ପରେ ଦିନ ହୋଇଥାଏ । ଠିକ ସେହିଭଳି ବ୍ୟକ୍ତିର ଜୀବନରେ କଷ୍ଟ ପରେ ସୁଖ ଆସିଥାଏ ।

ଏହା ଚକ୍ର ହୋଇଥାଏ । ଯାହାକି ଜୀବନରେ ଚାଲିଥାଏ । ଏହି କାରଣରୁ ମନୁଷ୍ୟର ଜୀବନରେ ସୁଖ ଓ ଦୁଃଖ ଲାଗି ରହିଥାଏ । ଯଦି ଆପଣଙ୍କ ଜୀବନରେ ଖରାପ ସମୟ ଚାଲିଛି ତେବେ ଏହିଭଳି କିଛି ବିଶେଷ କଥା ଅଛି ଯାହାକୁ ଧ୍ୟାନ ରଖିବା ଉଚିତ । ଯେମିତି କି ଜୀବନରେ ଯଦି ଖରାପ ସମୟ ଚାଲିଛି ତେବେ ନିଜ ଉପରେ ନିୟନ୍ତ୍ରଣ ହରାନ୍ତୁ ନାହିଁ ।

ଭଲ ସମୟରେ ଯେମିତି ନିଜ ଉପରେ ନିୟନ୍ତ୍ରଣ ରଖୁଛନ୍ତି ସେହିଭଳି ଖରାପ ସମୟ ଚାଲିଥିବା ସମୟରେ ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜ ଭାବନା ଉପରେ କାବୁ ରଖନ୍ତୁ । ଧର୍ଯ୍ୟ ରଖନ୍ତୁ । ଖରାପ ସମୟରେ ଆପଣ ତାକୁ ହିଁ ନିଜର ସାଥି କରନ୍ତୁ ଯିଏ ଆପଣଙ୍କ ସାଥ ଦେବେ । ଆପଣମାନେ ଦେଖିଥିବେ କି ଖରାପ ସମୟ ଆସିଲେ ଲୋକମାନେ ଭଗବାନକୁ ଗାଳି ଦିଅନ୍ତି । କିନ୍ତୁ ଏହା ଭୁଲ ଅଟେ । ସେଥିପାଇଁ ସବୁବେଳେ ଭଗବାନଙ୍କ ଆରାଧନା କରନ୍ତୁ ।

ଚାଣକ୍ୟଙ୍କ ଅନୁସାରେ ଯେଉ ବ୍ୟକ୍ତି ମଧ୍ୟରେ ନିଷ୍ପତି ନେବାର ସାମର୍ଥ୍ୟ ଅଛି ତାର ଖରାପ ସମୟ ଜଲ୍ଦି ଚାଲିଯାଏ । ଚାଣକ୍ୟଙ୍କ ଅନୁସାରେ ନିଷ୍ପତି ନେବାର କ୍ଷମତା ବି ସମସ୍ତଙ୍କ ମଧ୍ୟରେ ନ ଥାଏ । ଜଣେ ବୁଦ୍ଧିମାନ ବ୍ୟକ୍ତି ବୁଝି ସୁଝି ନିଷ୍ପତି ନେଇଥାଏ । ଆପଣଙ୍କୁ କହିଦେଉଛୁ କି ସବୁବେଳେ ଖରାପ ସମୟ ପାଇଁ ପୂର୍ବରୁ ହିଁ ପ୍ରସ୍ତୁତ ରୁହନ୍ତୁ । ଖରାପ ସମୟ ମନୁଷ୍ୟକୁ ବହୁତ କିଛି ଶିଖାଇ ଦେଇ ଯାଏ । ସେଥିପାଇଁ ଖରାପ ସମୟକୁ କେବେ ବି ଭୟଭୀତ ହେବା ଉଚିତ ନୁହେଁ । ଖରାପ ସମୟର ସାମ୍ନା କରନ୍ତୁ ତେବେ ଯାଇ ଆପଣ ଜୀବନରେ ସୁନା ଭଳି ଚମକିବେ ।