ଭୋଳାନାଥଙ୍କର ଡମ୍ବରୁର ଏହି ଉପାୟ ସାଙ୍ଗେ ସାଙ୍ଗେ ଦୂର କରି ଦେବ ଆପଣଙ୍କର ଜୀବନର ସବୁ ଦୁଃଖ

ଆପଣ ସମସ୍ତେ ଭୋଳାନାଥଙ୍କର ହାତରେ ଡମ୍ବରୁ ନିଶ୍ଚିତ ଦେଖିଥିବେ । ଏହି ଡମ୍ବରୁରେ ଅସିମ ଶକ୍ତି ରହିଥାଏ । ଏଥିରୁ ବାହାରୁଥିବା ଧ୍ୱନି ନକାରାତ୍ମକ ଊର୍ଜାକୁ ସମାପ୍ତ କରିଥାଏ ଓ ଚାରି ଆଡେ ଏହା ସକାରାତ୍ମକ ଊର୍ଜା ପ୍ରବାହ କରିଥାଏ । ଏହି କଥାର ଧ୍ୟାନ ରଖି ଆଜି ଆମେ ଆପଣଙ୍କୁ ଶିବଙ୍କର ଡମ୍ବରୁର ଏକ ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ । ଯଦି ଆପଣ ଏହି ଖାସ ଉପାୟକୁ କରୁଛନ୍ତି ତେବେ ଆପଣଙ୍କର ଜୀବନର ସମସ୍ତ ଦୁଃଖ କମ ହୋଇଯିବ ।

ଏମିତି କରନ୍ତୁ ଉପାୟ

ସୋମବାର ଦିନ ଆପଣ ଘରର ଶିବ ପ୍ରତିମା ପାଖରେ ଏକ ଲାଲ କପଡା ଉପରେ ଏକ ଡମ୍ବରୁ ରଖି ଦିଅନ୍ତୁ । ବର୍ତ୍ତମାନ ଏହାକୁ ହଳଦୀ, ସିନ୍ଦୁର, ଓ ଚାଉଳ ଦ୍ଵାରା ପୂଜା କରନ୍ତୁ । ଏହା ପରେ ସିନ୍ଦୁର ଦ୍ଵାରା ଡମ୍ବରୁର ଗୋଟିଏ ପଟେ ‘ଓଁ’ ଓ ଅନ୍ୟ ପଟେ ‘ସ୍ୱସ୍ତିକ’ ଚିହ୍ନ କରି ଦିଅନ୍ତୁ । ଏହା ପରେ ଶିବଙ୍କର ଆରତୀ କରନ୍ତୁ ଓ ମନରେ ଭୋଳାନାଥଙ୍କର ନାମ ନେଇ ଏହି ଡମରୁକୁ ୧୦୮ ଥର ବଜାନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଘରେ ଓ ନିଜ ଶରୀରରେ ଥିବା ସମସ୍ତ ନକାରାତ୍ମକ ଉର୍ଜା ନଷ୍ଟ ହୋଇଯିବ ।

ଏହି ଉପାୟ ଆପଣଙ୍କର ଭାଗ୍ୟକୁ ଶକ୍ତିଶାଳୀ କରିଦିଏ ଓ ଦୁର୍ଭାଗ୍ୟକୁ କମଜୋର କରିଦିଏ । ଏହି ଉପାୟକୁ ସବୁ ସୋମବାର ଦିନ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ପରିବାରକୁ ଲାଭ ମିଳିଥାଏ ।